ଦିଲ୍ଲୀରେ ଅଳିଆ ଉଠାଉଥିବା ଦୁଇ ଭାଇଙ୍କ ଟ୍ୟାଲେଣ୍ଟ ଦେଖି ଏହି ମହାନ ବ୍ୟକ୍ତି ବଢ଼େଇଲେ ସାହାଯ୍ୟର ହାତ। ଦେଖନ୍ତୁ ଭିଡ଼ିଓ।

ବିଜନେସମ୍ୟାନ ଓ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ମଜେଦାର ଭିଡ଼ିଓ ଓ ଫଟୋ ସେୟାର କରିଥାନ୍ତି। ତା ସହିତ ତାଙ୍କୁ ଆବଶ୍ୟକତା ଥିବା ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି। ଏହି କ୍ରମରେ ସେ ଦିଲ୍ଲୀର ଦୁଇ ଭାଇଙ୍କ ଭିଡ଼ିଓ ମଧ୍ୟ ସେୟାର କରିବାର ନଜର ଆସିଛନ୍ତି। ଏହା ସହିତ ସେ ଦୁହିଁଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ମଧ୍ୟ ଲୋକଙ୍କୁ ସେମାନଙ୍କ ତଥ୍ୟ ମାଗିଛନ୍ତି।

ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଯେଉଁ ଦୁଇଭାଇଙ୍କ ଭିଡ଼ିଓ ସେୟାର କରିଛନ୍ତି ସେ ଦିଲ୍ଲୀରେ ଅଳିଆ ଉଠାଇଥାନ୍ତି କିନ୍ତୁ ଏହି କାମ ଛଡା ତାଙ୍କ ପାଖରେ ଏକ ଖାସ ଦକ୍ଷତା ଅଛି। ଦୁଇଭାଇ ବହୁତ ଭଲ ଗୀତ ଗାଇଥାନ୍ତି।ତାଙ୍କ ନାମ ହାଫିଜ ଓ ହବିବୁର ଅଟେ।

ଆନନ୍ଦ ମହିନ୍ଦ୍ରାଙ୍କୁ ସେହି ଭିଡ଼ିଓ ତାଙ୍କ ସାଙ୍ଗ ରୋହିତ କଟୁର ପଠାଇଥିଲେ। ତାହାକୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ। ଏହା ସହିତ ସେ ଲେଖିଛନ୍ତି,”ଅତୁଳନୀୟ ଭାରତ ଏହି ଭିଡ଼ିଓ ମୋ ସାଙ୍ଗ ରୋହିତ କଟୁର ସେୟାର କରିଛନ୍ତି। ଏହା ତାଙ୍କୁ ସୋସିଆଲ ମିଡିଆରେ ମିଳିଛି। ଦୁଇଭାଇ ହାଫିଜ ଓ ହବିବୁର ବହୁତ ପରିଶ୍ରମୀ ଅଟନ୍ତି ଓ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀରେ ଅଳିଆ ସଫା କରିଥାନ୍ତି। ଏହି ଜିନିଷର କେହି କଳ୍ପନା କରିପାରିବେନି କି ଟ୍ୟାଲେଣ୍ଟ କେଉଁଠି କେଉଁପରି ମିଳିଯିବ”।

ଆନନ୍ଦ ମହିନ୍ଦ୍ରା ଦ୍ୱିତୀୟ ପୋଷ୍ଟରେ ଲେଖିଛନ୍ତି,”ସେହି ଦୁଇଙ୍କ ଟ୍ୟାଲେଣ୍ଟ ବହୁତ ଭଲ ଅଟେ। ରୋହିତ ଓ ମୁଁ ଠିକ କରିଛୁକି ତାଙ୍କ ସଙ୍ଗୀତ ଟ୍ରେନିଙ୍ଗକୁ ଆଗକୁ ସାହାଯ୍ୟର ହାତ ବଢ଼ାଇବୁ। କଣ କୌଣସି ଦିଲ୍ଲୀରେ ରହୁଥିବା ଭାଇ ଜାଣିଛନ୍ତିକି ସେମାନଙ୍କୁ ସନ୍ଧ୍ୟାରେ ମ୍ୟୁଜିକ ଶିଖାଇବା ପାଇଁ କୌଣସି ମ୍ୟୁଜିକ ଟିଚର ମିଳିପାରିବ। ସେମାନେ ପୁରା ଦିନ କାମ କରିଥାନ୍ତି”।

ଆନନ୍ଦ ମହିନ୍ଦ୍ରାଙ୍କ ଏହି ପୋଷ୍ଟକୁ ଲୋକ ବହୁତ ପସନ୍ଦ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ଭିଡ଼ିଓ ୧.୧୭ ଲକ୍ଷ ରୁ ଅଧିକ ଥର ଦେଖାଯାଇସାରିଛି। ସେହିପରି ଦ୍ୱିତୀୟ ଭିଡ଼ିଓ ୫୬ ହଜାରରୁ ଅଧିକ ଥର ଦେଖାଯାଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *