ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଆଇପିଏଲ ୨୦୨୧ ପାଇଁ ହୋଇଥିବା ନିଲାମୀ ଉପରେ ନିଜର ପ୍ରଥମ ବୟାନ ଦେଇଛନ୍ତି। ସେ ଶନିବାର ୨୦ ଫେବୁଆରୀକୁ କହିଛନ୍ତି କି ସେ ଏଥିପାଇଁ ଖୁସି ଅଛନ୍ତିକି ତାଙ୍କ ଟିମ ଛୋଟ ଅକ୍ସନରେ କିପରି ପ୍ରଦର୍ଶନ କରିଛି। ତାଙ୍କୁ ବିଶ୍ୱାସ ଅଛିକି ନୂଆ ଖେଳାଳି ଏଥର ଆରସିବିକୁ ଟ୍ରଫି ଜିତାଇବାରେ ସହଯୋଗ କରିବେ। ଆରସିବି ନିଲାମୀରେ ଗ୍ଲେନ ମାକ୍ସୋଏଲ, ଡେନିଅଲ କ୍ରିସଟିୟନ ଓ କାୟେଲ ଯେମିସନଙ୍କ ଭଳି ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିଛି।

ଆରସିବି ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସୋଏଲଙ୍କପାଇଁ ୧୪.୨୫ କୋଟି ଓ ନ୍ୟୁଜଲ୍ୟାଣ୍ଡର ଦ୍ରୁତ ବୋଲର କାୟେଲ ଯେମିସନଙ୍କ ପାଇଁ ୧୫ କୋଟି ଖର୍ଚ୍ଚ କରିଛନ୍ତି। ବିରାଟ କୋହଲିଙ୍କ ଟିମ ନିଲାମୀରେ ଅନେକ ଭଲ ଭାରତୀୟ ଖେଳାଳିଙ୍କୁ ମଧ୍ୟ କିଣିଛି। ବିରାଟ କୋହଲି କହିଛନ୍ତି,”କିଣାଯାଇଥିବା ଖେଳାଳି ନିଲାମୀର ପରିଣାମ ଉପରେ ସେ ବହୁତ ଖୁସି ଅଛନ୍ତି। ଆମକୁ ତାହା ମିଳିଗଲା ଯାହା ଟିମ ସନ୍ତୁଳନକୁ ମଝବୁତ କରିବାରେ ସାହାଯ୍ୟ କରିବ। ପୂର୍ବ ସଂସ୍କରଣ ଆମ ପାଇଁ ଭଲ ରହିଥିଲା। ଆମକୁ ବିଶ୍ୱାସ ଅଛିକି ଟିମ ସହ ଯୋଡି ହୋଇଥିବା ନୂଆ ଖେଳାଳି ଟିମକୁ ସଠିକ ଦିଗରେ ନେବାରେ ସହଯୋଗର ହାତ ବଢ଼ାଇବେ”।
“I just want to say it again, to the best fanbase… We look forward to your support”- Captain Kohli addresses RCB fans and shares his views about the recently concluded #IPLAuction and our #ClassOf2021@imVkohli#PlayBold #WeAreChallengers pic.twitter.com/qUxt9xTVSj
— Royal Challengers Bangalore (@RCBTweets) February 20, 2021
ଆରସିବି ବିରାଟ କୋହଲିଙ୍କ ଏହି ଭିଡ଼ିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି। କୋହଲି ଆଗକୁ କହିଛନ୍ତି,”ପୂର୍ଵ ବର୍ଷ ତୁଳନାରେ ଆମେ ଏହି ବର୍ଷ କିଛି ଆଗକୁ ବଢିବୁ। ପୁଣି ଥରେ କହିବାକୁ ଚାହିଁବି ଆରସିବିର ଫ୍ୟାନ ସବୁଠୁ ଭଲ ଫ୍ୟାନ ଅଟନ୍ତି । ଆମେ ଆପଣଙ୍କ ସମର୍ଥନ ପାଇଁ ବ୍ୟାକୁଳ ଅଛୁ”। ଆରସିବି ଟିମ ପୂର୍ବ ବର୍ଷ ପ୍ଲେଅଫରେ ପହଁଚିଥିଲା କିନ୍ତୁ ଏଲିମିନେଟର ମ୍ୟାଚରେ ସେ ହାଇଦ୍ରାବାଦ ସହ ହାରିଯାଇଥିଲା। ଆରସିବି ତିନିଥର ଫାଇନାଲରେ ପହଁଚିଛି କିନ୍ତୁ ଟ୍ରଫି ଜିତିବାରେ ସଫଳତା ଅର୍ଜନ କରିନି।

ଆଇପିଏଲ ୨୦୨୧ ପାଇଁ ଆରସିବିର ଟିମ:
ବିରାଟ କୋହଲି ଦେବଦତ ପଡିକଲ, ଜୋସ ଫିଲିପ, ଏବି ଡିଭିଲିୟର୍ସ, ପବନ ଦେଶପାଣ୍ଡେ, ୱାସିଙ୍ଗଟନ ସୁନ୍ଦର, ଡେନିୟଲ ସାମସ, ୟୁଜବେନ୍ଦ୍ର ଚହଲ, ଏଡ଼ମ ଜମ୍ପା, ସହବାଜ ଅହମଦ, ମହମ୍ମଦ ସିରାଜ, ନବଦୀପ ସୈନି, କେନ ରିଚର୍ଡସନ, ହର୍ଷଲ ପଟେଲ, ଗ୍ଲେନ ମାକ୍ସୋଏଲ, ସଚିନ ବେବି, ରଜତ ପାଟିଦାର, ମହମ୍ମଦ ଅଜହରୁଦିନ, କାୟେଲ ଯେମିସନ, ଡେନିୟଲ କ୍ରିସଚୟନ, ସୁୟସ ପ୍ରଭୁଦେସାଇ, କେଏସ ଭରତ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।