ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଫେବୃଆରୀରୁ ୪ ଟି ଟେଷ୍ଟ,୫ ଟି ଟି ୨୦ ଓ ୩ ଟି ଦିନିକିଆ ମ୍ୟାଚ ଖେଳିବାର ଅଛି। ଇଂଲଣ୍ଡର ଆରମ୍ଭ ଟେଷ୍ଟ ସିରିଜରୁ ହେବ। କୋରନା ପ୍ରୋଟୋକଲ ପାଇଁ ଉଭୟ ଟିମ ଚେନ୍ନାଇରେ କ୍ବାରେଣ୍ଟିନରେ ଅଛନ୍ତି। ଭାରତୀୟ ଟିମ ଅଲଗା ଅଲଗା ସମୟ ବିତାଉଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ପଞ୍ଜାବୀ ଗୀତର ମଜା ଉଠେଇ ଜମିକି ଝାଳ ବୁହାଉଛନ୍ତି।

ଏହି ସ-ମ୍ବ-ନ୍ଧରେ ବିରାଟ ଶୁକ୍ରବାରକୁ ଇନ୍ସଟାଗ୍ରାମରେ ଏକ ଭିଡିଓ ଅପଲୋଡ଼ କରିଛନ୍ତି। ଏହି ଭିଡ଼ିଓରେ ସେ ସାଇଲିଂ କରୁଥିବାର ଦେଖାଯାଉଛନ୍ତି। ସେ ନିଜର ପୋଷ୍ଟରେ କ୍ୟାପସନ ଦେଇଛନ୍ତି,”କ୍ବାରେଣ୍ଟିନ ସମୟରେ ଆପଣଙ୍କୁ କେବଳ ଗୀତ ଓ ଜିମର ଆବଶ୍ୟକ ରହିଛି। ଯଦି ଆପଣଙ୍କ କାମ କରିବାର ଇଚ୍ଛା ଅଛି ତେବେ ତାହା ଆପଣ କରିପାରିବେ। ଆପଣଙ୍କ ଦିନ ଶୁଭ ଯାଉ।”ବିରାଟଙ୍କ ଏହି ଭିଡ଼ିଓ କିଛି ସମୟ ମଧ୍ୟରେ ଭାଇରାଲ ହୋଇଗଲା।ତାଙ୍କ ଭିଡ଼ିଓକୁ ୫ ଘଣ୍ଟା ମଧ୍ୟରେ ୫ ଲକ୍ଷ ଲୋକ ଲାଇକ କଲେ ଓ ୯ ହଜାରରୁ ଅଧିକ କମେଣ୍ଟ କଲେ।
ସାଧାରଣ ଲୋକଙ୍କ ସହ ସେଲିବ୍ରିଟି ମଧ୍ୟ ଏଥିରେ କମେଣ୍ଟ କରିଥିଲେ। ହିନ୍ଦୀ ଧାରାବାହିକ ଅନୁପମାରେ ରାଖି ଦେବୀର କିରଦାର ଲିଭାଇଥିବା ତସନିମ ଶେଖ ବିରାଟଙ୍କ ଏହି ଭିଡ଼ିଓ ଖୁବ ପସନ୍ଦ ହୋଇଛି। ସେ ପ୍ରତିକ୍ରିୟା ଦେଇ ରେଡ଼ ହାର୍ଟ ଇମୋଜି ଦେଇଛନ୍ତି।
ଏକ ଦିନ ପୂର୍ବରୁ ହିଁ ଭାରତୀୟ ଟିମର ଅସ୍ଥାୟୀ ଅଧିନାୟକ ଆଜିଙ୍କ୍ୟ ରାହେଣେଙ୍କ ତାଙ୍କ ଝିଅ ସହ ଖେଳିବା ଭିଡିଓ ଭାଇରାଲ ହୋଇଥିଲା। ରାହେଣେଙ୍କ ଏହି ଭିଡ଼ିଓକୁ ତାଙ୍କ ପତ୍ନୀ ରାଧିକା ପୋଷ୍ଟ କରିଥିଲେ। ଲୋକ ରାହାଣେଙ୍କ ଏହି ଭିଡ଼ିଓକୁ ଖୁବ ପସନ୍ଦ କରିଥିଲେ।
କହିରଖିଛୁ କି ଇଂଲଣ୍ଡ ଟିମ ବିରୁଦ୍ଧରେ ବିରାଟ କୋହଲି,ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ଇଶାନ୍ତ ଶର୍ମା ଫେରିବାର ନଜର ଆସୁଛନ୍ତି। ଇଂଲଣ୍ଡ ଟିମରେ ଅଲରାଉଣ୍ଡର ବେନ୍ ଷ୍ଟୋକସ ଓ ଜୋଫ୍ରା ଆର୍ଚ୍ଚର ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ। ଦୁହିଁଙ୍କୁ ଶ୍ରୀଲଙ୍କା ସିରିଜରେ ବିଶ୍ରାମ ଦିଆଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।