IND VS ENG:ସାର୍ଦୁଲଙ୍କ ବଲରେ ବିରାଟ କୋହଲି ନେଲେ ଆଚମ୍ବିତ କ୍ୟାଚ ଓ ମ୍ୟାଚ ଓଲଟିଗଲା।ଦେଖନ୍ତୁ ଭିଡ଼ିଓ।

ଭାରତ ଓ ଇଂଲଣ୍ଡ ଭିତରେ ତୃତୀୟ ଦିନିକିଆ ମ୍ୟାଚ ରବିବାରକୁ ଅନୁଷ୍ଠିତ ହୋଇଥିଲା। ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୨୯ ରନ କରିଥିଲା। ଏହି ବିଶାଳ ଲକ୍ଷ୍ୟକୁ ପିଛା ଇଂଲଣ୍ଡ ଭଲ ଭାବେ କରୁଥିଲା। ଏହି ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଚମତ୍କାର କ୍ୟାଚ ନେଇ ଭାରତକୁ ମ୍ୟାଚରେ ପୁଣି ନେଇ ଆସିଥିଲେ।

Google

ଇଂଲଣ୍ଡ ୩୯ ଓଭରରେ ୭ ୱିକେଟ ବିନିମୟରେ ୨୫୬ ରନ କରିଦେଇଥିଲା। ଏହି ସମୟରେ ସାମ କରନ ୪୬ ରନ କରିଥିଲେ ଓ ଆଦିଲ ରସିଦ ୧୯ ରନ କରି ନଟଆଉଟ ରହିଥିଲେ। ବିରାଟ କୋହଲି ୪୦ ତମ ଓଭର ସାର୍ଦୁଲ ଠାକୁରଙ୍କୁ ଦେଲେ। ଯିଏ ଆଗରୁ ୩ ଟି ୱିକେଟ ନେଇସାରିଥିଲେ।୪୦ ତମ ଓଭରର ପ୍ରଥମ ବଲରେ ସାମ କରନ ଏକ ରନ ନେଇଥିଲେ। ଏହାର ଆଗାମୀ ବଲରେ ଆଦିଲ କଭରରେ ସର୍ଟ ଖେଳିଥିଲେ। ଯାହାକୁ ବିରାଟ କୋହଲି ବାମ ଆଡ଼କୁ ଡାଇଭ ମାରି କ୍ୟାଚ ନେଇଥିଲେ। ଏହାସହ ଭାରତ ଆଠଟି ୱିକେଟ ନେଇ ମ୍ୟାଚରେ ପୁଣି ଆସିଲା।

ବିରାଟ କୋହଳିଙ୍କୁ ଲାଗିଲା ନାହିଁ କି ସେ କ୍ୟାଚ ନେଇଛନ୍ତି।ଆଦିଲ ରସିଦ ୨୨ ବଲରେ ୧୯ ରନ କରି ଆଉଟ ହେଲେ।ସେ ଆଉଟ ହେବା ଆଗରୁ ସାମ କରନଙ୍କ ସହ ୫୭ ରନର ପାର୍ଟନରସିପ ବନେଇଥିଲେ। ଆଦିଲ ରସିଦ ସାର୍ଦୁଲଙ୍କ ଚତୁର୍ଥ ଆଉଟ ହେଲେ। ବିରାଟଙ୍କ ଏହି କ୍ୟାଚ ଦେଖି କମେଣ୍ଟଟେଟର ମଧ୍ୟ କହିଲେ କି ଏହା ସାର୍ଦୁଲଙ୍କ ୱିକେଟ ନୁହେଁ ବିରାଟଙ୍କ ୱିକେଟ।

ବିରାଟ କୋହଲି ରସିଦଙ୍କ ଚମତ୍କାର କ୍ୟାଚ ନେଇଥିଲେ ମଧ୍ୟ ଏହି ମ୍ୟାଚରେ ଭାରତର ଫିଲ୍ଡିଂ ବହୁତ ଖରାପ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨,ସାର୍ଦୁଲ ଓ ଟି ନାଟରାଜନ ୧-୧ଟି କ୍ୟାଚ ଛାଡିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *