ସୋସିଆଲ ମିଡ଼ିଆରରେ ପ୍ରତ୍ୟେକ ଦିନ ନୂଆ ନୂଆ ଭିଡ଼ିଓ ଦେଖିବାକୁ ମିଳିଥାଏ। ଏଥି ମଧ୍ୟରୁ କିଛି ଭିଡ଼ିଓ ଏପରି ଥାଏ ଯାହା ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ ଓ ଏହା ବହୁତ ଭାଇରାଲ ହେବାରେ ଲାଗେ। ଏଥିରେ କିଛି ପଶୁ ପକ୍ଷୀଙ୍କ ଭିଡ଼ିଓ ଥାଏ ତ ଆଉକିଛି ଅଦ୍ଭୁତ ଭିଡ଼ିଓ। ଏଇଭଳି ଏକ ଭିଡ଼ିଓ ଆଜିକାଲି ସୋସିଆଲ ମିଡିଆରେ ଚର୍ଚାର ପ୍ରସଙ୍ଗ ପାଲଟିଛି। ଏହାକୁ ଲୋକ ବହୁତ ପସନ୍ଦ କରୁଛନ୍ତି।ଏଥିରେ ଏକ ପକ୍ଷୀ ରେଷ୍ଟୁରାଣ୍ଟରେ ପଶି ଚୋରି କରୁଥିବାର ଦୃଶ୍ୟ ମାନ ହୋଇଛି।

ଏହି ଆଶ୍ଚର୍ଯ୍ୟକର ଭିଡ଼ିଓ ଦେଖି ସବୁ ଚକିତ ହେଉଛନ୍ତି। ଏହି ଭିଡ଼ିଓକୁ ଆଇପିଏସ ଅଫିସର ଦିପାଂସୁ କାବରା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିବାର ଜଣା ଯାଇଛନ୍ତି। ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି,”ସବୁଠୁ ସୁନ୍ଦର ଚୋର”। ଏହି ଭିଡ଼ିଓକୁ ବହୁତ ସଂଖ୍ୟକ ଲୋକ ଦେଖୁଛନ୍ତି ଓ ସେୟାର କରୁଛନ୍ତି। ଚର୍ଚ୍ଚାର ବିଷୟ ହୋଇଥିବା ଏହି ଭିଡ଼ିଓରେ ଦେଖାଯାଉଛିକି ରେଷ୍ଟୁରାଣ୍ଟ ଭିତରେ ଅନେକ ଲୋକ ବସିଛନ୍ତି। ଖାଇବା ଖାଉଥିବା ଲୋକମାନେ ନିଜ ଭିତରେ ବାର୍ତ୍ତାଳପରେ ବ୍ୟସ୍ତ। ସେହିପରି ରେଷ୍ଟୁରାଣ୍ଟର ଷ୍ଟାପ ମଧ୍ୟ ବ୍ୟସ୍ତ।
ରେଷ୍ଟୁରାଣ୍ଟର ଆକାଉଣ୍ଟ ପାଖରେ ଏକ ବଡ଼ ଝୁଡ଼ି ରଖାଯାଇଥାଏ। ସେଥିରେ ଚିପ୍ସ ଓ ଅନ୍ୟ ଖାଇବା ପ୍ୟାକେଟ ରଖାଯାଇଥିଲା। ଏହା ଭିତରେ ରେଷ୍ଟୁରାଣ୍ଟ ଭିତରେ ଏକ ପକ୍ଷୀ ମୌକା ଦେଖି ପଶିଯାଏ। ଏହା ପରେ ସେ ପକ୍ଷୀ ସିଧା ଝୁଡ଼ି ପାଖୁ ଯାଇ ଏକ ଚିପ୍ସ ପ୍ୟାକେଟ ନିଜ ଥଣ୍ଟରେ ଉଠାଏ ଓ ସିଧା ରେଷ୍ଟୁରାଣ୍ଟ ବାହାରକୁ ଦୌଡ଼ି ପଳେଇଆସେ।
Cutest thief ever! ?? pic.twitter.com/ejMHd7ocF0
— Dipanshu Kabra (@ipskabra) February 17, 2021
ଏହି ଭିଡ଼ିଓକୁ ରେଷ୍ଟୁରାଣ୍ଟରେ ଉପସ୍ଥିତ ଏକ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ କରୁଥାନ୍ତି। ଭିଡ଼ିଓରେ ଦେଖାଯାଉଛି ପକ୍ଷୀଟି ନିଜ ଥଣ୍ଟରେ ଚିପ୍ସ ପ୍ୟାକେଟ ଫସାଇ ନେଇଯାଉଛି।ସବୁ ଲୋକ ତାହାକୁ କେବଳ ଦେଖୁଥାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।