କ୍ରିସ ଗେଲଙ୍କର ମାଇକେଲ ଜ୍ୟାକସନ ଅବତାର ଭାଇରଲ। ଦେଖନ୍ତୁ ଭିଡିଓ। ରସେଲ ଏବଂ ଯୁବରାଜ ଦେଲେ ଏମିତି କମେଣ୍ଟ।

କ୍ରିସ ଗେଲଙ୍କର ମାଇକେଲ ଜ୍ୟାକସନ ଅବତାର ହୋଇଛି।ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ,ଆଇପିଏଲ ଫ୍ରାନଚାଇଜ ପଞ୍ଜାବ କିଙ୍ଗସ ଆଇପିଏଲ ୨୦୨୧ର ଆରମ୍ଭ ଆଗରୁ ନିଜ ହୋଟେଲ ରୁମରେ ଅଣ୍ଟା ହଲାଇବାରେ ମସଗୁଲ ଗେଲ ଓରଫ ୟୁନିବର୍ସ ବସର ଇଂନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିବାର ନଜର ଆସିଛନ୍ତି। ଏଥିରେ କ୍ରିସ ଗେଲ ଗେଲଙ୍କର ମାଇକେଲ ଜ୍ୟାକସନଙ୍କ ପରି ନାଚୁ ଥିବାର ଦେଖାଯାଉଅଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ଅଟେ। ୩ ଘଣ୍ଟା ଭିତରେ ଏହାକୁ ୧ଲକ୍ଷରୁ ଅଧିକ ଲାଇକ ମିଳିସାରିଥିଲା। ସେହିପରି,୪୦୦ରୁ ଅଧିକ କମେଣ୍ଟ ଆସିସାରିଥିଲା।

Google

ପଞ୍ଜାଵ କିଙ୍ଗସ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ କ୍ରିସ ଗେଲଙ୍କର ମାଇକେଲ ଜ୍ୟାକସନଙ୍କର ଚାର୍ଟ ଟପିଙ୍ଗ ଗୀତରେ ନାଚୁଥିବାର ଦେଖା ଯାଉଛନ୍ତି।ବାସ୍ତବରେ, ୱେଷ୍ଟଇନଡିଜର ଏହି ଦିଗଜ କ୍ରିକେଟର ନିଜର କ୍ୱାରେଟାଇନ ପୁରା କରିସାରିଲେଣି ଏବଂ ଆଇପିଏଲର ୧୪ତମ ସଂସ୍କରଣ ଜଲୱା ଦେଖାଇବା ପାଇଁ ବସିଛନ୍ତି। ପଞ୍ଜାଵ କିଙ୍ଗସ କ୍ରିସ ଗେଲଙ୍କର ନାଚୁଥିବାର ଭିଡିଓ ସେୟାର କରୁଥିବା ବେଳେ ଲେଖିଲେ,ପଞ୍ଜାବ କିଙ୍ଗସ କ୍ରିସ ଗେଲଙ୍କର ଡ୍ୟାନ୍ସ କରୁଥିବା ଭିଡିଓ ସେୟାର କରି ଲେଖିଲେ,’କ୍ବାରେଣ୍ଟିନର ଖେଳ ସରିଯାଇଛି,ବାହାରକୁ ଆସିଯାଇଛନ୍ତି ଆପଣଙ୍କର ପ୍ରିୟ କ୍ରିସ ଗେଲ(କ୍ୱାରେନଟାଇନ ପୁରା ହୋଇସାରିଛି,ଆପଣଙ୍କର ପ୍ରିୟ କ୍ରିସ ଗେଲ ବାହାରକୁ ଆସିଯାଇଛନ୍ତି।)’ପଞ୍ଜାଵ କିଙ୍ଗସ ଏବଂ କ୍ରିସ ଗେଲଙ୍କୁ ବି ଟ୍ୟାଗ କରିଛନ୍ତି।

କ୍ରିସ ଗେଲ ବି ଏହି ଭିଡିଓକୁ ଇଂନଷ୍ଟାଗ୍ରାମରେ ସେୟାର କରିବାର ନଜର ଆସିଛନ୍ତି। ସେ ଭିଡିଓର କ୍ୟାପସନରେ ଲେଖିଲେ,’ଯେବେ ଆପଣ ପୁରା ଭାବରେ କ୍ୱାରେନଟିନରୁ ବାହାରକୁ ଆସିଥିବେ! କଣ ମୁଁ ଡ୍ୟାନ୍ସ ଫ୍ଲୋରରେ ଆପଣମାନଙ୍କୁ ଚମକାଇଦେଲି ? ଏହା ୱାର୍କଆଉଟ ପରେ କରାଯାଇଥିବା ହାଇୱାର୍କ ଥିଲା। ‘ସେ ଖୁସି ଭରା ଆଖିର ଇମୋଜି ବି ପୋଷ୍ଟ କଲେ। ତାଙ୍କ ଭିଡିଓ ବି ସୋସିଆଲ ମିଡିଆରେ ଭାଇରଲ ଅଛି। ତିନି ଘଣ୍ଟା ଭିତରେ ଭିଡିଓକୁ ୧ଲକ୍ଷରୁ ଅଧିକ ଲାଇକସ ମିଳିସାରିଥିଲା। ସେହିପରି,୫୦୦ରୁ କମେଣ୍ଟ ଆସିସାରିଥିଲା। କମେଣ୍ଟ କରୁଥିବା ଲୋକଙ୍କ ମଧ୍ୟରୁ ଭାରତୀୟ କ୍ରିକେଟ ଦଳର ପୂର୍ବ ଅଲରାଉଣ୍ଡର ଯୁବରାଜ ସିଂହ ଏବଂ କୋଲକାତା ନାଇଟ ରାଇଡ଼ରର୍ସର ଭଲ ବ୍ୟାଟ୍ସମ୍ୟାନ ଆଣ୍ଡ୍ରେ ରସେଲ ବି ସାମିଲ।

ଯୁବରାଜ ସିଂହ ଲେଖିଲେ,’ବହୁତ ଭଲ କାକା,ଏହା ପରେ ନିଜର ଆଣ୍ଠୁରେ ବରଫ ଲଗାଇବାର ବ୍ୟବସ୍ଥା କରିଦେବ।’ଏହାପରେ ଯୁବରାଜ ସିଂହ ହସିବାର ଇମୋଜି ବି ପୋଷ୍ଟ କରିଛନ୍ତି। ରସେଲ ଲେଖିଲେ,’ବିଗ୍ ମ୍ୟାନ ଆପଣ କ୍ୱାରେନଟିନରେ ବୋର ହୋଇଗଲେଣି।’ରସେଲ ନିଜ କମେଣ୍ଟ ପୂର୍ବରୁ ଏବଂ ପରେ ଖୁସିର ଲୁହ ଭଳି କେତେ ଇମୋଜି ପୋଷ୍ଟ କରିଛନ୍ତି। ଗେଲ ତାଙ୍କର ପୋଷ୍ଟକୁ ପଞ୍ଜାବୀଡାଡି ଏବଂ ସ୍ମୁଥକ୍ରିମିନାଲକୁ ଟ୍ୟାଗ ବି କରିବାର ଦେଖା ଯାଇଛନ୍ତି।

କ୍ରିସ ଗେଲଙ୍କ ପପ ଗୀତ ପ୍ରେମ କାହାକୁ ଅଜଣା ନାହିଁ।ମାଇକେଲ ଯାକ୍ସନଙ୍କୁ ପପ ସଙ୍ଗୀତର ରାଜା ବୋଲି ମାନାଯାଏ। ମାଇକେଲ ଜୋସେଫ ଯାକ୍ସନଙ୍କ ଜନ୍ମ ୨୯ ଅଗଷ୍ଟ ୧୯୫୮ରେ ୟୁନାଇଟେଡ଼ ଷ୍ଟେଟ ଅଫ ଇଣ୍ଡିଆନା ପ୍ରୀତର ଗ୍ୟାରୀରେ ହୋଇଥିଲା। ୨୫ ଜୁନ ୨୦୦୯କୁ ୫୦ ବର୍ଷ ବୟସରେ ଲଡ୍ସ ଆଂଜେଲସ ସ୍ଥିତ ଘରେ ହାର୍ଟଆଟାକରେ ତାଙ୍କର ମୃତ୍ୟୁ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *