ତିନିଥରର ଚମ୍ପିୟାନ ଟିମ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏଥର ଆଇପିଏଲ ପୂର୍ବରୁ ପୁରା ଦମରେ ଦେଖାଯାଉଛନ୍ତି। ସେ ଅଭ୍ୟାସ ସମୟରେ ବୋଲରଙ୍କ କ୍ଳାସ ନେଉଛନ୍ତି ଓ ଲମ୍ବା ଲମ୍ବା ଛକା ମାରୁଛନ୍ତି।ଧୋନିଙ୍କ ଏହି ଭିଡ଼ିଓ ଚେନ୍ନାଇ ସୁପର କିଙ୍ଗସ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଠାରେ ସେ ବଡ଼ ବଡ଼ ଶର୍ଟ ମାରୁଥିବା ଦେଖାଯାଇଛି।

ଧୋନି ଏବେ ଆଇପିଏଲର ୧୪ ତମ ସଂସ୍କରଣର ତୟାରୀରେ ଲାଗିଛନ୍ତି। ନିଜ କ୍ୟାପଟେନସିରେ ଚେନ୍ନାଇକୁ ତିନିଥର ଆଇପିଏଲ ଟ୍ରଫି ଜିତାଇଥିବା ଧୋନିଙ୍କର ଏକ ଭିଡ଼ିଓ ତାଙ୍କ ଟିମ ସେୟାର କରିଛି। ଭିଡ଼ିଓରେ ଦେଖାଯାଉଛିକି ଧୋନି ଅଭ୍ୟାସ ସମୟରେ ବଡ଼ ବଡ଼ ଶର୍ଟ ଲଗାଉଛନ୍ତି। ପୂର୍ଵ ବର୍ଷରେ ତାଙ୍କ ଟିମ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଏପରି ପ୍ରଥମ ଥର ହୋଇଥିଲାକି ତାଙ୍କ ଟିମ ପ୍ଲେଅଫ ଖେଳିପାରିନଥିଲା। ଏହି ଭିଡ଼ିଓ ଦେଖି ଲାଗୁଛି ଧୋନି ପୂର୍ଵ ବର୍ଷର ରାଗ ସୁଝାଉଛନ୍ତି। ତାଙ୍କ ଫ୍ୟାନ୍ସ ମଧ୍ୟ ଚାହୁଁଛନ୍ତି ଧୋନି ଚତ୍ରୁର୍ଥ ଥର ଚାମ୍ପିୟାନ ହୁଅନ୍ତୁ।
ସେହି ଭିଡ଼ିଓରେ ଦେଖାଯାଉଛି ଧୋନି ନେଟର୍ସରେ ବୋଲରଙ୍କୁ ବଡ଼ ଶର୍ଟ ଖେଳୁଛନ୍ତି। ଏହି ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ୫.୫ ଲକ୍ଷ ଲୋକ ଲାଇକ କରିସାରିଛନ୍ତି। ଧୋନିଙ୍କ ଟିମରେ ତାଙ୍କ ପୁରୁଣା ସାଥି ସୁରେଶ ରାଇନା ପୁଣି ଯୋଡି ହୋଇଛନ୍ତି। ମହେନ୍ଦ୍ର ସିଂହ ଧୋନି ଏବେ ପର୍ଯ୍ୟନ୍ତ ୨୦୪ ଆଇପିଏଲ ମ୍ୟାଚ ଖେଳିସାରିଛନ୍ତି। ଓ ୪୦.୯୯ ଔସତରେ ୪୬୩୨ ରନ ବନେଇଛନ୍ତି। ମାହିଙ୍କ ନାମରେ ଆଇପିଏଲରେ ୨୧୬ ଟି ଛକା ଅଛି। ସେ ଛକା ମାରିବା ଲିଷ୍ଟରେ ତୃତୀୟ ନମ୍ବରରେ ରହିଛନ୍ତି।
ଆଇପିଏଲର ୧୪ ତମ ସଂସ୍କରଣର ଆରମ୍ଭ ୯ ଏପ୍ରିଲରୁ ହେବ। ଯାହାର ପ୍ରଥମ ମ୍ୟାଚ ପାଞ୍ଚଥରର ଚମ୍ପିୟାନ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ଟିମ ବାଙ୍ଗାଲୋର ମଧ୍ୟରେ ହେବ। ଚେନ୍ନାଇ ସୁପର କିଙ୍ଗସ ନିଜର ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟଲ୍ସ ସହ ୧୦ ଏପ୍ରିଲକୁ ମୁମ୍ବାଇରେ ଖେଳିବାର ନଜର ଆସିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।