ରାହୁଲ ଦ୍ରାଭିଡ ରାଗରେ ବ୍ୟାଟମାରି ଭାଙ୍ଗିଲେ କାରର କାଚ, ବିରାଟ କୋହଲିଙ୍କୁ ମଧ୍ୟ ହେଲା ନାହିଁ ଭିଡ଼ିଓ ଉପରେ ବିଶ୍ୱାସ। ଦେଖନ୍ତୁ ଭିଡିଓ।

ଭାରତର ମହାନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡ ଜଣେ ଶାନ୍ତ ଓ ସରଳ ସ୍ୱଭାବର କ୍ରିକେଟର ବୋଲି ସମସ୍ତେ ଜାଣିଛନ୍ତି।କଣ ଆପଣ ବିଶ୍ୱାସ କରିପାରିବେ କି ସେ ରାଗରେ କାରର କାଚ ଭାଙ୍ଗିଦେଇଛନ୍ତି। ସେ କାରରୁ ବାହାରି ନିଜକୁ “ଗୁଣ୍ଡା କହିବାରେ ଲାଗିଲେ”ଦେଖିବା ଲୋକଙ୍କୁ ଏହା ବିଶ୍ୱାସ ହେଲାନି କିନ୍ତୁ ଏହା ସତ ଥିଲା। ରାହୁଲ ଦ୍ରାଭିଡଙ୍କୁ ଏହି ରୂପରେ ଦେଖି ଅଧିନାୟକ ବିରାଟ କୋହଲି ମଧ୍ୟ ବିଶ୍ୱାସ କରିପାରିନଥିଲେ। ସେ ଏହି ଭିଡ଼ିଓକୁ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି ରାହୁଲ ଭାଇଙ୍କ ଏହି ରୂପ କେବେ ଦେଖିନଥିଲି।

Google

୪୮ ବର୍ଷର ରାହୁଲ ଦ୍ରାଭିଡ଼ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହାର କାରଣ ହେଉଛି ସେ ଏକ ବିଜ୍ଞାପନ କରିଛନ୍ତି ଯେଉଁଥିରେ ସେ ବହୁତ ରାଗରେ ଥିବାର ନଜର ଆସିଛନ୍ତି। ସେ ରାଗରେ ନିଜ ବ୍ୟାଟ ଦ୍ଵାରା ଜଣଙ୍କ କାରର ସାଇଡ କାଚ ଭାଙ୍ଗି ଦେଇଥିବାର ଦେଖାଯାଇଛି। ଏହି ବିଜ୍ଞାପିତ ଭିଡ଼ିଓରେ ବିରାଟ କୋହଲି ଟ୍ୱିଟ କରିବା ସହ ଇମୋଜି ମଧ୍ୟ ପୋଷ୍ଟ କରିବାର ନଜର ଆସିଛନ୍ତି।

୧୬୪ ଟେଷ୍ଟ, ୩୪୪ ଏକଦିବସିୟ, ଓ ଗୋଟେ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିବା ରାହୁଲଙ୍କୁ ଗ୍ରାଉଣ୍ଡରେ ମଧ୍ୟ ଶାନ୍ତ ସ୍ୱଭାବର ଦେଖାଯାଇଛି। ତାଙ୍କର ଏହିଭଳି ରୂପ ଆଗରୁ କେହିଦେଖିନଥିଲେ। ତାଙ୍କର ଏହି ନୂଆ ବିଜ୍ଞାପନ ସମସ୍ତଙ୍କୁ ଚକିତ କରିଦେଇଛି। ଏହି କାରଣ ଅଟେ କି ଟ୍ୱିଟରରେ ସେ ଟ୍ରେଣ୍ଡରେ ଗତି କରୁଛନ୍ତି। ସେହି ଭିଡ଼ିଓରେ ରାହୁଲ ଦ୍ରାଭିଡଙ୍କୁ ରାସ୍ତାରେ ଲୋକଙ୍କ ସହ ରାଗରେ କଥା ହେଉଥିବା ଦେଖାଯାଇଛି। ସେ ଏତେ ରାଗ କରନ୍ତି ଯେ ସେ ବ୍ୟାଟ ବାହାର କରି ଗାଡି ମାନଙ୍କର କାଚ ଭାଙ୍ଗିବାରେ ଲାଗନ୍ତି। ଏହା ପରେ ସେ ଜୋରେ ପାଟି କରିବା ଦେଖାଯାଇଛି।

ରାହୁଲ ଦ୍ରାଭିଡଙ୍କର କ୍ୟାରିୟରର କଥା କହିବା ତ ସେ ଟେଷ୍ଟ ଓ ଏକଦିବସିୟ ଦୁଇ ଫର୍ମାଟରେ ୧୦ ହଜାରରୁ ଅଧିକ ରନ ବନେଇଛନ୍ତି। ତାଙ୍କ ନାମରେ ୨୮୬ ଟେଷ୍ଟ ପାରିରେ ୧୩୨୮୮ ରନ ଅଛି। ଯେବେକି ଏକଦିବସିୟରେ ୩୯.୧୬ ଔସତରେ ୧୦୮୮୯ ରନ ବନେଇଛନ୍ତି। ସେ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି ଓ ସେଥିରେ ୩୧ ରନ କରିଛନ୍ତି। ସେ କ୍ୟାରିୟରରେ ୨୯୮ ଫାଷ୍ଟ କ୍ଳାସ ମ୍ୟାଚରେ ୨୩୭୯୪ ରନ ବନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *