ଅଧିନାୟକ ବିରାଟ କୋହଲି ନିଜର ପସନ୍ଦ ଏଡ଼ିଲେଡ଼ ଗ୍ରାଉଣ୍ଡରେ ଧମାଲ କରୁଛନ୍ତି। ପ୍ରଥମ ପାରିରେ ସୁନ୍ଦର ବ୍ୟାଟିଙ୍ଗ କରିବା ପରେ ଏବେ ସେ ନିଜ ଫିଲ୍ଡିଙ୍ଗରେ ବି ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଅଶ୍ୱିନୀଙ୍କ ବଲରେ କ୍ୟାମରନ ଗ୍ରୀନଙ୍କ ଧରିଲେ ସୁନ୍ଦର କ୍ୟାଚ।

ଏଡ଼ିଲେଡ଼ରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ଭିତରେ ପ୍ରଥମ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଧମାଲ କରୁଛନ୍ତି। ପ୍ରଥମ ପାରିରେ ସୁନ୍ଦର ୭୪ ରନ କରିବା ପରେ ଅନେ କୋହଲି ଫିଲ୍ଡିଙ୍ଗରେ ବି ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଟିମ ଟେଷ୍ଟର ଦ୍ୱିତୀୟ ଦିନ ଚାହା ସମୟ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଟିମ ଉପରେ ପୁରା ନିଜର ଚାପ ସୃଷ୍ଟି କରିଛି। ଭାରତୀୟ ଟିମ ପ୍ରଥମ ପାରିରେ ୨୪୪ରନ ରେ ଅଲଆଉଟ ହୋଇଗଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଟିମ ୯୨ ରନରେ ୫ଟି ୱିକେଟ ହରାଇ ସଂଘର୍ଷ କରୁଛି। ଯଶପ୍ରୀତ ବୁମରା ସୁନ୍ଦର ବୋଲିଙ୍ଗ କରି ଆରମ୍ଭରୁ ଅଷ୍ଟ୍ରେଲିଆର ଦୁଇ ଓପନରଙ୍କୁ ଆଉଟ କରିଦେଇଛନ୍ତି। ଏହା ପରେ ଷ୍ଟାର ସ୍ପିନର ଅଶ୍ୱିନୀ ୩ଟି
ୱିକେଟ ନେଇ ଅଷ୍ଟ୍ରେଲିଆର ଦମ୍ଭ ଭାଙ୍ଗିଦେଇଛନ୍ତି।
କୋହଲି ଧରିଲେ ସୁନ୍ଦର କ୍ୟାଚ:
ମ୍ୟାଚର ୪୧ ନମ୍ବର ଓଭର ଅଶ୍ୱିନୀ କରିବାକୁ ଆସିଲେ।ତାଙ୍କ ସମ୍ନାରେ ପ୍ରଥମ ଟେଷ୍ଟ ଖେଳୁଥିବା କ୍ୟାମରନ ଗ୍ରୀନ ଥିଲେ। ଗ୍ରୀନ ଅଶ୍ୱିନୀଙ୍କ ବଲରେ ଏକ ପୁଲ ଲଗାଇଲେ ଯେଉଁଠି ବିରାଟ କୋହଲି ଏକ ସୁନ୍ଦର ଡ୍ରାଇଭ ମାରି କ୍ୟାଚ ଧରିଲେ। ଗ୍ରୀନ କେବଳ ୧୧ ରନ କରି ଆଉଟ ହୋଇଗଲେ।
Cameron Green's debut innings was stopped short by an absolute classic from Virat Kohli – and the Indian captain enjoyed it a lot! #OhWhatAFeeling@toyota_Aus | #AUSvIND pic.twitter.com/krXXaZI1at
— cricket.com.au (@cricketcomau) December 18, 2020
ଭାରତୀୟ ପାରି ମାତ୍ର ୨୪୪ ରନରେ ଅଟକିଗଲା:
ଏହା ପୂର୍ବରୁ ଭାରତୀୟ ପାରି ମାତ୍ର ୨୪୪ରନରେ ଅଟକିଯାଇଥିଲା। ମିଚେଲ ଷ୍ଟାର୍କ ୫୩ରନ ଦେଇ ଚାରୋଟି ୱିକେଟ ନେଇଥିଲେ, ପେଟ କମିନ୍ସ ୪୮ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ଭାରତର ଶେଷ ଚାରୋଟି ବ୍ୟାଟ୍ସମ୍ୟାନ କେବଳ ୧୧ ରନ କରି ଆଉଟ ହୋଇଗଲେ।ଭାରତ ପ୍ରଥମ ଦିନ ଖେଳ ଶେଷ ହେବେ ପର୍ଯ୍ୟନ୍ତ ୬ ୱିକେଟ ହରାଇ ୨୩୩ରନ କରିଥିଲା। ଭାରତ ଶେଷ ୭ଟି ୱିକେଟ ୫୬ ରନ ଭିତରେ ହରାଇଦେଲା।
ଗୋଟେ ସମୟରେ ଭାରତୀୟ ଟିମ ମାତ୍ର ୩ଟି ୱିକେଟ ହରାଇ ୧୮୮ ରନ କରିଦେଇଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲି ରନ ଆଉଟ ହେବା ପରେ ଭାରତୀୟ ପାରି ଏପଟ ସେପଟ ହୋଇଗଲା। ଅଧିନାୟକ କୋହଲି ଆଜିଙ୍କ୍ୟ ରହାଣେଙ୍କର ଏକ ରନ ନେବାର ଭୁଲ ଫଇସଲା କାରଣରୁ ରନଆଉଟ ହୋଇଗଲେ। ଆଜି ସକାଳେ ରବିଚନ୍ଦ୍ରନ ଅଶ୍ୱିନୀ(୧୫), ଙ୍କୁ ପ୍ରଥମ ଓଭରରେ କମିନସ ପାଭିଲିୟମର ରାସ୍ତା ଦେଖାଇଦେଲେ ଏବଂ ସେହିପରି ଭାବେ ସାହା (୯) ରନ କରି ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ। ଉମେସ ଯାଦବ ଓ ବୁମରା ଗୋଟେ ଗୋଟେ ଚୌକା ମାରିଲେ କିନ୍ତୁ ପରେ ଆଉଟ ହୋଇଗଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।