ପାଖାପାଖି ଗତ ୬ ତାରିଖରୁ ଓଡିଶା ଏକ ଲଘୁଚାପଜନିତ ବର୍ଷାକୁ ସାମ୍ନା କରୁଛି। ଲଗାତାର ବର୍ଷା ବର୍ତ୍ତମାନ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜାରି ରହିଛି। ଦୁଇ ଦିନ ତଳେ ସୃଷ୍ଟି ହୋଇଥିବା ଆଉ ଏକ ଘୁର୍ଣ୍ଣିବଳୟ ଆଜି ଠାରୁ ଆଉ ଏକ ଲଘୁଚାପଜନିତ ବର୍ଷା ସୃଷ୍ଟି କରିଛି। ପଶ୍ଚିମ ଏବଂ ଦକ୍ଷିଣ ଓଡିଶା ଏବଂ ଏହା ସହିତ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମରୁ ଅନବରତ ଭାବରେ ଜଳ ନିଷ୍କାସନ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଗେଟ ଖୋଲା ଯିବାରେ ଲାଗିଛି ।

ବର୍ତ୍ତମାନ ସାତଟି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଜାରି କରାଯାଇଛି। ୧୨ ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୮ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ଆଗୁଆ ପଦକ୍ଷେପ ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି ପଠା ଯାଇଛି। ଏହା ସହିତ ମହାନଦୀ ଉପକୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୧୫ ତାରିଖ ସକାଳ ୮ ଟା ସୁଦ୍ଧା ଏହି ବନ୍ୟା ପରିସ୍ଥିତି ଉପୁଜିପାରେ।

କଟକ, ଜଗତସିଂହପୁର, ଗଜପତି ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି। ଏଥିମଧ୍ୟରେ ପୁରୀ ,କଟକ ,କେନ୍ଦ୍ରାପଡା ଜଗତସିଂହପୁର , ଢେଙ୍କାନାଳ, ଯାଜପୁର ଏବଂ ଭଦ୍ରକ ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ମାତ୍ରରେ ବର୍ଷା ହେବାର ଲାଗିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ମାତ୍ରରେ କାଳବୈଶାଖୀ ହେବା ସହିତ ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।
ବାଲେଶ୍ଵର, ଭଦ୍ରକ, ସୁନ୍ଦରଗଡ, ଝାରସୁଗୁଡା ,ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ନୟାଗଡ଼ ଭଳି ସ୍ଥାନରେ କିଛି ମାତ୍ରାରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଦକ୍ଷିଣ ଭାଗରେ ଥିବା ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି।
ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଥିସହିତ ମାଛଧରାଳିମାନଙ୍କୁ ଏବଂ ଅନ୍ୟାନ୍ୟ ଲୋକଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି। ଓଡ୍ରାଫ ଟିମ ନିଜ ସରଞ୍ଜାମ ସହିତ ପ୍ରସ୍ତୁତ ଅଛନ୍ତି। ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ସରକାର ସେଥିପାଇଁ ମଧ୍ୟ ପ୍ରସ୍ତୁତ ରହିଛନ୍ତି।ତେବେ ନିଜେ ସତର୍କ ରୁହ ଏବଂ ବର୍ଷା ସମୟରେ ବାହାରକୁ ଯାଆନ୍ତୁ ନାହିଁ, ଗୃହପାଳିତ ପଶୁ ଏବଂ ପକ୍ଷୀ ମାନଙ୍କୁ ସୁରକ୍ଷିତ ସ୍ଥାନରେ ଶୁଖିଲା ସ୍ଥାନରେ ରଖନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।