ୟୋଲୋ ୱାରନିଂ ଜାରି: ୨୨ ଟି ଜିଲ୍ଲାକୁ କଡା ସତର୍କ ସୂଚନା, ଆଗାମୀ ୨ଦିନ ପ୍ରବଳ ଭିଜିବ ଓଡିଶା

ଓଡ଼ିଶାର ଅଧିକ ଜିଲ୍ଲା ଆଜି ଠୁ ଅଧିକ ଭିଜିବ ବୋଲି ସୂଚନା ଆସିଛି। ଏହାର କାରଣ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ୧୨ ଘଣ୍ଟା ଭିତରେ ଲଘୁଚାପର ରୂପରେ ପରିଣତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରକୋପ ସ୍ୱରୂପ ଓଡ଼ିଶାର ୨୨ ଟି ଜିଲ୍ଲାକୁ ଜାରି ହୋଇଛି ୟୋଲୋ ୱାରନିଂ। ପାଣିପାଗ ବିଭାଗର ପୂର୍ବାନୁମାନ ଏହା ଅଟେ ଯେ ୬ ଟି ଜିଲ୍ଲା ଏପରି ଯେଉଁଠି କେତୋଟି ସ୍ଥାନରେ ପ୍ରବଳ ବର୍ଷା ବର୍ଷିବାର ସମ୍ଭାବନା ରହିଅଛି।

Google

ପୁରୀ, ଗଂଜାମ ସମେତ କୋରାପୁଟ, ମାଲକାନଗିରି,ରାୟଗଡା ଏବଂ ଗଜପତି ସେହି ୬ଟି ଜିଲ୍ଲା ଅଟନ୍ତି ବୋଲି ତଥ୍ୟରୁ ଜଣା ପଡ଼ିଛି। ପାଣିପାଗ ବିଭାଗ ଅନୁସାରେ ଆଜି ଏବଂ କାଲି ବର୍ଷା ଯେତିକି ହେଉଥିଲା ତାଠାରୁ ଅଧିକ ହେବାର ସମ୍ଭାବନା ଅଛି।

ପବନର ବେଗ କଥା କହିବା ତ ପାଣିପାଗ ବିଭାଗ ଅନୁସାରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗ ରହିପାରେ। ବାକି ୧୬ ଟି ଜିଲ୍ଲା (ଢେଙ୍କାନାଳ,ଜଗତସିଂହପୁର,କେନ୍ଦୁଝର,କେନ୍ଦ୍ରାପଡା,ମୟୁରଭଞ୍ଜ,ଅନୁଗୁଳ,ବାଲେଶ୍ଵର,କନ୍ଧମାଳ,ନବରଙ୍ଗପୁର,କଳାହାଣ୍ଡି,ବୌଦ୍ଧ,କଟକ,ଯାଜପୁର,ନୟାଗଡ଼, ଭଦ୍ରକ ଏବଂ ଖୋର୍ଦ୍ଧା)ର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ଚାନ୍ସ ଅଛି।

Google

ମାଛ ଧରାଳି ମାନଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି। ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏହି ବର୍ଷାକୁ ସାମ୍ନାରେ ରଖି। ବର୍ଷାର ରେକର୍ଡ କଥା କହିବା ତ ୧ ଜୁନ ଠାରୁ ଏବେ ଯାଏ ରାଜ୍ୟରେ ଯେତିକି ଅନୁମାନ କରାଯାଏ ତାହା ଠାରୁ ୩୦% କମ ବର୍ଷା ଦର୍ଜ ହୋଇଛି। ଆପଣଂକୁ କହିରଖିବୁ ଆପଣ ସତର୍କତା ଅବଲମ୍ବନ କରନ୍ତୁ। ଘରେ ହିଁ ରୁହନ୍ତି। ପବନ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *