୧୫ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା, ୧୬ ରୁ କମିବ ତାପମାତ୍ରା ବଢିବ ଶୀତ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ବର୍ଷ ୨୦୨୧ରେ ବର୍ଷା ରାଜ୍ୟରେ ଏତେ ହୋଇଥିଲା ତାହା ଦ୍ଵାରା ଅନେକ ଫସଲ ନଷ୍ଟ ହୋଇଥିଲା ଓ ଲୋକ ନାନା ଅସୁବିଧାର ସାମ୍ନା କରିଥିଲେ। ଧାନ କଟା ସମୟରେ ପୁଣି ରାଜ୍ୟର ବର୍ଷାକୁ ନେଇ ଅସବ୍ୟସ୍ତ ଚାଷୀ ଭାଇମାନେ। ପାଣିପାଗ ବିଭାଗ ଏହାର ସୂଚନା ଦେଇଥିଲେ ଏହି ବର୍ଷା ରାଜ୍ୟର ପଶ୍ଚିମ ଓଡ଼ିଆରେ ଜାରି ରହିଛି। ଏହି ବର୍ଷା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ବର୍ଷା ୧୧ ରୁ ଆରମ୍ଭ ହୋଇଥିଲା। ଗତକାଲି ୧୧ ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପାଗ ଖରାପ ରହିବା ସହିତ ସ୍ୱଳ୍ପ ବର୍ଷା ହୋଇଛି।

Google

ଆସନ୍ତା ୩ ଦିନ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରିରହିବ ବୋଲି ପାଣିପାଗ ବିଭାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କରିଛନ୍ତି। ସେ କହିବା ଅନୁସାରେ ମଙ୍ଗଳବାରଦିନ ସମ୍ବଲପୁର, ଝାଡ଼ସୁଗୁଡା ଓ ସୁନ୍ଦରଗଡରେ ରାତିରେ ହାଲୁକା ବର୍ଷା ହୋଇଥିଲା। ସେହିପରି ବୁଧବାର ରାତିରେ ମଧ୍ୟ କିଛି ସ୍ଥାନରେ ବର୍ଷାର ସମ୍ଭାବନା ଅଛି। ଏହି ବର୍ଷା ୧୨-୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ବର୍ଷାର ପରିମାଣ ୪୦-୫୦ ମିଲିମିଟର ରହିପାରେ ବୋଲି ପାଣିପାଗ ବିଭାଗ କହିଛି।

ଏହା ପରେ ୧୬ ରୁ ବର୍ଷା କମିବା ସହ ତାପମାତ୍ର ମଧ୍ୟ କହିବ ଓ ଶୀତ ବଢିବ। ରାଜ୍ୟରେ ଅଧିକ କୁହୁଡି ରହିବ ତେଣୁ ଲୋକ ଓ ଗାଡି ଚାଳକଙ୍କୁ ସତର୍କ ରହିବାକୁ କୁହାଯାଇଛି। ୨୦ ତାରିଖରୁ ପୁଣି ମେଘର ସମ୍ଭାବନା ନଥିଲେବି ପାଗ କୋହଲା ରହିବ ବୋଲି ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ଚାଷୀ ଭାଇ ମାନେ ସତର୍କ ସହ ଧାନକୁ ଭଲ ସ୍ଥାନରେ ରଖନ୍ତୁ।

Google

ପାଣିପାଗ ବିଭାଗର ରେକର୍ଡ ଅନୁସାରେ ରାଜ୍ୟରେ ଲାଞ୍ଜିଗଡ଼ରେ ୩୬.୪, ବଲାଙ୍ଗୀରରେ ୨୩, ନୂଆପଡ଼ାରେ ୨୩, ନବରଙ୍ଗପୁରରେ ୨୧, ଭବାନୀପାଟଣାରେ ୨୦, ସୋନପୁରରେ ୧୭,ଝାଡ଼ସୁଗୁଡାରେ ୪୫.୬,କନ୍ଧମାଳରେ ୩୮, ଜୁନାଗଡ଼ରେ ୧୩,ନୂଆପଡାରେ ୧୧.୩, କଳାହାଣ୍ଡିରେ ୩୬.୪, ବଲାଂଗିରିରେ ୨୩, ନୂଆପଡାରେ ୨୩ ଓ ନବରଙ୍ଗପୁରରେ ୨୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନେକ ଜିଲ୍ଲାରେ ପାଣିପାଗ ବିଭାଗ ୟେଲୋ ୱାରନିଙ୍ଗ ମଧ୍ୟ ଦେଇଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *