ବ୍ୟୁରୋ ରିପୋର୍ଟ: ବର୍ଷା ରାଜ୍ୟରେ ପ୍ରାୟ ଲାଗି ରହିଛି କାରଣ ଗୋଟେ ପରେ ଗୋଟେ ଲଘୁଚାପ ଦ୍ଵାରା ପ୍ରବଳ ବର୍ଷା ଜାରି ରହିଛି। କିଛି ଦିନ ବର୍ଷା ଏତେ ମାତ୍ରାରେ ହୋଇନଥିବା ବେଳେ ପୁଣି ପାଣିପାଗ ବିଭାଗ ବର୍ଷାର ଆକଳନ କରିଛନ୍ତି।ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା କାଲିଠୁ ପୁଣି ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷା ହେବାର ଚାନ୍ସ ଅଛି। ଏହି ବର୍ଷାର ପରିଣାମ ଆସନ୍ତା କାଲି ଅର୍ଥାତ ୨୩ କୁ ଅଧିକ ହେବାର ଥିବାରୁ କାଲି ପାଇଁ ପାଣିପାଗ ବିଭାଗ ତିନୋଟି ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲା ପାଇଁ ଏହି ୟେଲୋ ୱାର୍ନିଂ ଜାରି କରିଛନ୍ତି ପାଣିପାଗ ବିଭାଗ।
ଯେଉଁ ୩ଟି ଜିଲ୍ଲାରେ ୨୩ ତାରିଖରେ ବର୍ଷାର ପ୍ରଭାବଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରି ୟେଲୋ ୱାନିଂ ଜାରିକରିଛି ସେଗୁଡିକ ହେଲା ମୟୁରଭଞ୍ଜ, ବାଲେଶ୍ଵର ଓ କେନ୍ଦୁଝର। ସେହିପରି ବର୍ଷା ୨୪ ତାରିଖ ମଧ୍ୟ ଜାରି ରହିପାରେ ଯାହା ଅଧିକ ପ୍ରଭାବ ପକାଇବ ଅନୁଗୁଳ, ଗଜପତି, ଗଞ୍ଜାମ ଓ ଢେଙ୍କାନାଳ। ପାଣିପାଗ ବିଭାଗର କହିବା ଅନୁସାରେ ଆଭ୍ୟନ୍ତରଣ ଓଡ଼ିଆରେ ୨୫ ତାରିଖରେ ମଧ୍ୟ ବର୍ଷା ଜାରିରହିବ।

ଏହା ସହିତ ପାଣିପାଗ ବିଭାଗ ଯେଉଁଠି କେତେ ବର୍ଷା ୧ ଜୁନ ୨୦୨୨ରୁ ୨୧ ଅଗଷ୍ଟ ୨୦୨୨ମଧ୍ୟରେ ହେଇଛି ଏହାର ରେକର୍ଡ ଜାରିକରିଛନ୍ତି। ସୂଚନା ଅନୁସାରେ ଏହି ସମୟରେ ରାଜ୍ୟରେ ମୋଟ ୯୩୪.୨ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟରେ କନ୍ଧମାଳ ସବୁଠୁ ଅଧିକ (+୭୩%), ବୌଦ୍ଧ(+୬୨%),ଦେବଗଡ଼(+୪୦%), ରାୟଗଡା(+୩୩%),କୋରାପୁର(+୩୦%), ଢେଙ୍କାନାଳ(+୨୯%),ନୟାଗଡ଼(+୨୨%) ଜଗତସିଂହପୁର(+୨୧%),ଗଜପତି(+୨୦%), ଓ ନୂଆପଡା(+୨୦%), ସ୍ୱାଭାବିକ ଠୁ ଅଧିକ ବର୍ଷା ହେଇଥିବା ବେଳେ ଅନ୍ୟ ୨୦ ଜିଲ୍ଲାରେ ସ୍ୱାଭାବିକ ଠୁ କମ ବର୍ଷା ହେଇଛି।
୧ ଜୁନ ୧୦୨୨ ରୁ ୨୧ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୧୧.୯ ମିମି ତୁଳନାରେ ୧୫% ଅଧିକ ରହିଛି,
ଏହି ସମୟ ମଧ୍ୟରେ ବୌଦ୍ଧ (+୬୨%) ଏବଂ କନ୍ଧମାଳ(+୭୩%) ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି pic.twitter.com/hTGH9lBa3U
— Meteorological Centre, Bhubaneswar (@mcbbsr) August 22, 2022
ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବଭାବିକ ଠୁ ୧୫% ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି। ଅଧିକ ବର୍ଷା କାରଣରୁ ବର୍ତ୍ତମାନ ରାଜ୍ୟର ଅନେକ ନଦୀରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି ଓ ଅନେକ ଗାଁରେ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଓ ନାନା ଅସୁବିଧାର ସାମ୍ନା କରୁଛନ୍ତି।