ପାଣିପାଗ ବିଭାଗର ସତର୍କ ସୂଚନା! ୪୮ ଘଣ୍ଟାରେ ଡିପ୍ରେସନରେ ପରିଣତ ହୋଇପାରେ ଲଘୁଚାପ, ଜାରି ହେଲା ଅରେଞ୍ଜ ୱାର୍ନିଂ

ବ୍ୟୁରୋ ରିପୋର୍ଟ: ରାଜ୍ୟରେ ପ୍ରାୟ କେତେକ ଅଞ୍ଚଳରେ ବର୍ଷା ଲାଗି ରହିଛି ଯାହା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଯୋଗୁ ଏବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ପାଖାପାଖି ଆସନ୍ତା ୪୮ ଘଣ୍ଟାରେ ଅଵପାତରେ ପରିଣତ ହୋଇପାରେ। ଏହା ଅଵପାତର ରୂପ ନେବା ପରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ପାଇଁ ପାଣିପାଗ ବିଭାଗ ଦୁଇଟି ଜିଲ୍ଲାପାଇଁ ରେଡ ୱାର୍ନିଂ ଜାରି କରିଛନ୍ତି ସେହି ଦୁଇଟି ଜିଲ୍ଲା ହେଉଛି ରାୟଗଡା, କଳାହାଣ୍ଡି। ସେହିପରି ପାଣିପାଗ ବିଭାଗ ଆସନ୍ତା କାଲି ପାଇଁ ୮ ଜିଲ୍ଲାରେ ଅରେଞ୍ଜ ୱାର୍ନିଂ ଜାରି କରିଛି। ସେହି ଜିଲ୍ଲାମାନେ ହେଉଛନ୍ତି ବଲାଙ୍ଗୀର କନ୍ଧମାଳ,ମାଲକାନଗିରି, ଗଞ୍ଜାମ,କୋରାପୁଟ, ଗଜପତି,ନବରଙ୍ଗପୁର, ନୂଆପଡା।

Google

ଏହା ସହ ପାଣିପାଗ ବିଭାଗ ଆସନ୍ତା କାଲି ପାଇଁ ୧୦ ଟି ଜିଲ୍ଲାରେ ୟେଲୋ ୱାର୍ନିଂ ଜାରି କରିଛି। ସେହି ଜିଲ୍ଲାସବୁ ହେଉଛନ୍ତି କଟକ, ବରଗଡ଼, ସୋନପୁର, ଅନୁଗୁଳ, ଜଗତସିଂହପୁର, ପୁରୀ, ସମ୍ବଲପୁର, ନୟାଗଡ଼, ଖୋର୍ଦ୍ଧା। ଏଥିପାଇଁ ପାଣିପାଗ ବିଭାଗ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ ପାଇଁ ସୂଚନା ଦେଇଛନ୍ତି।

ସେହିପରି ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମାଛ ଧରାଳିଙ୍କୁ ସମୁଦ୍ରକୁ ନଯିବାକୁ କୁହାଯାଇଛି। ଏହା ସହ ପାହାଡିଆ ଅଞ୍ଚଳରେ ଅଧିକ ବର୍ଷା ଯୋଗୁଁ ଭୁସ୍କଳନ ହେବାର ସମ୍ଭାବନା ରହିଛି ତେଣୁ ପାହାଡିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ଯେଉଁ ମାଛ ଧରାଳି ସମୁଦ୍ରକୁ ଯାଇଛନ୍ତି ତୁରନ୍ତ ଫେରି ଆସିବାକୁ କୁହାଯାଇଛି। ଆସନ୍ତା ଦୁଇ ଦିନ ସମୁଦ୍ରକୁ ଯିବାକୁ ମନା କରାଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *