ରାଜ୍ୟରେ ପ୍ରଭାବହୀନ ମୌସୁମୀ! ୩ ତାରିଖ ଯାଏ ରାଜ୍ୟରେ ବର୍ଷାର ସମ୍ଭାବନା

ବ୍ୟୁରୋ ରିପୋର୍ଟ: ରାଜ୍ୟରେ ପ୍ରଭାବହୀନ ପାଲଟିଛି ମୌସୁମୀ। ପ୍ରାୟ କେତେକ ଜାଗାରେ ନିଆଣ୍ଟିଆ ବର୍ଷା ହେଇଚି। ପାଖାପାଖି ୧୩ ଜିଲ୍ଲାରେ ଅତିନିଆଣ୍ଟିଆ ବର୍ଷା ହୋଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ତେବେ ଆସନ୍ତା ୪ ତାରିଖରେ ବଢ଼ିପାରେ ବର୍ଷାର ସମ୍ଭାବନା। ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ କହିଛନ୍ତି କି ଘୁର୍ଣ୍ଣିବଳୟ ପ୍ରଭାବରେ ଅଧିକ ବର୍ଷା ହୋଇପାରେ।

ତେବେ ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ ପୁରୀ, ନୂଆପଡା, ମାଲକାନଗିରି, ବୌଦ୍ଧ, ବରଗଡ଼, ସୋନପୁର, କେନ୍ଦ୍ରାପଡା, ଅନୁଗୁଳ, କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼ ଓ ବରଗଡ଼ ଜିଲ୍ଲାରେ ବର୍ଷା ହୋଇନି ବୋଲି ଜଣା ଯାଇଛି।

Google

ନିଅଣ୍ଟିଆ ବର୍ଷା ନବରଙ୍ଗପୁର, କୋରାପୁଟ, ନୟାଗଡ଼, ଗଂଜାମ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ବଲାଙ୍ଗୀର, ମୟୁରଭଞ୍ଜ, ସମ୍ବଲପୁର, ବାଲେଶ୍ଵରରେ ହୋଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

ଯାଜପୁର, ରାୟଗଡା, ବଲାଙ୍ଗୀରରେ ଭଲ ବର୍ଷା ହୋଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ଆଗାମୀ ୩ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗର ଅନୁମାନ କି ୩୦,୧,୨ ରେ ବର୍ଷା ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *