ବ୍ୟୁରୋ ରିପୋର୍ଟ: ବର୍ତ୍ତମାନ ସମୟ ହେଉଛି ଚାଷର ସମୟ ଓ ଏବେ ବର୍ଷାର ଆବଶ୍ୟକତା ରହିଛି। କିନ୍ତୁ ଗତ କିଛି ଦିନ ଧରି ହେବ ରାଜ୍ୟରେ ଜୋରେ ଖରା ହେଉଥିଲା ଯାହା ଦ୍ୱାରା ଲୋକ ଓ ଚାଷୀକୁଳ ଚିନ୍ତିତ ଥିଲେ ହେଲେ ଏବେ ପୁଣି ବର୍ଷା ହେବାର ଲାଗିଛି। ସକ୍ରିୟ ମୌସୁମୀ ଦ୍ଵାରା ସୃଷ୍ଟି ଲଘୁଚାପ ଯୋଗୁଁ ରାଜ୍ୟରେ ପୁରୀ, ଭୁବନେଶ୍ୱର, କଟକ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ଲାଗିଛି।

ଏବେ ପାଣିପାଗ ବିଭାଗର ସୂଚନା ଅନୁସାରେ ସେହି ଲଘୁଚାପ ଯୋଗୁଁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଆରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି କାରଣରୁ ପାଣିପାଗ ବିଭାଗ ଆସନ୍ତା କାଲି ସକାଳ ୮ ପର୍ଯ୍ୟନ୍ତ ୭ ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲା ହେଉଛି ରାୟଗଡା, ଗଜପତି, ମାଲକାନଗିରି, କୋରାପୁଟ,ଗଞ୍ଜାମ, ଗଜପତି ଓ ନବରଙ୍ଗପୁର।

ସେହିପରି ପାଣିପାଗ ବିଭାଗ ଅଗଷ୍ଟ ୭ ସକାଳ ୮ ଟାରୁ ୮ ଅଗଷ୍ଟ ସକାଳ ୮ ପର୍ଯ୍ୟନ୍ତ ୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଂ ଜାରିକରିଛି। ସେହି ଜିଲ୍ଲା ହେଉଛନ୍ତି ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି ଓ ନବରଙ୍ଗପୁର। ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।