ଭାରତର ଚର୍ଚ୍ଚିତ ଟି ୨୦ ଲିଗ ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ମିନି ଆକ୍ସନର ପ୍ରସ୍ତୁତି ଚାଲିଛି। ହେଲେ ତା ପୂର୍ବରୁ ଫ୍ରେଞ୍ଚଇଜିକୁ ୨୦ ଜାନୁଆରୀ ପର୍ଯ୍ୟନ୍ତ ନିଜ ରିଟେନ ଓ ରିଲିଜ କରାଯିବା ଖେଳାଳିର ସୂଚୀ ଦେବାର ଅଛି।ଏମିତିରେ ଏବେ ସବୁ ଟିମ ନିଜ ବେଷ୍ଟ ଖେଳାଳିଙ୍କ ସହ ରହିବାକୁ ଚାହିଁବ ଓ କିଛି ଖେଳାଳିଙ୍କୁ ଛାଡି ନିଜର ପର୍ସରେ ରାଶି ବଞ୍ଚେଇବାକୁ ପଡିବ। ଏହାକୁ ଦେଖି କିଛି ଟିମ ନିଜର ସବୁଠୁ ଉମ୍ରଦରାଜ ଖେଳାଳିଙ୍କୁ ରିଲିଜ କରିବେ ତ ଏଥିରେ କିଛି ଚିନ୍ତାର ବିଷୟ ନାହିଁ।

ଇମ୍ରାନ ତାହିର: ଦକ୍ଷିଣ ଆଫ୍ରିକାର ସ୍ପିନର ଇମ୍ରାନ ତାହୀର ୪୧ ବର୍ଷର ହୋଇଗଲେଣି। ଚେନ୍ନାଇ ସୁପର କିଙ୍ଗସର ଏହି ଖେଳାଳି ଆଇପିଏଲ ସଫର ଏପର୍ଯ୍ୟନ୍ତ ଭଲ ଅଛି। ହେଲେ ୟୁଏଇରେ ଖେଳାଯାଇଥିବା ୧୩ ତମ ସିଜିନରେ ତାଙ୍କୁ ଅଧିକ ମୌକା ମିଳିଲା ନାହିଁ। ସେ ତିନି ମ୍ୟାଚରେ କେବଳ ୧ ଟି ୱିକେଟ ନେଇଛନ୍ତି। ଏମିତିରେ ଟିମରେ ବଦଳେଇବାର ସଂକେତ ଦେଇଦେଇଛି ଯାହାଫଳରେ ମ୍ୟାନେଜମେଣ୍ଟ ତରଫରୁ ତାଙ୍କ ବଦଳରେ ଏକ ଯୁବ ଖେଳାଳିଙ୍କୁ ସ୍ଥାନ ଦେବାକୁ ଚାହୁଁଛି।
କ୍ରିଷ ଗେଲ: ୱେଷ୍ଟଇଣ୍ଡିଜର ବିସ୍ଫୋଟକ ବ୍ୟାଟ୍ସମ୍ୟାନ କ୍ରିଷ ଗେଲ ୪୧ ବର୍ଷୀୟ ହେଲେ ମଧ୍ୟ ଏବେ ମଧ୍ୟ ତାଙ୍କ ବ୍ୟାଟକୁ ବୋଲର ମାନେ ଡରନ୍ତି। ନିଜେ ଗେଲ ହିଁ କହିଛନ୍ତି କି ସେ ଆଗାମୀ ୫ ବର୍ଷ ପାଇଁ ଖେଳିବେ। ନିକଟରେ ୟୁଏଇରେ ଖେଳାଯାଇଥିବା ଆଇପିଏଲରେ ଗେଲ କିଙ୍ଗସ ଏକାଦଶ ତରଫରୁ କିଛି ମ୍ୟାଚ ଜିତାଇବା ପାରି ଖେଳିଥିଲେ। ସେ ଆଇପିଏଲ ୨୦୨୦ ରେ ୭ ଟି ମ୍ୟାଚରେ ୪୧.୧୪ ଔଷତରେ ୨୮୮ ରନ କରିଥିଲେ। ଏମିତିରେ ପଂଜାଵ ଟିମ ତାଙ୍କୁ ରିଲିଜ କରିବାକୁ ଚାହିଁବ ନାହିଁ।

ମହେନ୍ଦ୍ର ସିଂ ଧୋନୀ: ଭାରତର ପୂର୍ଵତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତ୍ରରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି ହେଲେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସରେ ରହିଛନ୍ତି। ଧୋନୀଙ୍କ ଅଧିନାୟିକତ୍ୱରେ ଆଇପିଏଲର ୧୩ ସିଜିନରେ ଚେନ୍ନାଇ ପ୍ରଦର୍ଶନ ଏତେ ଭଲ ନ ରହିଥିଲେ ମଧ୍ୟ ପ୍ରବନ୍ଧନ ତାଙ୍କ ଉପରେ ଭରସା ବନେଇ ରଖିଛନ୍ତି। ଟିମକୁ ୩ ଥର ଟ୍ରଫି ଜିତେଇଥିବା ଏହି ଦିଗଜ ଖେଳାଳି ଆଉ ଥରେ ସିଏସକେକୁ ଜିତେଇବାକୁ ଚେଷ୍ଟା କରିବ।
ଅମିତ ମିଶ୍ର: ଭାରତୀୟ ସ୍ପିନର ଅମିତ ମିଶ୍ର ଦିଲ୍ଲୀ ଟିମର ମୁଖ୍ୟ ଭାଗ ଅଟନ୍ତି। ୧୩ ସିଜିନରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଖେଳିବା ଯୋଗୁଁ ତାଙ୍କ ପାଇଁ ଖେଳିବା କଷ୍ଟକର ହୋଇଥିଲା।ପୂର୍ଵ ମ୍ୟାଚରେ ସେ ଆହତ କାରଣରୁ ସେ କେବଳ ତିନିଟି ମ୍ୟାଚ ଖେଳି ୩ ଟି ୱିକେଟ ନେଇଥିଲେ। ହେଲେ ଦିଲ୍ଲୀ ଟିମ ତାଙ୍କର ରେକର୍ଡ଼ ଦେଖି ତାଙ୍କୁ ଟିମରେ ରଖିବାକୁ ଚାହିଁବ। ସେ ଆଇପିଏଲରେ ସଫଳ ଲେଗ ସ୍ପିନର ମଧ୍ୟରୁ ଜଣେ ସେ ଆଇପିଏଲରେ ୧୫୦ ମ୍ୟାଚରେ ୭ ଇକୋନମିରେ ୧୬୦ ୱିକେଟ ଅକ୍ତିଆର କରିଛନ୍ତି।
ଡେଲ ଷ୍ଟେନ: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଏବେ ୩୭ ବର୍ଷୀୟ ହୋଇଗଲେଣି। ବଢିବା ବୟସ ସହ ଆହତ ସମସ୍ୟା ହୋଇ ସେ ଆଗ ଭଳି ଆଉ ଭଲ ବୋଲିଂ କରି ପାରୁନାହାନ୍ତି ଏହା ସତ୍ତ୍ୱେ ମଧ୍ୟ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ତାଙ୍କୁ ୧୩ ତମ ସିଜିନରେ ତାଙ୍କ ଟିମରେ ରଖିଥିଲେ। ସେ କିଛି ଖାସ ନ କରି ପାରି ୩ ଟି ମ୍ୟାଚରେ ୧ ୱିକେଟ ନେଇଥିଲେ। ଷ୍ଟେନ ନିକଟରେ ଏକ ବୟାନ ଜାରି କରି କହିଥିଲେ କି ସେ ନିଜ କାରଣ ପାଇଁ ଆଇପିଏଲ ୨୦୨୧ ରେ ଅଂଶ ଗ୍ରହଣ କରିବେ ନାହିଁ। ଟିମ ମଧ୍ୟ ତାଙ୍କୁ ରିଟେନ କରିବାକୁ ଚାହିଁବ ନାହିଁ ଓ ତାଙ୍କ ଜାଗାରେ କିଛି ଅନ୍ୟ ଯୁବ ଖେଳାଳିଙ୍କୁ ଜାଗା ଦେବ।
ଏ ବି ଡିଭିଲିୟର୍ସ: ଦକ୍ଷିଣ ଆଫ୍ରିକାର ପୂର୍ଵ ଅଧିନାୟକ ଓ ମିଷ୍ଟର ୩୬୦ ନାମରେ ଜଣାଯିବା ଏ ବି ଡିଭିଲିୟର୍ସ ଏବେ ୩୬ ବର୍ଷର ହୋଇଗଲେଣି ହେଲେ ତାଙ୍କର ବ୍ୟାଟିଂ ଆଗ ଭଳି ଭୟଙ୍କର ରହିଛି। ରିଟାୟାର୍ଡମେଣ୍ଟ ପରେ ସେ ଆହୁରି ଭୟଙ୍କର ହୋଇଯାଇଛନ୍ତି। ସେ ଆଇପିଏଲରେ ଆରସିବିର ମୁଖ୍ୟ ଖେଳାଳି ଓ ବିରାଟ କୋହଲିଙ୍କ ମିତ୍ର ଅଟନ୍ତି। ସେ ନିଜ ବଲରେ ରୟାଲ ଚାଲେଞ୍ଜରସ ବାଙ୍ଗାଲୋରକୁ ଅନେକ ମ୍ୟାଚ ଜିତେଇଛନ୍ତି। ୧୩ ସିଜିନରେ ସେ କେତେକ ମ୍ୟାଚ ଜିତାଇବା ପାରି ଖେଳିଛନ୍ତି ଓ ୧୫ ମ୍ୟାଚରେ ୪୫.୪୦ ଔଷତରେ ୪୫୪ ରନ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ଆଇପିଏଲରେ ୪୦.୪୦ ଔଷତରେ ୪୮୪୯ ରନ କରିସାରିଲେଣି। ସେ ବ୍ୟାଟିଂ ସହ ଦରକାର ବେଳେ ୱିକେଟକିପର ମଧ୍ୟ ହୋଇଥାନ୍ତି। ଏହି ସବୁ କାରଣରୁ ଆରସିବି ତାଙ୍କୁ ରିଲିଜ କରିବାକୁ ଚାହିଁବ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।