କରୋନା ପଜେଟିଭ ଆସିବା ପରେ କ୍ରିକେଟରଙ୍କ ବଢିଯାଇଥାଏ ଅସୁବିଧା,ଜାଣନ୍ତୁ କଣ ଅଟେ ଫେରିବାର ନିୟମ।

ଦୁନିଆର ସବୁଠାରୁ ମହଙ୍ଗା ଟି-୨୦ ଲିଗର ୧୪ ତମ ସଂସ୍କରଣ ଆରମ୍ଭ ହେବାର ୬ ଦିନ ପୂର୍ବରୁ ଦିଲ୍ଲୀ କ୍ୟାପିଟଲ୍ସକୁ ବଡ଼ ଝଟକା ଲାଗିଛି। ମୁମ୍ବାଇରେ ଦିଲ୍ଲୀ କ୍ୟାପିଟଲ୍ସ ନିଜର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ବିରୁଦ୍ଧରେ ଖେଳିବାର ନଜର ଆସିବ। ଏହି ମ୍ୟାଚରେ ଅକ୍ଷର ପଟେଲଙ୍କ ଖେଳିବା ଏବେ କଷ୍ଟସାଧ୍ୟ।

Google

ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ କୋଭିଡ-୧୯ ମିଳିଥିବା ଖେଳାଳିଙ୍କ ଫେରିବାକୁ ନେଇ କିଛି ନିୟମ କରିଛନ୍ତି। ଯାହାକୁ ଏସଓପି କୁହାଯାଇଥାଏ। ଏହାର ନିୟମ ଅନୁସାରେ କୌଣସି ଖେଳାଳି କରୋନା ପଜେଟିଭ ମିଳିବା ପରେ ତାଙ୍କୁ କମସେ କମ ୧୦ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ହେବ। ଏହା ସହିତ ଅକ୍ଷର ପଟେଲ ନିଜ ଟିମ ସହ ପ୍ରଥମ ମ୍ୟାଚରେ ଅଂଶ ଗ୍ରହଣ କରିପାରିବେ ନାହିଁ। ଏହା ପରେ ତାଙ୍କୁ ପୁଣି ଟେଷ୍ଟ କରାଯିବ ଯଦି ରିପୋର୍ଟ ପଜେଟିଭି ଆସେ ତେବେ ସେ ପୁଣି ଆଇସୋଲେସନରେ ଗତି କରିବେ।

ଏସପିଓର ଅନୁସାରେ ଯଦି କୌଣସି ଖେଳାଳି କରୋନା ପଜେଟିଭି ମିଳିବେ ତାଙ୍କୁ ବାୟୋ ସୀକ୍ୟୁରରୁ ବାହାର କୌଣସି ଏକ ନିଦ୍ଧିଷ୍ଟ ଜାଗାରେ ନିଜକୁ ଆଇସୋଲେସନରେ ରଖିବାକୁ ହେବ। ଏହାର ଆରମ୍ଭ ସେବେ ହେବ ଯେବେ କୌଣସି ଖେଳାଳିକୁ କରୋନାର ଲକ୍ଷଣ ଦେଖାଯିବ ଓ ସ୍ୟାମ୍ପଲ ନିଆଯାଇଥାଏ ବା ଯଦି ଆରଟି-ପିସିଆର ଟେଷ୍ଟ ଯଦି ପଜେଟିଭ ଆସିଥାଏ(ଯାହା ପୂର୍ବରୁ ଥିଲା)।

Google

୧୦ ଦିନର ଆଇସୋଲେସନରେ ତାଙ୍କୁ ଆରାମ କରିବା ଆବଶ୍ୟକ ଓ କୌଣସି ପ୍ରକାର ଅଭ୍ୟାସ କରିବା ଅନୁଚିତ।ଟିମର ଡାକ୍ତର ନିୟମିତ ରୂପରେ ତାଙ୍କ ଉପରେ ଲକ୍ଷ୍ୟ ରଖିବେ। ଆଇସୋଲେସନ ସମୟରେ ଯଦି ଖେଳାଳିଙ୍କ ଲକ୍ଷଣ ବଢିବ ବା ସ୍ୱାସ୍ଥ୍ୟ ଅଧିକ ଖରାପ ହୁଏ ତେବେ ତାଙ୍କୁ ମେଡିକାଲରେ ପୁରା ଯାଏ। ଏହା ସହ ସେହି ଖେଳାଳିର ରିପୋର୍ଟ ଯେବେ ପର୍ଯ୍ୟନ୍ତ ପଜେଟିଭ ଆସିନାହିଁ ସେବେ ପର୍ଯ୍ୟନ୍ତ ସେ ଟିମ ସହ ଯୋଡି ହୋଇପାରିବ ନାହିଁ।

ଅକ୍ଷରଙ୍କ ପୂର୍ବରୁ ଦୁଇଥରର ଚମ୍ପିୟାନ ଟିମ କେକେଆରର ଷ୍ଟାର ବ୍ୟାଟ୍ସମ୍ୟାନ ନୀତିଶ ରାଣା ୨୨ ମାର୍ଚ୍ଚକୁ କରୋନା ପଜେଟିଭ ମିଳିଥିଲେ। ଏହା ପରେ ଗୁରୁବାର ଦିନ ତାଙ୍କ ଟେଷ୍ଟ କରାଯାଇଥିଲା ଯେଉଁଥିରେ ରିପୋର୍ଟ ନେଗେଟିଭ ଆସିଥିଲା ଯାହା ପରେ ସେ ଟିମ ସହିତ ଯୋଡି ହୋଇଛନ୍ତି।

Google

୨୭ ବର୍ଷୀୟ ଅକ୍ଷର ପଟେଲ ନିଜ କ୍ୟାରିୟରରେ ୯୭ ମ୍ୟାଚରେ ୮୦ ୱିକେଟ ଅକ୍ତିଆର କରିସାରିଛନ୍ତି ଓ ୯୧୩ ରନ ମଧ୍ୟ କରିସାରିଛନ୍ତି। ଏହା ପୂର୍ବରୁ ଖବର ଆସିଥିଲାକି ୱାଖଂଡେ ଷ୍ଟାଡିୟମର ୮ ଜଣ ଗ୍ରାଉଣ୍ଡ କ୍ୟାଚ କୋଭିଡ-୧୯ ପଜିଟିଭ ମିଳିଥିଲେ। ଏହି ଷ୍ଟାଡିୟମରେ ଆଇପିଏଲ ୨୦୨୧ର ୧୦ ଟି ମ୍ୟାଚ ଖେଳାଯିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *