ହ୍ୱାଟ୍ସଆପ୍ ର ନୂଆ ଫିଚର୍ ଗ୍ରୁପ୍ ଭିଡିଓ କଲ୍ ଲିମିଟ୍ ବଢ଼େଇଲା ହ୍ୱାଟ୍ସଆପ୍ ।
ହ୍ୱାଟ୍ସଆପ୍ ରେ ଏବେ ୪ ଜଣ ବଦଳରେ ୮ ଜଣ ଏକା ସାଙ୍ଗେ କରିପାରିବେ ଗ୍ରୁପ୍ ଭିଡିଓ କଲ୍ । ଲକଡାଉନ୍ ରେ ଆପଣ ହ୍ୱାଟ୍ସଆପ୍ ର ନୂଆ ଫିଚର୍ ର ମଜା ନେଇପାରିବେ । ଏହି ନୂଆ ଫିଚର୍ ରେ ଜଣେ ୟୁଜର୍ ଏକାସାଙ୍ଗରେ ୮ ଜଣ ଲୋକଙ୍କ ସହ ଗ୍ରୁପ୍ ଭଏସ୍ ଓ ଭିଡିଓ କଲ୍ ରେ କଥା ହୋଇପାରିବ ।
ଏହି ନୂଆ ଫିଚର୍ ପାଇଁ ଆପଣଙ୍କୁ ହ୍ୱାଟ୍ସଆପ୍ ଆପ୍ପଲିକେସନ୍ ଅପଡେଟ୍ କରିବାକୁ ପଡିବ । ଲକଡାଉନ୍ ପାଇଁ ଏବେ ସମସ୍ତେ ଘର ଭିତରେ ସମୟ କାଟୁଛନ୍ତି ଆଉ ବୋର ହେଉଛନ୍ତି । ଏବେ ଆପଣ ଭିଡ଼ିଓ କଲ୍ ସାଙ୍ଗ ମାନଙ୍କ ସହିତ ଏକା ସାଙ୍ଗରେ କଥା ହେଇପାରିବେ ଆଉ ମଜା ନେଇପାରିବେ ।
ଲକଡାଉନ୍ ପାଇଁ ଗତ ଏକ ମାସ ହେଲା ଭିଡ଼ିଓ କନଫରେନ୍ସିଂ ଆପଗୁଡ଼ିକ ଲୋକପ୍ରିୟ ହେବାରେ ଲାଗିଛି । ବିଶେଷ କରି ଜୁମ୍ ଆପ୍ , ଫେସବୂକ୍ ମେସେଞ୍ଜର, ଗୁଗୁଲ୍ ଡ଼ୁଅ, ସ୍କାଏ ପି, ଆପ୍ପଲେ୍ ଫେସ ଟାଇମ୍, ଗୁଗଲ ମିଟ୍ ଓ ଅନଲାଇନ୍ ଭିଡ଼ିଓ କଲ୍ ଆପକୁ ଲୋକମାନେ ଅଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।
ଲକଡାଉନ୍କୁ ନଜରରେ ରଖି ହ୍ୱାଟ୍ସଆପ୍ ତାର ଫିଚର୍ କୁ ଅପଡେଟ୍ କରିଛି । ପୂର୍ବରୁ କେବଳ ୪ ଜଣ ଲୋକ ହ୍ୱାଟ୍ସଆପରେ ଗ୍ରୁପ୍ ଭଏସ୍ ଓ ଭିଡିଓ କଲ୍ କରିପାରୁଥିଲେ । ଯାହାକୁ ୮ ଜଣକୁ ବୃଦ୍ଧି କରିଦେଇଛି ।
ଏହା ପରେ ଗୁଗୁଲ୍ ଡ଼ୁଅ ମଧ୍ୟ୍ୟ ତାର ଲିମିଟ୍ କୁ ବଢ଼େଇଦେଇଛି, ଏବେ ଗୁଗୁଲ୍ ଡ଼ୁଅରେ ୧୨ ଜଣ ଏକ ସାଙ୍ଗରେ ଗ୍ରୁପ ଭିଡ଼ିଓ କଲ୍ ରେ କଥା ହେଇପାରିବେ । ଆପ୍ପଲେ୍ ଫେସ ଟାଇମ୍ ଆପ୍ ରେ ୩୨ ଜଣ ଆଉ ଫେସବୂକ୍ ମେସେଞ୍ଜର ଆପ୍ ରେ ୫୦ ଜଣ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ କରିପାରିବେ । ଜୁମ୍ ଆପ୍ ରେ ଫ୍ରି ରେ ୧୦୦ ଜଣ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ କରିପାରିବେ ।