ହ୍ଵାଟ୍ସଆପ ୟୁଜର୍ସଙ୍କ ପାଇଁ ବଡ଼ ଖବର ! ନିଶ୍ଚିତ ଜାଣନ୍ତୁ ନହେଲେ ଡିଲିଟ ହୋଇଯିବ ଆକାଉଣ୍ଟ ।

Whatsapp update will bring new privacy policy either you accept or delete your Whatsapp account

ହ୍ଵାଟ୍ସଆପର ସେବାକୁ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ନୂଆ ବର୍ଷରେ ତାଙ୍କର ସବୁ ସର୍ତ୍ତକୁ ସ୍ୱୀକାର କରିବାକୁ ହେବ। ଯଦି ୟୁଜର୍ସ ହ୍ଵାଟ୍ସଆପର ସବୁ ସର୍ତ୍ତକୁ ମାନିବେ ନାହିଁ,ତେବେ ସେ ତାଙ୍କ ଆକାଉଣ୍ଟକୁ ଡିଲିଟ କରିପାରିବେ।କହିରଖୁଛୁ କି ହ୍ଵାଟ୍ସଆପର ନୂଆ ସର୍ତ୍ତ ୮ ଫେବୃଆରୀ ୨୦୨୧ରୁ ଲାଗୁହେବ,ଯେଉଁଥିରେ କୁହାଯାଇଛି କି ୟୁଜର୍ସଙ୍କୁ ସବୁ ସର୍ତ୍ତ ମାନିବାକୁ ହେବ। ନହେଲେ ସେ ତାଙ୍କ ଆକାଉଣ୍ଟ ଡିଲିଟ କରିପାରିବେ। ଏହି ଖବର WAbetainfo ଏକ ସ୍କିନ ସର୍ଟ ଜରିଆରେ ସେୟାର କରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ କମ୍ପାନୀ ନୂଆ ସର୍ତ୍ତକୁ ନେଇ କୌଣସି ଅଧିକାରକ ବିବରଣୀ ଦେଇନାହିଁ।

Bad news for WhatsApp user! New policy will come in the new year, delete the account if the conditions are not considered
Google
ଦୁନିଆ ସାରା ୧.୫ ଅରବରୁ ଅଧିକ ୟୁଜର୍ସ:

ହ୍ଵାଟ୍ସଆପର ନୂଆ ଭର୍ତ୍ସନର ଅପଡେଟ ଆସିଛି। ହ୍ଵାଟ୍ସଆପର ଦୁନିଆ ସାରା ୧.୫ ଅରବରୁ ଅଧିକ ୟୁଜର୍ସ ଅଛନ୍ତି ଓ ସମସ୍ତଙ୍କୁ ଯଦି ହ୍ଵାଟ୍ସଆପ ସେବା ବ୍ୟବହାର କରିବାର ଅଛି ତ କମ୍ପାନୀକୁ ନୂଆ ଟର୍ମସ ଅଫ ସର୍ଭିସକୁ ଆସେପ୍ଟ କରିବାକୁ ହେବ। WAbetainfo ର ଏକ ନୂଆ ରିପୋର୍ଟ ମୁତାବକ ନୂଆ ଅପଡେଟ ସହ ହ୍ଵାଟ୍ସଆପରେ ଏହି ଆପ ଆନାଉସମେଣ୍ଟ ପଠେଇବା ଫିଚର ଆଡ଼ କରାଯିବ। ମାନେ କି ୟୁଜର୍ସଙ୍କୁ ଯଦି କୌଣସି ତଥ୍ୟର ଆନାଉସମେଣ୍ଟ କରିବାର ଥିବ ତାହା ଆପ ମାଧ୍ୟମରେ ହୋଇପାରିବ।

ରିପୋର୍ଟ ମୁତାବକ ଏହି ବିବରଣୀ ୟୁଜର୍ସ ମାନଙ୍କୁ ଚାର୍ଟ ମାଧ୍ୟମରେ ନୁହେଁ ବରଂ ଏକ ବ୍ୟାନର ଜରିଆରେ ଦିଆଯିବ।ଏଠାରେ ଟ୍ୟାପ କଲେ ୟୁଜର୍ସ ଅନ୍ୟ ୱେବସାଇଟକୁ ଯାଇପାରିବେ ଯେଉଁଠାରେ ପୁରା ବିବରଣୀ ଥିବ। ସେୟାର ହୋଇଥିବା ସ୍କ୍ରିନ ସର୍ଟରେ ୟୁଜର୍ସଙ୍କୁ ଡାଟା ପ୍ରୋସେସିଙ୍ଗ ବିଷୟରେ ବିବରଣୀ ଓ ବିଜନେସ ଫେସବୁକ ହୋଷ୍ଟେଡ଼ ଏହି ସର୍ଭିସକୁ ବ୍ୟବହାର କରି କିପରି ହ୍ଵାଟ୍ସଆପ ଚାର୍ଟକୁ ମ୍ୟାନେଜ ଓ ଷ୍ଟୋର କରିବେ ତାହାର ବିବରଣୀ ଦିଆଯାଇଛି।

WhatsApp users will have to accept the new privacy policy or delete their account
Google
ପଲିସିରେ ପରିବର୍ତ୍ତନ ପାଇଁ ଆଗରୁ ମଧ୍ୟ ଥିଲା ଚର୍ଚ୍ଚା:

କୁହାଯାଉଛି କି ହ୍ଵାଟ୍ସଆପ ନିଜ ପଲିସିରେ ପରିବର୍ତ୍ତନ ପାଇଁ ଆଗରୁ ମଧ୍ୟ ଥରେ ଚର୍ଚ୍ଚା ରହି ଆସିଛି। ସେହି ସମୟରେ କମ୍ପାନୀ ହ୍ଵାଟ୍ସଆପ ୟୁଜର୍ସଙ୍କ ଡାଟା ଫେସବୁକ ସହ ସେୟାର କରିବାର ପଲିସି ଆଣି ଆସିଥିଲା ଓ ସେଥିରେ ବିବାଦ ହୋଇଥିଲା। ଏହି କାରଣ ପାଇଁ ୨୦୧୮ରେ ହ୍ଵାଟ୍ସଆପର ଫାଉଣ୍ଡର ଜେନ କୌମ ନିଜର ସିଏଓ ପଦ ଛାଡ଼ିଥିଲେ। କାହିଁକିନା ହ୍ଵାଟ୍ସଆପର ଦୁଇ ଫାଉଣ୍ଡର ଚାହୁଁଥିଲେ ହ୍ଵାଟ୍ସଆପକୁ ଫେସବୁକ ସହ ଲିଙ୍କ ନ କରିବାକୁ ଓ ପଇସା କମେଇବା ପାଇଁ ୟୁଜର୍ସଙ୍କ ଡାଟା ବିକି ନ ଦିଆଯାଉ ଓ ନା ଫେସବୁକ ସହ ସେୟାର କରାଯାଉ।ହେଲେ ଏମିତି ହେଲା ନାହିଁ। ଫେସବୁକ ପୁରା ଭାବରେ ଏହାକୁ ତା ସହ ମିସେଇଦେଲା ଓ ଡାଟା ସେୟାରିଂ ପଲିସି ମଧ୍ୟ ଆଣିକି ଆସିଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *