ଏବେ ମାତ୍ର ଗୋଟିଏ ମ୍ୟାସେଜ କଲେ ସାଙ୍ଗେ ସାଙ୍ଗେ ମିଳିଯାଉଛି ଋଣ । ଯଦି ଆପଣଙ୍କୁ ଋଣ ଦରକାର ତେବେ ବିଳମ୍ବ ନକରି ତୁରନ୍ତ ଋଣ ନିଅନ୍ତୁ ।
ଭାରତର ଗ୍ରାମାଞ୍ଚଳକୁ ବ୍ୟାଙ୍କିଙ୍ଗ ସେବା ଆଣିବା ପାଇଁ ହ୍ୱାଟ୍ସ ଆପ୍ ଭାରତୀୟ ବ୍ୟାଙ୍କ ସହିତ ହାତ ମିଳାଇଛି । ସ୍ୱଳ୍ପ ବେତନ ପ୍ରାପ୍ତ କର୍ମଚାରୀଙ୍କୁ ବୀମା ଏବଂ ପେନ୍ସନ୍ ସହିତ ଆର୍ଥିକ ସେବା ପ୍ରଦାନ କରିବାକୁ ହ୍ୱାଟ୍ସ ଆପ୍ ମଧ୍ୟ ଯୋଜନା କରିଛି । ଫେସବୁକ୍ ମାଲିକାନା ମେସେଜିଂ ଆପ୍ ଆଇସିଆଇସିଆଇ ବ୍ୟାଙ୍କ ଏବଂ HDFC ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କଗୁଡିକ ସହ ସହଭାଗୀ ହୋଇଛି ।

ହ୍ୱାଟ୍ସଆପ ଜରିଆରେ ଚୁଟକିରେ ମିଳିବ ଋଣ । ବିଶ୍ୱାସ ହେଉନଥିଲେ ବି ସତ । ଟାଟା କ୍ୟାପିଟାଲ , ଟାଟା ଗୁପ୍ର ଏକ ଆର୍ଥିକ ସେବା କମ୍ପାନୀ ହ୍ୱାଟ୍ସଆପ ମାଧ୍ୟମରେ ତୁରନ୍ତ ଋଣ ପ୍ରଦାନ କରିବା ପ୍ରକିୟା ଆରମ୍ଭ କରିଛି । ତେବେ ଏହି ସ୍ୱତନ୍ତ୍ର ସ୍କିମକୁ ସ୍ୱିଫ୍ଟ ଇନଷ୍ଟା ପର୍ସନାଲ ଲୋନ ଭାବରେ ନାମିତ କରିଛି । ଟାଟା କ୍ୟାପିଟାଲର ଗ୍ରାହକମାନେ କମ୍ପାନୀର ହ୍ୱାଟ୍ସଆପ ମାଧ୍ୟମରେ ସହଜରେ ଋଣ ପାଇଁ ଆବେଦନ କରନ୍ତି । ଆବେଦନର ପରେ କମ୍ପାନୀ ପକ୍ଷରୁ ଋଣ ମଧ୍ୟ ପ୍ରଦାନ କରାଯାଏ । ତେବେ ଏହାରି ମଧ୍ୟରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ହ୍ୱାଟ୍ସଆପ ଚାଟବଟ ଲଞ୍ଚ କରିଛି ।
ହ୍ୱାଟ୍ସ ଆପରେ ମିଳିବ ଋଣ, ସ୍ୱତନ୍ତ୍ର ସ୍କିମରେ ଗ୍ରାହକଙ୍କୁ ମିଳିବ ଋଣ ।
ଗ୍ରାହକମାନେ ଏହି ଚାଟବଟ ମାଧ୍ୟମରେ ବିଭିନ୍ନ ପ୍ରକାର ବିଜ୍ଞପ୍ତି ଗ୍ରହଣ କରନ୍ତି । ଟାଟା କ୍ୟାପିଟାଲ କହିଛି ଯେ, ଏହି ହ୍ୱାଟ୍ସଆପ ମାଧ୍ୟମରେ ଗ୍ରାହକମାନଙ୍କୁ ସେମାନଙ୍କର ଇଏମଆଇ ସମ୍ବନ୍ଧରେ ସୂଚନା ମଧ୍ୟ ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ବରଂ ଗ୍ରାହକଙ୍କ ସମସ୍ତ ରେକର୍ଡ ଅପଡେଟ୍ କରିବାରୁ ସମସ୍ତ କାମ ଏହାରି ମାଧ୍ୟମରେ ହିଁ କରାଯିବ । ଅତିଶୀଘ୍ର ଏହି ଆପ ମାଧ୍ୟମରେ କାମ ହେଉଥିବା କାରଣରୁ କମ୍ପାନୀ ଏପରି କରିବା ପାଇଁ ଚିନ୍ତା କରୁଛି । ଏହାସହ କମ୍ପାନୀ ସ୍ପଷ୍ଟ କହିଛି ଯେ, ଗ୍ରାହକମାନଙ୍କୁ କମ୍ପାନୀ କେବଳ ଗୋଟିଏ ପ୍ଲାଟଫର୍ମରେ ଋଣ ଦେବା ପାଇଁ ଅନୁମତି ଦେଇଥାଏ ।

ଆପଣ ଲୋନ ପାଇବେ କେମିତି ?
ସିଫ୍ଟ ଇନଷ୍ଟା ପର୍ସନାଲର ଲୋନର ଲାଭ ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ନିଜ ଫୋନରେ ୭୫୦୬୭୫୬୦୬୦ ନମ୍ବର ସେଭ୍ କରିବାକୁ ପଡିବ ।
ତା’ପରେ ହାଏ (Hi) ଲେଖି ମେସେଜ ପଠାନ୍ତୁ ।
ମେନୁରୁ ସ୍ୱିଫ୍ଟ ଇନଷ୍ଟା ବ୍ୟକ୍ତିଗତ ଋଣକୁ ଚୟନ କରନ୍ତୁ । ତା’ପରେ ଗୋଟିଏ ଥର ପାସୱାର୍ଡ ମାଧ୍ୟମରେ ଯାଞ୍ଚ କରନ୍ତୁ ।
ତା’ପରେ ଋଣର ରାଶୀ କେତେ ନେବେ ବାଛନ୍ତୁ ଓ ତା’ପରେ ଅନୁମୋଦନ ପାଇଁ ପଦକ୍ଷେପ ନିଅନ୍ତୁ ।
ଏହାପରେ ଲୋନ ଅନୁମୋଦନ ପ୍ରଦାନ ବିଷୟରେ ଆପଣ ସ୍ପଷ୍ଟ ସୂଚନା ପାଇପାରିବେ । ପରେ ଆପଣଙ୍କ ଇମେଲ ଆଇଡିରେ ଆପଣଙ୍କୁ ସମସ୍ତ ସୂଚନା ମିଳିଯିବ ।
ତେବେ ହ୍ୱାଟ୍ସଆପରେ ଏହି ଲୋନ ସୁବିଧା ଆରମ୍ଭ କରିବା ସମୟରେ ଟାଟା କ୍ୟାପିଟାଲର ମାର୍କେଟିଂ ଅଧିକାରୀ କହିଛନ୍ତି ଯେ, ଏହା କରିବା ଦ୍ୱାରା ଲୋକମାନେ ଡିଜିଟାଲ ମାଧ୍ୟମରେ ଏକାଧିକ ସମାଧାନ ଚାହୁଁଛନ୍ତି । ତେଣୁ ଏହି ବ୍ୟବସ୍ଥା ଦ୍ୱାରା ଲୋକମାନେ ଅଧିକରୁ ଅଧିକ ସଂଖ୍ୟାରେ ଲାଭବାନ ହେବେ । କାରଣ ବର୍ତମାନ ସମୟରେ ଡିଜିଟାଲରେ ଲୋକମାନେ କାରବାର କରିବାକୁ ଅଧିକ ଲୋକମାନେ ଚାହୁଁଛନ୍ତି ତେଣୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।