ଅମୃତା ସୈଫଙ୍କର ପୂର୍ବତନ ପତ୍ନୀ। ଫିଲ୍ମ ସୁଟିଂ ସମୟରେ ପ୍ରେମ ହେଇଯିବା ଏକ ସାଧାରଣ କଥା। ୮୦ ଦଶକରେ ଅମୃତା ଏବଂ ବିନୋଦ ଖାନ୍ନାଙ୍କ ମଧ୍ୟରେ ଠିକ ଏହିପରି ହେଇଥିଲା। ୧୨ ବର୍ଷ ବଡ଼ ବିନୋଦ ଖାନ୍ନାଙ୍କ ପାଇଁ ସେ ଏପରି ପାଗଳ ହେଇଗଲେ ଯେ ତାଙ୍କୁ ମନପ୍ରାଣ ଦେଇ ଭଲପାଇଲେ। ମଜାକଥା ହେଉଛି ଯେ ଅମୃତା ସେହି ସମୟରେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀଙ୍କ ସହ ରିଲେସନସିପ୍ ରେ ଥିଲେ।

ରବିଙ୍କର ଚ୍ୟାଲେଞ୍ଜକୁ ସେ ଗୁରୁତର ଭାବେ ନେଇଥିଲେ:-
ଅମୃତାଙ୍କର ବିନୋଦ ଖାନ୍ନାଙ୍କ ସହ ପ୍ରଥମ ଦେଖା ଜେପି ଦତ୍ତାଙ୍କ ଫିଲ୍ମ ବଟୱାରା ର ଶୁଟିଂ ସେଟରେ ହେଇଥିଲା।ଅମୃତା ବିନୋଦଙ୍କ ସହ ଫିଲ୍ମ ମିଳିବାରେ ସେ ବହୁତ ଉତ୍ସାହିତ ଥିଲେ। ସେ ରବିଙ୍କୁ ମଧ୍ୟ ଏହିକଥା କହିଥିଲେ,ମାତ୍ର ରବି ତାଙ୍କୁ ଚ୍ୟାଲେଞ୍ଜ ଦେଇଦେଲେ ଯେ ସେ ବିନୋଦ ଖାନ୍ନାଙ୍କୁ କେବେ ନିଜର କରିପାରିବେ ନାହିଁ।
ରବିଙ୍କର ଏହି କଥା ଅମୃତାଙ୍କର ହୃଦୟରେ ଘର କରିଦେଲା। ଏହି ଚ୍ୟାଲେଞ୍ଜକୁ ସତ ପ୍ରମାଣିତ କରିବାପାଇଁ ସେ ଅନେକ ଚେଷ୍ଟା କଲେ। ବଟୱାରାର ଆଉଟଡୋର୍ ଶୁଟିଂ ସମୟରେ ସେ ବିନୋଦଙ୍କୁ ଇମ୍ପ୍ରେସ କରିବାପାଇଁ କୌଣସିବି ସୁଯୋଗ ଛାଡିଲେ ନାହିଁ।
ଏହାର ଫଳସ୍ୱରୂପ ଦୁହେଁ ପରସ୍ପରର ଭଲ ବନ୍ଧୁ ହେଇଗଲେ। ମାତ୍ର ଅମୃତା ସମ୍ପୂର୍ଣ୍ଣ ରୂପେ ବିନୋଦଙ୍କ ପ୍ରେମରେ ବନ୍ଦୀ ହେଇଯାଇଥିଲେ କିନ୍ତୁ ବିନୋଦ ତାଙ୍କୁ ସେତିକି ମାନ୍ୟତା ଦେଲେନାହିଁ ଯାହା ଅମୃତା ଆଶା କରୁଥିଲେ। ଅମୃତା ବିନୋଦଙ୍କର ଏପରି ଥଣ୍ଡା ବ୍ୟବହାର ଯୋଗୁଁ ଅତ୍ୟନ୍ତ ଦୁଃଖୀ ହେଇଗଲେ। ମାତ୍ର ଏହି ସମ୍ପର୍କକୁ ଫିଲ୍ମର ଦ୍ୱିତୀୟ କାର୍ଯ୍ୟସୂଚୀ ସମୟରେ ଏକ ଅବସର ମିଳିଲା କିନ୍ତୁ କିଛିମାସ ପରେ ଯେତେବେଳେ ବିନୋଦ ଅମୃତାଙ୍କୁ ଦେଖିଲେ ସେ କେବଳ ତାଙ୍କୁ ଆଟେନ୍ସନ ଦେଇନଥିଲେ,ଖୁବ ଭଲପାଇବା ମଧ୍ୟ ଦେଇଥିଲେ।

ମାଁ ଙ୍କୁ ମଞ୍ଜୁର ନଥିଲା ଅମୃତାଙ୍କର ଏପରି ନିକଟତର ହେବା:-
ଅମୃତା ଏବଂ ବିନୋଦଙ୍କର ଏହି ସମ୍ପର୍କର ଖବର ଯେତେବଳେ ଅମୃତାଙ୍କର ମା ରୁକ୍ସାନା ସୁଲତାନ ଜାଣିଲେ ସେ ଅମୃତାଙ୍କୁ ବହୁତ ଗାଳି କରିଥିଲେ। ତାଙ୍କ ମାଁଙ୍କୁ ଏହି କଥା ଆଦୌ ମଞ୍ଜୁର ନଥିଲା ଯେ ତାଙ୍କ ଝିଅ ନିଜ ବୟସ ଠାରୁ ଅନେକ ବଡ଼ ଆକ୍ଟର ସହ ପ୍ରେମ ସମ୍ପର୍କକୁ ବଢ଼ାଉ,ଏଥିପାଇଁ ସେହି ଦୁଇଜଣଙ୍କୁ ଏହି ସମ୍ପର୍କକୁ ସମାପ୍ତ କରିବାକୁ ପଡିଲା।
ଏହି ସମୟରେ ବିନୋଦଙ୍କର ପ୍ରଥମ ବିବାହ ଭାଙ୍ଗିଯିବାରୁ ସେ ଖୁବଶୀଘ୍ର ଓସୋ ରଜନିସ ଙ୍କର ଶରଣରେ ଆସି ୫ ବର୍ଷପାଇଁ ଆମେରିକା ଚାଲିଗଲେ। ସେହି ସମୟରେ ଅମୃତା ସନି ଦେଓଲ୍ ଙ୍କ ପ୍ରେମରେ ପଡ଼ିଗଲେ। ମାତ୍ର ଶେଷରେ ତାଙ୍କର ବିବାହ ସୈଫଙ୍କ ସହ ହେଇଗଲା। ମାତ୍ର ଏହି ବିବାହ ମଧ୍ୟ ତିଷ୍ଠି ପାରିଲା ନାହିଁ,ଶେଷରେ ସେମାନଙ୍କର ତଲାକ ମଧ୍ୟ ହୋଇଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।