ଯେବେ ଧୋନୀଙ୍କୁ ଗାଇଥିଲେ ଓଷାମା ବିନ ଲାଡେନଙ୍କ ପାଇଁ ଗୀତ,ବିରୁ ଓ ଭଜ୍ଜି ମଧ୍ୟ ମଜାକ କଲେ,ପଢନ୍ତୁ ସମ୍ପୂର୍ଣ ଖବର।

ମହେନ୍ଦ୍ର ସିଂ ଧୋନୀଙ୍କୁ ଏକଦା ମୋଷ୍ଟ ୱାଣ୍ଟେଡ଼ କ୍ରିମିନାଲ ଓସାମା ବିନ ଲାଡେନଙ୍କ ପାଇଁ ଗୀତ ବୋଲିବାକୁ ପଡିଥିଲା।ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଏହି କଥା ୧୦ ବର୍ଷ ତଳର। ମଞ୍ଚ ଥିଲା ସହାରା ସ୍ପୋର୍ଟସ ଆୱାର୍ଡର ଓ ଆଙ୍କରିଂ କରୁଥିଲେ ଟ୍ୟାଲେଁଟେଡ଼ ଆକ୍ଟର ଆୟୁସ୍ମାନ ଖୁରାନା। ଆୟୁସ୍ମାନ ଖୁରାନା କହିଲେ,”ଛୋଟବେଳେ ହକି ଖେଳିବାବେଳେ ମତେ ଆଘାତ ଲାଗିଥିଲା। ସେବେ ମୁଁ ଅଚନାକ ସଙ୍ଗୀତ ଓ ସ୍ପୋର୍ଟସ ମଧ୍ୟରେ ସମ୍ପର୍କ ଖୋଜି ବାହାର କରିଥିଲି,ଆଜି ମୁଁ ଏହା ପ୍ରମାଣ କରି ଦେଖେଇବି,କି ସତରେ ଏହି ଦୁଇ ଜିନିଷ ମଧ୍ୟରେ ସମ୍ପର୍କ ରହିଛି।”

Google

ଆୟୁସ୍ମାନ ଖୁରାନା କହିଲେ,”ମୋ ପାଖରେ ୩ କ୍ୟୁ କାର୍ଡ଼ ଅଛି। ମୁଁ ଅଡିଆନ୍ସରେ ପୁଣି ଆସିବାକୁ ଯାଉଛି। ସେହି କ୍ୟୁ କାର୍ଡ଼କୁ ଦେଖି ଯେଉଁ ଚିତ୍ର ସେଥିରେ ହୋଇଛି,ଆପଣଙ୍କୁ ଗୀତ ଗାନ କରିବାକୁ ପଡିବ।”ଏହାପରେ ସେ ଅଡିଏନ୍ସକୁ ଗଲେ। ଆୟୁସ୍ମାନ ଖୁରାନା କହିଲେ,”ସୁବ୍ରତ ଜି (ଶୁଭ୍ରତ ରାୟ ସାହାରା)କହିଛନ୍ତି କି ସୁନିଲ ଗାଭାସ୍କରଙ୍କୁ କିଛି ପଚାରାଯିବ।ହେଲେ ସୁନିଲ ଗାଭାସ୍କର କହିଛନ୍ତି ନାହିଁ,ସଚିନ ତେନ୍ଦୁଲକରଙ୍କୁ କିଛି ପଚରାଇବାକୁ ପଡିବ।”ଏହାପରେ ସେ ସଚିନଙ୍କୁ ପଚାରିଲେ। ସଚିନ କହିଲେ କି,”ମୋ ପଛରେ ଧାଡିରେ ସବୁ ଟ୍ୟାଲେଁଟେଡ଼ ଆଟିଷ୍ଟ ଅଛନ୍ତି।”ଆୟୁସ୍ମାନ କହିଲେ,”ସଚିନ ଜି କହିଛନ୍ତି କି ପଛରେ ସବୁ ଟ୍ୟାଲେଁଟେଡ଼ ଆଟିଷ୍ଟ ବସିଛନ୍ତି। ଦ ବ୍ୟାକ ବେଞ୍ଚରସ ଅଫ ଇଣ୍ଡିଆନ କ୍ରିକେଟ ଟିମ। ସଚିନ ଜି ଓ ସୁନିଲ ଜିଙ୍କ ପଛରେ ବସିବାର ନଜର ଆସିଛନ୍ତି।”

ପଛ ଧାଡିରେ ମହେନ୍ଦ୍ର ସିଂ ଧୋନି ବସିଥିଲେ। ଆୟୁସ୍ମାନ ଖୁରାନା ତାଙ୍କୁ ସ୍ୱାଗତ ଜଣେଇଲେ। ଧୋନୀ କହିଲେ “ଧନ୍ୟବାଦ”। ଆୟୁସ୍ମାନ କହିଲେ,”ଆପଣଙ୍କ ବିବାହ ହୋଇଛି।”ଧୋନି କହିଲେ “ବହୁତ ଧନ୍ୟବାଦ”।ଆୟୁସ୍ମାନ କହିଲେ,”ଆମକୁ ଭଲ ଲାଗିଲା ହେଲେ ଝିଅ ମାନଙ୍କୁ ଖରାପ ଲାଗିଲା।”ଧୋନି କହିଲେ ,”ଦେଖନ୍ତୁ ଏହା ଟେଲିବାଇଜ ହେବାକୁ ଯାଉଛି,ତ ମୁଁ କିଛି କହିବାକୁ ଚାହୁଁନି। ସ୍ତ୍ରୀ ମଧ୍ୟ ଦେଖିବେ।”

Google

ଏହାପରେ ଆୟୁସ୍ମାନ ଖୁରାନା କହିଲେ,”ମହେନ୍ଦ୍ର ସିଂ ଧୋନି ଜି ତିନିଟି କ୍ୟୁ କାର୍ଡ଼ ଅଛି। ଏହା ମଧ୍ୟରୁ ଆପଣଙ୍କୁ ଗୋଟିଏ ବାଛିବାକୁ ହେବ।”ଏହାପରେ ଧୋନି ବହୁତ ଭାବି ମଝି କାର୍ଡ଼ ବାଛିଲେ। କାର୍ଡ଼ରେ ଓଷାମା ବିନ ଲାଡେନଙ୍କ ଫୋଟ ଥିଲା।ଏହା ଦେଖି ପାଖରେ ବସିଥିବା ହରଭଜନ ସିଂ ଓ ଅନୁରାଗ ଠାକୁର ଧୋନୀଙ୍କୁ ଧରି ହସିବାକୁ ଲାଗିଲେ। ସବୁ ଲୋକ ମଧ୍ୟ ହସିଲେ। ଧୋନି ଆସମଜ୍ୟସ ଦେଖାଗଲେ।

ଆୟୁସ୍ମାନ ଖୁରାନା କହିଲେ,”ଓଷାମା ବିନ ଲାଡେନଙ୍କ ପାଇଁ ଧୋନି କେଉଁ ଗୀତ ଗାଇବେ ଦେଖିବାକୁ ହେବ।”ସେ ପଚାରିଲେ ଆପଣଙ୍କ ମନରେ କେଉଁ ଗୀତ ଆସୁଛି।ଧୋନି କହିଲେ ଏବେ ତ କିଛି ଆସୁନାହିଁ। ହରଭଜନ କହିଲେ,”ଡର ଲାଗୁଚି।”ବିରେନ୍ଦ୍ର ସେହେବାଗ ପଛରେ ଧୋନୀଙ୍କ ସହ ମଜାକ କଲେ। ଆୟୁସ୍ମାନ କହିଲେ,”ସେହେବାଗ ଜି କିଛି କହିଲେ”।ସେହେବାଗ କହିଲେ,”ଧୋନି ଜି ଙ୍କ ତରଫରୁ ତେରେ ମସ୍ତ ମସ୍ତ ଦୋ ନେନ”। ଏହା ଶୁଣି ସମସ୍ତେ ହସିବାକୁ ଆରମ୍ଭ କଲେ।

Google

ଆୟୁସ୍ମାନ ଖୁରାନା କହିଲେ,ଓସାମା ବିନ ଲାଡେନଙ୍କ ଆଖି ବିଷୟରେ ପ୍ରଥମ ଥର ଏମିତି କିଏ କହିଥିବ,ତେରେ ମସ୍ତ ମସ୍ତ ଦୋ ନେନ। ଧୋନିଜି ବୋଲିଦିଅ ଏବେ। ଧୋନି କହିଲେ,ମୁଁ ଗାଇବି? ପରେ ଧୋନି ମାଇକ ହାତକୁ ନେଇ କହିଲେ,”ତେରେ ମସ୍ତ ମସ୍ତ ଦୋ ନେନ,ବୁଶ କା ଚୁରା ଗୟା ଚେନ।”ଧୋନି ଏତିକି କହିବା ପରେ ସବୁ ଲୋକ ଠୋ ଠୋ ବାଜି ହସିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *