ଆନ୍ତର୍ଜାତୀୟ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡ଼ମିନିଷ୍ଟ୍ରେସନ ନାସା ଚନ୍ଦ୍ର ଉପରେ ମାନବର ବସ୍ତି ବସାଇବାକୁ ନେଇ ବହୁତ ଗମ୍ଭିର ଅଛି ଓ ସେଠାରେ ଏକ ସ୍ଥାୟୀ ସ୍ଥାନ ବନେଇବାର ପ୍ଲାନ କରୁଛି। ଦ ଟାଇମ୍ସର ଅନୁସାରେ,ନାସା ବର୍ଷ ୨୦୨୪ରେ ଏକ ମହିଳା ଓ ଏକ ପୁରୁଷ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠେଇବାର ପ୍ରସ୍ତୁତି କରୁଅଛି ଓ ଏଥିପାଇଁ ନାସା ୧୮ ଅନ୍ତରୀକ୍ଷ ଯାତ୍ରୀଙ୍କ ନାମ ପ୍ରକାଶ କରୁଛି ଯିଏ ଏହି ମିଶନରେ ଯାଇପାରନ୍ତି।

ନାସା ଛବି ମଧ୍ୟ ଶେୟାର କରିଛି ଯିଏ ଏହି ମିଶନକୁ ନେଇ ବହୁତ ମହତ୍ତ୍ୱପୂର୍ଣ୍ଣ ଧରାଯାଉଅଛି। ଏହି ଛବିରେ ଦେଖା ଯାଇପାରିବ କି ଯିଏ ଅନ୍ତରୀକ୍ଷ ଯାତ୍ରୀ ଚନ୍ଦ୍ରରେ ରହିବେ, ତାଙ୍କୁ ପୃଥିବୀର ଦୃଶ୍ୟ କିପରି ଦେଖାଯିବ, ଏହି ମିଶନକୁ ଏକ ମହତ୍ତ୍ୱପୂର୍ଣ୍ଣ ଭାଗରେ ଚନ୍ଦ୍ର ଉପରେ କଲୋନି ବସେଇବା ମଧ୍ୟ ହେବ। ଏଠାରେ ଇଂନଜିନିୟରମାନେ ଚନ୍ଦ୍ର ଉପରେ ଥିବା ସଂଶାଧନର ପ୍ରୟୋଗ ମଧ୍ୟ କରିବା ଶିଖିବେ।
ଏହା ଛଡା ଏହି ଅନ୍ତରୀକ୍ଷ ଯାତ୍ରୀ ଚନ୍ଦ୍ର ଉପରେ ଥିବା ସେହି କ୍ଷେତ୍ରଗୁଡିକର ମଧ୍ୟ ପର୍ଯ୍ୟବେକ୍ଷଣ କରିବେ, ଯାହା ଉପରେ ଏ ପର୍ଯ୍ୟନ୍ତ ବହୁତ ଅଧିକ ଫୋକସ୍ ହୋଇପାରିନାହିଁ। ଏହା ଛଡା ଏଠାରେ ବେସ ବନାଇବା ପରେ ମଙ୍ଗଳ ଗ୍ରହର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯିବ। ରିପୋର୍ଟସ୍ ଅନୁସାରେ,୨୦୩୦ର ଆରମ୍ଭ ବର୍ଷରେ ନାସା ମଙ୍ଗଳ ଗ୍ରହରେ ମଧ୍ୟ ଏକ ପୁରୁଷ ଓ ଏକ ମହିଳା ଅନ୍ତରୀକ୍ଷ ଯାତ୍ରୀଙ୍କୁ ପଠାଇବାର ପ୍ଲାନ କରୁଅଛି।

ୟୁରୋପୀୟନ ସେପ୍ସ ଏଜନ୍ସିର ଉପଦେଶକାରୀ ଏଡନ କଲିଙ୍କର କହିବା କଥା କି ଯଦି ଆମେ ପ୍ରକୃତରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ସନ୍ଧାନକୁ ନେଇ ଗମ୍ଭୀର ଅଟୁ। ତେବେ ଆମକୁ କିଛି ପ୍ରଣାଳୀ ଉପରେ ନିଜକୁ ଦୃଢ କରିବାକୁ ହେବ।ଏଡ଼ନଙ୍କ ମାନିବା କଥା କି ଅନ୍ତରିକ୍ଷ ଯାତ୍ରୀ ବେଲନାକାର ଆକାରରେ ଯାନରେ ରହିବେ କିନ୍ତୁ ତାଙ୍କୁ ଚନ୍ଦ୍ର ପୃଷ୍ଠରେ ଥିବା ବିକିରଣ ଠାରୁ ସାବଧାନତା ସହ ରହିବାର ଆବଶ୍ୟକତା ଅଛି।

ବୈଜ୍ଞାନିକଙ୍କ କହିବା କଥା କି ଏକ ମିଟର ଗମ୍ଭିର ରେଗୋଲିଥ ପ୍ରାଚୀରର ବ୍ୟବହାର ଚନ୍ଦ୍ରରେ ବିକିରଣରୁ ବଞ୍ଚେଇବାରେ ସହାୟକ ହୋଇପାରେ। ବୈଜ୍ଞାନିକମାନଙ୍କ ଅନୁସାରେ,ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ପ୍ରଥମେ କିଛି ବର୍ଷ ବହୁତ କଷ୍ଟକର ପରିସ୍ଥିତି ଦେଇ ଗତି କରିବାକୁ ପଡିବ କିନ୍ତୁ କିଛି ବର୍ଷ ପରେ ଏକ ସ୍ଥାୟୀ ବେସ କରିବାର ସମ୍ଭାବନା ବହୁତ ବଢିଯିବ କାହିଁକିନା ଚନ୍ଦ୍ରର ସାଉଥ ପୋଲର ପାଖରେ ଲଗାତାର ସୂର୍ଯ୍ୟର କିରଣ ଏବଂ ଏଠାରେ ସୋଲାର ପ୍ୟାନେଲ ବିଜୁଳି ଉପଲବ୍ଧ କରାଯାଇପାରେ। ଏହା ଛଡା କ୍ରେଟରରେ ବରଫ ରହିବ ଯେପରି ମାଇନ କରିବା ପରେ ନିଶ୍ୱାସ ନେବା ପାଇଁ ଅକ୍ସିଜେନ ଏବଂ ଇନ୍ଧନ ହାଇଡ୍ରୋଜେନ ଏବଂ ଅକ୍ସିଜେନର ବ୍ୟବହାର କରାଯାଇପାରିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।