ଏହି ଯିବାକୁ ଥିବା ବର୍ଷ କୋଭିଡ଼-୧୯ ମହାମାରି ଓ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ହଲାଇଦେଇଥିବା ଯୋଗୁ ଏହାକୁ ସର୍ବଦା ଇତିହାସରେ ମନେରଖାଯିବ। ଏବେ ଏହି ବର୍ଷକୁ ଶେଷ ହେବାରେ ଆଉ ଅଳ୍ପ ଦିନ ବାକି ଅଛି। ଏବେ ଲୋକ ନୂଆ ବର୍ଷରେ ଭାକ୍ସିନ ଆସବା ସହ ଅନେକ କଥାକୁ ନେଇ ଅପେକ୍ଷା କରିଛନ୍ତି। ଆସନ୍ତୁ ଜାଣିବା ତାହା କେଉଁ କେଉଁ ମୌକା ଆସିଲା ସେବେ ପ୍ରଧାନମନ୍ତ୍ରୀ ମୋଦି ଦେଶ ସମ୍ମୁଖକୁ ଆସି ଲୋକଙ୍କୁ ସମ୍ବୋଧନ କଲେ ଓ ଏହା କେତେ ସମୟ ରହିଲା।

୧ -ମାର୍ଚ୍ଚ ୧୯:
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସମ୍ବୋଧନ ସେହି ସମୟରେ ଆସିଲା ଯେବେ କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଯାଇଥିଲା ଓ ଭାରତରେ ମଧ୍ୟ ଏହା ବହୁତ ଜୋରେ ବ୍ୟାପିବାକୁ ଲାଗିଥିଲା। ପ୍ରଧାନମନ୍ତ୍ରୀ ମୋଦି ୧୯ ମାର୍ଚ୍ଚରେ ୨୮ ମିନିଟ ୫୪ ସେକେଣ୍ଡ ପର୍ଯ୍ୟନ୍ତ ଲୋକଙ୍କୁ ସମ୍ବୋଧନ କରି ଲୋକଙ୍କୁ ୨୨ ମାର୍ଚ୍ଚର ଜନତା କର୍ଫ୍ୟୁ ଓ ଆଗାମୀ ଦିନରେ ଲକଡାଉନ ପାଇଁ ପ୍ରସ୍ତୁତ ରହିବାକୁ ସଂକେତ ଦେଇଥିଲେ।ସେହି ଜନତା କର୍ଫ୍ୟୁରେ ଲୋକଙ୍କୁ ଗୋଟେ ଦିନ ପାଇଁ ସକାଳ ୭ରୁ ରାତି ୯ ଟା ପର୍ଯ୍ୟନ୍ତ ଘରେ ରହିବା ପାଇଁ କୁହାଯାଇଥିଲା। ଏହା ସହିତ ଲୋକଙ୍କୁ ସୋସିଆଲ ଡିଷ୍ଟାନ୍ସ ପାଳନ କରିବା ପାଇଁ କୁହାଯାଇଥିଲା।
୨-୨୪ ମାର୍ଚ୍ଚ:
ପ୍ରଧାନମନ୍ତ୍ରୀ ମୋଦି କୋଭିଡ଼-୧୯ର ପ୍ରସାରକୁ ଅଟକାଇବା ପାଇଁ ୨୪ ମାର୍ଚ୍ଚକୁ ପ୍ରଥମ ଥର ୨୧ ଦିନର ଲାକଦଉନ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଦେଶ ବାସୀଙ୍କୁ ସମ୍ବୋଧନ କରି ଏହା ବିଷୟରେ କହିଛନ୍ତି। ତାଙ୍କର ଏହି ସମ୍ବୋଧନ ୨୯ ମିନିଟର ରହିଥିଲା। ସେ ଏହା ମଧ୍ୟ କହିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସୁରକ୍ଷାକୁ ମଝବୁତ କରିବା ନିମନ୍ତେ ୧୫ ହଜାର କୋଟିର ଲକ୍ଷ ରଖାଯାଇଛି।

୩-ଏପ୍ରିଲ ୩:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଏପ୍ରିଲକୁ ଟ୍ୱିଟର କରି ସକାଳ ୯ଟାରେ ଭିଡ଼ିଓ ଜରିଆରେ ରାଷ୍ଟ୍ରକୁ ସମ୍ବଧିତ କରି ୫ ଏପ୍ରିଲକୁ ରାତି ୯ ଟାରେ ୧୦ ମିନିଟ ପର୍ଯ୍ୟନ୍ତ ଦୀପ ଜଳିବା ପାଇଁ କହିଛନ୍ତି। ଯାହା ଦ୍ୱାରା କରୋନାରେ ଲଢୁଥିବା ଯୋଦ୍ଧା ମାନଙ୍କ ପ୍ରତି ସମ୍ବେଦନଶୀଳ ଭାବେ ଦୃଶ୍ୟମାନ ହେବ। ତାଙ୍କର ଏହି ସମ୍ବୋଧିତ ଭିଡ଼ିଓ ୧୧ ମିନିଟ ୩୪ ସେକେଣ୍ଡର ରହିଲା।
୪-ଏପ୍ରିଲ ୧୪:
ଲାକଡାଉନ ୧.୦ର ଶେଷ ଦିନ ୧୪ କୁ ପ୍ରଧାନମନ୍ତ୍ରୀ ମୋଦି ୨୧ ମିନିଟ ୨୯ ସେକେଣ୍ଡ ପର୍ଯ୍ୟନ୍ତ ରାଷ୍ଟ୍ରକୁ ସକାଳ ୧୦ଟାରେ ସମ୍ବୋଧନ କରିଥିଲେ। ଏହି ସମୟରେ ମୋଦି ୨୧ ଦିନର ଲକଡାଉନକୁ ଆଉ ୧୯ ଦିନ ବଢ଼ାଇ ଏହାକୁ ୩ ମଇ ଯାଏ କରି ଲାକଡାଉନ ୨ .୦ର ଘୋଷଣା କରିଥିଲେ।ଏହା ଦ୍ଵାରା ଯେପରି କରୋନା ଭାଇରସର ପ୍ରସାରକୁ ଅଟକାଯାଇପାରିବ।
୫-ମଇ ୧୨:
ପ୍ରଧାନମନ୍ତ୍ରୀ ମୋଦି ପୁନଃ ୧୨ ମଇକୁ ୩୪ ମିନିଟ ୫ ସେକେଣ୍ଡ ପର୍ଯ୍ୟନ୍ତ ନିଜ ବକ୍ତବ୍ୟରେ ଏହା ଘୋଷଣା କଲେ କି ଲକଡାଉନ ୧୭ ମଇ ପରେ ମଧ୍ୟ ଜାରି ରହିବ କିନ୍ତୁ ଲକଡାଉନ -୪ ଅଲଗା ହେବ। ରାଜ୍ୟର ଅନୁମତି ଅନୁସାରେ ଲାକଡାଉନ ୪ ଆପଣଙ୍କୁ ୧୮ ମଇ ପୂର୍ବରୁ ଜଣାଇ ଦିଆଯିବ। ଆମେ କରୋନାଠୁ ଲଢ଼ିବା ଓ ଆଗକୁ ବଢ଼ିବାରେ ପ୍ରଧାନମନ୍ତ୍ରୀ ମୋଦି କୋଭିଡ଼-୧୯ ସଙ୍କଟ ପାଇଁ ୨୦ ଲକ୍ଷ କୋଟି ପ୍ୟାକେଜର ଘୋଷଣା କରିଥିଲେ। ସେ ଲୋକଙ୍କୁ “ଲୋକଲ ପାଇଁ ଵୋକଲ ” ହେବାର ତଥ୍ୟ ସୂଚିତ କରାଇଥିଲେ।

୬-ଜୁନ ୩୦:
ପ୍ରଧାନମନ୍ତ୍ରୀ ମୋଦି ୩୦ ଜୁନକୁ ୧୬ ମିନିଟର ନିଜର ସମ୍ବୋଧନରେ କହିଥିଲେ କି ଭାରତ ବର୍ତ୍ତମାନ କରୋନା ଭାଇରସର ଯେଉଁ ସ୍ଥିତିରେ ଅଛି ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତ ବହୁତ ଆଗରେ ଅଛି। ସେ ଦୁରେଇ ରହିବା ଓ ମାସ୍କ ପିନ୍ଧିବାକୁ କହିଥିଲେ। କରୋନା ସହ ଲଢେ଼ଇରେ ଯେପରି କୌଣସି ପ୍ରକାର ଢିଲା ନହେଉ ସେହି ବିଷୟରେ ମଧ୍ୟ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ସମୟରେ ଫଇସଲା ଓ ଉପାୟ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ଆମେ ଯେଉଁ ଐତିହାସିକ ପଦକ୍ଷେପ ଉଠାଇଛୁ ଏହାକୁ ଆଗକୁ ସେହିପରି ରଖିବାର ଆବଶ୍ୟକତା ଅଛି।ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ୮୦ କୋଟି ଲୋକଙ୍କୁ ମୁକ୍ତରେ ରାସନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଅନ୍ୟ ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଘୋଷଣା କରିଥିଲେ। କାରଣ ଏହି ଯୋଜନାର ଅବଧିକାଳ ୩୦ ନଭେମ୍ବରକୁ ସରୁଥିଲା।
୭-ଅକ୍ଟୋବର ୨୦:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨୦ କୁ ରାଷ୍ଟ୍ରର ଲୋକଙ୍କୁ ବକ୍ତବ୍ୟ ଦେଇ ଆଶ୍ୱସ୍ତ କରି କହିଥିଲେକି କେନ୍ଦ୍ରୀୟ କୋଭିଡ଼-୧୯ ଭାକ୍ସିନକୁ ଜଲ୍ଦି ପ୍ରସ୍ତୁତ କରିବା ପାଇଁ ସବୁ ପ୍ରୟାସ କରାଯାଉଛି। ଯେବେ ଏହା ପ୍ରସ୍ତୁତ ହୋଇଯିବ ସବୁ ଭାରତୀୟଙ୍କ ପାଖରେ ପହଞ୍ଚିବ। ସେ ସନ୍ଧ୍ୟା ସମୟରେ ନିଜ ଭାଷଣରେ ଲୋକଙ୍କୁ ସୁଚାର ଭାବେ ଗାଇଡଲାଇନକୁ ପାଳନ ପାଇଁ କହିଥିଲେ। ସେ ଲୋକଙ୍କୁ ସାବଧାନ କଲେ କି ସତର୍କ ରୁହନ୍ତୁ କାରଣ କୋରନା ଏବେ କମିନାହିଁ ପଛେ ଲକଡାଉନ ଶେଷ ହୋଇଥାଉ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।