ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ସଂନ୍ଦେହ ଜନକ ମୃତ୍ୟୁ ମାମଲାରେ ସେହି ରାତିରେ ପାର୍ଟିରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେହି ବ୍ୟକ୍ତି ଜଣକ କହିଛନ୍ତି ଦିଶାଙ୍କ ସହିତ ଚାରିଜଣ ସାମୁହିକ ଦୁଷ୍କର୍ମ କରିଛନ୍ତି। ତା ସହିତ ଉପସ୍ଥିତ ବ୍ୟକ୍ତି ଜଣକ ଏହା ମଧ୍ୟ କହିଛନ୍ତି ସେଠାରେ ଦିଶାଙ୍କ ହେବାକୁ ଥିବା ପତି ରୋହନ ରାୟ ମଧ୍ୟ ଉପସ୍ଥିତ ଥିଲା। ଏହା ପରେ ସମସ୍ତେ ରୋହନ ରାୟ ବିଷୟରେ ଜାଣିବାକୁ ଚାହିଁଛନ୍ତି। ଆମେ ଆପଣଙ୍କୁ କହିବୁ କିଏ ସେ ‘ରୋହନ ରାୟ’ ଯିଏକି ଏହି ସମୟରେ ଗାଏବ ଅଛି।
ମଡେଲ ଓ ଟିଭି ଅଭିନେତା ଅଟନ୍ତି ରୋହନ:
ରୋହନ ରାୟ ଜଣେ ମଡେଲିଙ୍ଗ ଆକ୍ଟର ଅଟନ୍ତି। ରୋହନ ରାୟ ‘ଜି’ ଟିଭିର ସିରିଅଲ “ପିୟା ଅଲବେଲା” ରେ କାମ କରିଛନ୍ତି। ଏହା ଛଡା ରୋହନ ଅନେକ ଟିଭି ବିଜ୍ଞାପନ ପାଇଁ ମଡେଲିଙ୍ଗ ମଧ୍ୟ କରୁଥିଲେ। ଦିଶା ସାଲିଆନ ରୋହନ ରାୟ ସହିତ ପାଖାପାଖି ୬ ବର୍ଷରୁ ରିଲେସନସିପରେ ଥିଲେ। ଏହା ମଧ୍ୟ ଜଣାପଡିଛି କି ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ହୋଇସାରିଥିଲା।ବହୁତ ଶୀଘ୍ର ଦୁହେଁ ବିବାହ କରିଥାନ୍ତେ। ଦିଶାଙ୍କୁ ଦୁଷ୍କର୍ମ ସମୟରେ ଉପସ୍ଥିତ ଥାଇ ବି ବିରୋଧ ନକରିବା ଅଭିଯୋଗ ପରେ ରୋହନ ଗାଏବ ହୋଇଯାଇଛି। ଏହି କଥାକୁ ନେଇ ଅନେକ ଦିନ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା।

ଗୋଟିଏ ସପ୍ତାହ ମଧ୍ୟରେ ସୁଶାନ୍ତ ଓ ଦିଶା କରିଥିଲେ ଆତ୍ମହତ୍ୟା:
ସୁଶାନ୍ତ ସିଂ ରାଜପୁତ ୧୪ ଜୁନକୁ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ସିବିଆଇ, ଏନସିବି ଓ ଇଡି ଭଳି ସଂସ୍ଥା ମିଶିକି ଏହି ମାମଲାର ଯାଞ୍ଚ କରୁଛନ୍ତି। ସେହିପରି ସୁଶାନ୍ତଙ୍କ ମୃତ୍ୟୁର ପାଖାପାଖି ଏକ ସପ୍ତାହ ପୂର୍ବରୁ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ ନିଜ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ।
ଅନେକ ଲୋକ ଏହା କହୁଛନ୍ତି କି ସୁଶାନ୍ତ ସିଂ ଓ ଦିଶା ସାଲିଆନଙ୍କ ମୃତ୍ୟୁରେ କୌଣସି ନା କୌଣସି କନେକ୍ସନ ଅଛି। ନହେଲେ ଏକ ସପ୍ତାହ ମଧ୍ୟରେ ଦୁହେଁ ଏପରି ଆତ୍ମହତ୍ୟା କରିନଥାନ୍ତେ। ସିବିଆଇ ଦିଶାଙ୍କ ମୃତ୍ୟୁକୁ ନେଇବି ପ୍ରଶ୍ନ ଓ ଉତ୍ତର କରିସାରିଛି। ଆପଣଙ୍କୁ କହିରଖିବୁ କି ଡ୍ରଗ୍ସକୁ ନେଇ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସମେତ ଅନେକ ଜେଲରେ ଅଛନ୍ତି।

ଆପଣ ଏହା ତ ନିଶ୍ଚୟ ଜାଣିଥିବେ ସୁଶାନ୍ତଙ୍କ ମୃତ୍ୟୁରେ ଅଧିକ ସଂନ୍ଦେହ ରିୟାଙ୍କୁ କରାଯାଉଛି କାରଣ ରିୟା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଥିଲେ। ସୁଶାନ୍ତଙ୍କ ବାପା ୧୫ କୋଟିର ଠକେଇ ପାଇଁ ରିୟାଙ୍କ ନାମରେ ଅଭିଯୋଗ ଆଣିଥିଲେ।ଯାହା ପରେ ରିୟାଙ୍କୁ ପଚରାଉଚୁରା କରାଯାଇଥିଲା ଯାହା ପରେ ଧୀରେ ଧୀରେ ଅନେକ କଥା ଜଣାପଡିଛି। ବଲିଉଡ଼ରେ ଡ୍ରଗ୍ସ ନେଉଥିବା ଅନେକ କଳାକାରଙ୍କ ନାମ ସାମ୍ନାକୁ ଆସିଛି। ଏବେ ଧୀରେ ଧୀରେ ଅନେକ ସତ୍ୟତା ସାମ୍ନାକୁ ଆସିବାରେ ଲାଗିଲାଣି ଏବଂ ଧୀରେ ଧୀରେ ସବୁ କଥାର ମୂଳମଞ୍ଜି କିଏ ଜଣା ପଡିବ ବୋଲି ମଧ୍ୟ ବିଶ୍ୱାସ ରହିଛି।