ଉମେଶ କିମ୍ବା ସିରାଜ, କୂଳଦୀପ କିମ୍ବା ସୁନ୍ଦର, କାହାକୁ ବାଛିବେ କୋହଲି? ସବୁଆଡେ ହେଉଛି ଚର୍ଚ୍ଚା।

ଭାରତ ବନାମ ଇଂଲଣ୍ଡର ଟେଷ୍ଟ ମ୍ୟାଚ ଟିମର ଚୟନ ପିଚର ବ୍ୟବହାର ଅନୁସାରେ ହିଁ ହେଇଛି। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ସ୍ପିନର ମାନଙ୍କୁ ବହୁତ ସାହାଯ୍ୟ ମିଳିଲା। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଇଥିଲା। ଯାହାକି ବହୁତ ରୋମାଂଚକର ଥିଲା।ଏଠାରେ ଭାରତୀୟ ସ୍ପିନର ମାନଙ୍କୁ ସାହାଯ୍ୟ ମିଳିଲା। ଏହି ସିରିଜର ତୃତୀୟ ମ୍ୟାଚ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳା ଯାଇଥିଲା ଯାହାର ବର୍ତ୍ତମାନ ନାମ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଯାଇଛି, ଯେଉଁଠି ଭାରତ ବିଜୟ ଲାଭ କରିଥିଲା।ଏଠାରେ ବି ସ୍ପିନର ମାନଙ୍କୁ ଖୁବ ସାହାଯ୍ୟ ମିଳିଲା ଆଉ ଭାରତ ମଧ୍ୟରେ ସର୍ବାଧିକ ୱିକେଟ ଅକ୍ଷର ପଟେଲ ଆଉ ରବି ଅଶ୍ୱିନ ନେଲେ ଆଉ ଏହି ମ୍ୟାଚ ମାତ୍ର ଦୁଇ ଦିନ ଭିତରେ ସମାପ୍ତ ହେଇଗଲା। ଏହି ପିଚ ଉପରେ ବହୁତ ପ୍ରଶ୍ନ କରାଯାଇଥିଲା।

Google

ଭାରତ ଆଉ ଇଂଲଣ୍ଡ ଭିତରେ ହେବାକୁ ଥିବା ଚତୁର୍ଥ ମ୍ୟାଚ ପୁନର୍ବାର ଅହମ୍ମଦାବାଦର ମୋଟେରା ପିଚ ଉପରେ ହେବାକୁ ଯାଉଛି ଆଉ ଏହି ପିଚର ବ୍ୟବହାର ପୁଣି ତୃତୀୟ ଟେଷ୍ଟ ମ୍ୟାଚ ଭଳି ହେବାକୁ ଯାଉଛି ଯେଉଁଠାରେ କି ସ୍ପିନର ମାନଙ୍କୁ ବହୁତ ସାହାଯ୍ୟ ମିଳିବାକୁ ଯାଉଛି। ଏମିତି ପରିସ୍ଥିତି ରେ କ୍ୟାପଟେନ ବିରାଟ କୋହଲିଙ୍କ ପାଖରେ ଦୁଇଟି ବିକଳ୍ପ ରହିବାକୁ ଯାଉଛି। ଗୋଟେ ପଟେ ଉମେଶ ୟାଦବ ଆଉ ମହମ୍ମଦ ସିରାଜ ଆଉ ଗୋଟେ ପଟେ ତୃତୀୟ ସ୍ପିନର ଭାବେ ସୁନ୍ଦର ଅଥବା କୂଳଦୀପ ୟାଦବ। ବିରାଟ ମ୍ୟାଚ ଆରମ୍ଭ ହେବାର ସକାଳେ ପିଚ ଦେଖିବେ। ଏବେ ତ ସେଠାରେ ସବୁଜ ଘାସ ଦେଖାଯାଉଛି ମାତ୍ର କେହି ଏହା ଆଶା କରିବ ନାହିଁ କି ୩ୟ ଦିନ ସେଠାରେ ଘାସ ଥାଉ।

Google

ଉମେଶ ଅଥବା ସିରାଜ: ଉମେଶ ଭାରତର ସବୁଠୁ ସଫଳ ଦ୍ରୁତ ବୋଲର ରହି ସାରିଛନ୍ତି। ପୂର୍ବ ୫ଟି ଘରୋଇ ଟେଷ୍ଟ ଇନିଂଗ୍ସରେ ସେ ପ୍ରାୟ ୧୪ଟି ୱିକେଟ ଅକ୍ତିଆର କରିଛନ୍ତି ମାତ୍ର ଆହତ ଅବସ୍ଥାରୁ ବାହାରିବା ପରେ ତାଙ୍କୁ ବେସି ବୋଲିଂ ମିଳି ପାରି ନାହିଁ। ଏପରି ଅବସ୍ଥାରେ ତାଙ୍କୁ ଚୟନ କରିବା ଉପରେ କୋହଲି କି ନିର୍ଣ୍ଣୟ ନେଉଛନ୍ତି ତାହା ଦେଖାଯିବ। ସେପଟେ ସିରାଜଙ୍କର ଅଷ୍ଟ୍ରେଲିଆରେ ପ୍ରଦର୍ଶନ ସଭିଙ୍କୁ ପ୍ରଭାବିତ କରିଥିଲା ମାତ୍ର ଚେନ୍ନାଇର ସେ ପ୍ରଥମ ପାଳିରେ ବୋଲିଂ କରିବା ପରେ ୮ ଓଭର ଭିତରେ ଗୋଟେ ବି ୱିକେଟ ନେଇ ପାରିଲେ ନାହିଁ। ଏବେ ଏହା କୋହଲିଙ୍କ ଉପରେ ନିର୍ଭର କରେ କି ସେ କାହାକୁ ଚୟନ କରୁଛନ୍ତି।

Google

କୂଳଦୀପ ଅଥବା ସୁନ୍ଦର: ଭାରତରେ ସ୍ପିନ ଟ୍ରାକ ହେଇଥିବାରୁ କୋହଲିଙ୍କ ଏକ ଅତିରିକ୍ତ ସ୍ପିନର ଖେଳାଇବାକୁ ପଡିଥାଏ। ଏହି ସ୍ଥାନରେ ସେ ସୁନ୍ଦର ଅଥବା କୂଳଦୀପ କାହାକୁ ଜଣକୁ ଖେଳାଇବା କଥା କହୁଥିଲେ। ପ୍ରଥମ ଟେଷ୍ଟରେ ସୁନ୍ଦରଙ୍କୁ ସୁଯୋଗ ମିଳିଲା ଆଉ ସେ ୨୬.୩ ଓଭର ବୋଲିଂ କଲେ ମାତ୍ର ତାଙ୍କୁ କିଛି ଖାସ ସଫଳତା ପ୍ରାପ୍ତ ହୋଇନଥିଲା। ଦ୍ୱିତୀୟ ଟେଷ୍ଟରେ କୂଳଦୀପଙ୍କୁ ମଉକା ମିଳିଲା ଆଉ ସେ ଦୁଇଟି ଇନିଂସରେ ୧୨.୨ ଓଭର ଲେଖାଏଁ ବୋଲିଂ କଲେ ମାତ୍ର ତାଙ୍କୁ କିଛି ଖାସ ସଫଳତା ପାଇନଥିଲେ। ମାତ୍ର ସୁନ୍ଦର ବ୍ୟାଟିଂରେ ଦୃଢ଼ତା ଆଣନ୍ତି ତେଣୁ ତାଙ୍କୁ ମୌକା ମିଳିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *