କରୋନା ମହାମାରୀ ସୁରକ୍ଷା: ରୋଗ ପ୍ରତିରୋଧକ ଶକ୍ତିକୁ ବଢେଇବାର ଉପାୟ, ଜାଣନ୍ତୁ ।
କରୋନା ମହାମାରୀ ସଂକ୍ରମଣ ପାଇଁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସ୍ଥିତିରେ ସମସ୍ତେ ନିଜକୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ।
ମହାମାରୀ ସଂକ୍ରମଣରୁ ନିଜକୁ ସୁରକ୍ଷା କରିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକ ହୋଇଥାଏ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ତୁଳନାରେ ଯେଉଁବ୍ୟକ୍ତି ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ, ସେମାନେ ଏହାର ମୁକାବିଲା କରିବାରେ ଅଧିକ ସକ୍ଷମ ହୋଇପାରିବେ। ଏହିପରି ଘଡିସନ୍ଧି ମୂହୁର୍ତ୍ତରେ ଆମେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିବା ପାଇଁ ଚେଷ୍ଟା କରିବା ନିହାତି ଦରକାର ।

ରୋଗ ପ୍ରତିରୋଧକ ଶକ୍ତିକୁ ବଢେଇବାର ଉପାୟ:
ତେବେ ଆସନ୍ତୁ ଜାଣିବା ରୋଗ ପ୍ରତିରୋଧକ ଶକ୍ତି ବଢିବା ପାଇଁ କେଉଁ ଖାଦ୍ୟ ଖାଇବା ଦରକାର ।
ଭିଟାମିନ ସି ର ଆବଶ୍ୟକ
“ଭିଟାମିନ ସି” ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଭିଟାମିନ ସି ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗରୁ ମଧ୍ୟ ସୁରକ୍ଷା କରିଥାଏ । ଅଁଳା, କମଳା ଏବଂ କିନଉ ରେ ଭିଟାମିନ୍ ସି ଭର୍ପୂର ମାତ୍ରାରେ ରହିଛି । ଏହା କୁ ଖାଇଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।
ସକାଳେ ପ୍ରଥମେ ହାଲକା ଉଷୁମ ପାଣି ରେ ଲେମ୍ବୁ ରସ ମିଶାଇ ତାକୁ ପିଅନ୍ତୁ, ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବା ।
ପାଣି ରେ ପୁଦିନା ପତ୍ର ସହିତ ଲେମ୍ବୁ କି କାଟି ପକେଇ ପିଅନ୍ତୁ । ଚେଷ୍ଟା କରନ୍ତୁ ପ୍ରତି ୧୫ ମିନିଟ୍ ରେ ଏହାକୁ ପିଇବାପାଇଁ ।
ଦିନକୁ ୩ ଥର ଜଳୀୟ ବାଷ୍ପ କିମ୍ବା ପାଣି ଫୁଟିବା ବେଳେ ତାର ବାମ୍ପ କୁ ନିଅନ୍ତୁ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବା ।
ଘରେ କାଡା ବନେଇକି ପିଅନ୍ତୁ, କାଡା ବନେଇଲା ବେଳେ ସେଥିରେ ଗୋଲମରିଚ, ଚକ୍ର ଫୁଲ ଏବଂ ଡାଲଚିନି ପକେଇ ଫୁଟାନ୍ତୁ ଆଉ ସେଥିରେ ହଳଦୀ, ଲେମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତୁ ।
ଦିନକୁ ଥରେ ଉଷୁମ ପାଣି ରେ ଲୁଣ ପକାଇ ଗଳ ଗଳ କରନ୍ତୁ ।
ସବୁବେଳେ ଖାଇବା ବନେଇଲା ବେଳେ ସେଥିରେ ଗୋଲମରିଚ କିମ୍ବା ଗୋଲମରିଚ ଗୁଣ୍ଡ ପକାନ୍ତୁ ।
ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବା ।
ହଳଦୀ ସବୁଠାରୁ ଅଧିକ ସାହାଯ୍ୟ କରିଥାଏ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଚି-ଇନ୍ଫ୍ଲେମେଣ୍ଟାରୀ ଭରିକି ରହିଛି । କ୍ଷୀରରେ ହଳଦୀ ଆଉ ଗୋଲମରିଚ ମିଶାଇ ସେବନ କରନ୍ତୁ ।
ଚାହା ରେ ତୁଳସୀ ପତ୍ର ପକେଇ ପିଇଲେ ଏହା ବହୁତ୍ ସାହାଯ୍ୟ କରିଥାଏ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ । ତେଣୁ ଚାହା ରେ ତୁଳସୀ ପତ୍ର ପକାଇ ପିଇବା ଅଭ୍ୟାସ କରନ୍ତୁ ।
ସବୁଜ ପତ୍ର ପନିପରିବା ଯେପରି ବ୍ରକୋଲି, ପାଳଙ୍ଗ, ପୋଇ, ପତ୍ରକୋବି ରେ ଫାଇବର୍ ଓ ଭିଟାମିନ୍ ସି ପରିମାଣ ଅଧିକ ରହିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ବହୁତ୍ ସାହାଯ୍ୟ କରିଥାଏ ।
ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାନ୍ତୁ, କରୋନା ଠାରୁ ରକ୍ଷା ପାଆନ୍ତୁ
କଞ୍ଚା ରସୁଣରେ ପର୍ଯ୍ୟାପ୍ତ ମାତ୍ରାରେ ଏଲିସିନ୍, ଜିଂ, ସଲ୍ଫର୍, ସେଲେନିୟମ୍ ଓ ଭିଟାମିନ୍ ସି ତଥା ବି ଥିବାରୁ ଏହାକୁ ଖାଇଲେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
ପିଆଜ ଏବଂ ରସୁଣ ସବୁ ବେଳେ ଖାଇବା ବନେଇବା ବେଳେ ଖାଇବାରେ ପକାନ୍ତୁ । ଏହା ଦ୍ଵାରା ଆଣ୍ଟିମାଇକ୍ରୋବିଆଲ ପ୍ରସ୍ତୁତି ହୋଇଥାଏ ।
ଓଟ୍ସରେ ଫାଇବର୍ର ପରିମାଣ ଅଧିକ ରହିବା ସହିତ ଏହାର ଆଣ୍ଟି-ମାଇକ୍ରୋବିଆଲ୍ ଗୁଣ ଯୋଗୁଁ ଏହାକୁ ପ୍ରତିଦିନ ନିଜ ଭୋଜନରେ ସାମିଲ୍ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।
ଦହି ଖାଇଲେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
ଆମେ ଅଧିକ ପରିମାଣର ଆଣ୍ଟିଅକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ବିଭିନ୍ନ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ବିଷାକ୍ତ ପଦାର୍ଥର ପ୍ରଭାବରୁ ଶରୀରକୁ ରକ୍ଷା କରିଥାଏ ।
ବେରି କିମ୍ବା କୋଳି ରେ ବହୁତ୍ ପରିମାଣର ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ୍ ସି ଅଛି । ପ୍ରଚୁର ପରିମାଣ ର ଜାମୁ କୋଳି ଖାଆନ୍ତୁ,ଏହା ଦେହ ପାଇଁ ବହୁତ ହିତକାରୀ । ବେରି ସହିତ ଦହି, ଆଲମଣ୍ଡ (ପିସ୍ତାବାଦାମ୍) ଆଉ ଚିଆ ମଞ୍ଜି କିମ୍ବା ଅଳସୀ ମଞ୍ଜି ମିଶାଇ ବି ଖାଇପାରିବେ ।
ଗାଜର୍, କନ୍ଧମୂଳ, କମଳା, ପାଚିଲା ଅମୃତଭଣ୍ଡା, ବାଦାମ, କ୍ଷୀର, ଦହି, ଛତୁ ଓ ରାଶି ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ ।
ଭିଟାମିନ୍ ଡି ର ଆବଶ୍ୟକ:
“ଭିଟାମିନ୍ ଡି” ମଧ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । “ଭିଟାମିନ୍ ଡି” ଏପରି ଏକ ପ୍ରୋଟିନ୍ ଉତ୍ପାଦନ କରିଥାଏ ଯାହା ବ୍ୟାକ୍ଟେରିଆ ଓ ଭୂତାଣୁ ଭଳି ସଂକ୍ରମଣକାରୀ ଉପାଦାନକୁ ବାଛି ନଷ୍ଟ କରିବାରେ ସହାୟକ ହୋଇଥାଏ ।
ଏହା ଶରୀରରେ ଶ୍ୱେତ ରକ୍ତ କଣିକାର କାର୍ଯ୍ୟକାରିତା ଓ ସଂଖ୍ୟା ବୃଦ୍ଧିକୁ ପ୍ରଭାବିତ କରିଥାଏ । ରୋଗ ପ୍ରତିରୋଧକ ବ୍ୟବସ୍ଥାରେ ଶ୍ୱେତ ରକ୍ତ କଣିକା ପ୍ରମୂଖ ଭୂମିକା ଗ୍ରହଣ କରିଥାଏ ।
ସୂର୍ଯ କିରଣ “ଭିଟାମିନ୍ ଡି” ର ଏକ ଉତ୍କୃଷ୍ଟ ଉତ୍ସ । ତେଣୁ ଆପଣାକୁ ସକାଳେ ସୂର୍ଯ କିରଣ କୁ ଉପଭୋଗ କରିବା ଦରକାର ।
“ଭିଟାମିନ୍ ଡି” ମଧ୍ୟ ଅଣ୍ଡା, ଟଫୁ, ଛତୁ ଆଦି ଖାଇଲେ ମଧ୍ୟ “ଭିଟାମିନ୍ ଡି” ର ଆବଶ୍ୟକତା ପୂରଣ ହୋଇଥାଏ ।
ଭିଟାମିନ୍ ଏ, ଭିଟାମିନ୍ ବି୨ ଓ ଭିଟାମିନ୍ ବି୬, ଭିଟାମିନ୍ ଡି, ଭିଟାମିନ୍ ଇ, ଭିଟାମିନ୍ ସି, ବିଟାକେରୋଟିନ୍ ଓ ସେଲେନିୟମ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିଥାଏ ।
ଆଲମଣ୍ଡ (ପିସ୍ତାବାଦାମ୍) ରେ ଭିଟାମିନ୍ ଇ, ଫାଇବର୍, ପ୍ରୋଟିନ୍ ଏବଂ ଓମେଗା-୩, ତେଣୁ ଏହାକୁ ପ୍ରତିଦିନ ଖାଆନ୍ତୁ ।
ଖାଦ୍ୟରେ ଉପଯୁକ୍ତ ପରିମାଣର ପ୍ରୋଟିନ୍ ସାମିଲ୍ କରନ୍ତୁ । ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରଣାଳୀରେ ପ୍ରମୂଖ ଭୂମିକା ଗ୍ରହଣ କରୁଥିବା ଆଣ୍ଟିବଡି ଶରୀରରେ ପ୍ରସ୍ତୁତ ହୋଇପାରିବ ।
ସନ୍ତୁଳିତ ଆଉ ପୌଷ୍ଟିକ ଖାଇବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜ୍ବୁତ୍ କରିବା ପାଇଁ ଯୋଗ ପ୍ରାଣାୟାମ୍ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ।
ଯୋଗ, ପ୍ରାଣାୟାମ୍ ଓ ଧ୍ୟାନ:
ଭୋର୍ ସକାଳୁ ଉଠି ଯୋଗ, ପ୍ରାଣାୟାମ୍ ଓ ଧ୍ୟାନ କରନ୍ତୁ, ପ୍ରଚୁର ପାଣି ପିଅନ୍ତୁ
ପ୍ରାୟ ୭ ରୁ ୮ ଘଣ୍ଟା ଶୁଅନ୍ତୁ, ସକାଳର ସୂର୍ଯ୍ୟ କିରଣ କୁ ଉପଭୋଗ କରନ୍ତୁ
ଅଧିକ ସମୟ ସକ୍ରିୟ ରହିବାକୁ ଚେଷ୍ଟା ଆଉ ନିଜକୁ ଚାପମୁକ୍ତ ରଖନ୍ତୁ