ଘର ଚାରିପଟେ କେଉଁ ବୃକ୍ଷ ଲଗେଇଲେ ମିଳିବ ଶୁଭଫଳ !
ଘର ଚାରିପଟେ ଗଛ ରହିବ ଭଲ । ଏହା ପାରିପାର୍ଶ୍ଵିକ ବାତାବରଣକୁ ଶୁଦ୍ଧ ରଖେ ଓ ମାନସିକ ଶାନ୍ତି ପ୍ରଦାନ କରେ । ଆଜିକାଲି ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲୋକେ ବିଭିନ୍ୟ ପ୍ରକାରର ଫୁଲ ଓ ଫଳଗଛ ଘର ଚାରିପଟେ ଲଗାଉଛନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ସବୁ ଗଛର ସ୍ୱତନ୍ତ୍ର ମହତ୍ୱ ଓ ଶକ୍ତି ରହିଛି । କିଛି ଗଛ ଘର ଏବଂ ସେଠାରେ ରହୁଥିବା ପରିବାରକୁ ଶୁଭଫଳ ଦେଉଥିବା ବେଳେ କିଛି ଗଛ ଓଲଟା ଫଳ ପ୍ରଦାନ କରନ୍ତି । ତେଣୁ ଘର ଓ ପରିବାରର ମଙ୍ଗଳ ପାଇଁ ଏ ଦିଗରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ ।
ଡାଳିମ୍ବ, ପଣସ, ନଡ଼ିଆ, ବେଲ, ଆମ୍ବ, ଅଁଳା, ଅମୃତଭଣ୍ଡା ପ୍ରଭୁତି ଫଳଗଛ, ଚମ୍ପା, ଅଶୋକ, ଟଗର, ବଉଳ ଆଦି ଫୁଲଗଛ ଗୃହ ପାଇଁ ମଙ୍ଗଳକାରକ । ତେବେ କଇଥ, ତେନ୍ତୁଳି ପରି କିଛି ଫଳଗଛ ଏବଂ କଦମ୍ବ, ଧଳା ଅପରାଜିତା ପରି କିଛି ଫୁଲଗଛ ଘର ପାଇଁ ଅଶୁଭ ।

ପୂର୍ବଦିଗରେ ଅଶ୍ୱତ୍ଥଗଛ ଥିଲେ ଘରେ ଏବଂ ସେଠାରେ ରହୁଥିବା ପରିବାର ପାଇଁ ବିପଦ ସୃଷ୍ଟି କରେ ଏବଂ ଆର୍ଥିକ ସଙ୍କଟର କାରଣ ହୋଇଥାଏ । ସେହିପରି ପଶ୍ଚିମ ଦିଗରେ ଥିବା ବରଗଛ ଘର ପାଇଁ ବିପଦ ଡାକି ଆଣେ । ଉତ୍ତରରେ ଉଦୁମ୍ବର ଗଛର ଅବସ୍ଥିତି ମୃତ୍ୟୁ ଭୟର କାରଣ ହୋଇଥାଏ ।
ଏୌଶାନ୍ୟ କୋଣରେ ରକ୍ତପୁଷ୍ପ, ଅଗ୍ନିକୋଣରେ ଅରଖ ପରି କ୍ଷୀରଗଛ, ନୈରୁତ କୋଣରେ କଣ୍ଟାଗଛ ଓ ବାୟବ୍ୟ କୋଣରେ ଶିମୁଳି ଗଛ ଘର ତଥା ଘରେ ବସବାସ କରୁଥିବା ଲୋକଙ୍କ ପାଇଁ ବିପଦଜନକ ।

ଅଁଳା, ତୁଳସୀ, ନଡ଼ିଆ, ଲିମ୍ବ ଓ ଅଶୋକ ପରି କିଛି ଗଛର ଛେଲି, ପତ୍ର ଓ ଫୁଲର ଔଷଧୀୟ ଗୁଣ ରହିଛି । ଆୟୁର୍ବେଦରେ ବିଭିନ୍ୟ ରୋଗ ନିବାରଣ ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଏ । ତେଣୁ ସେଗୁଡିକ ନିଜ ବାଡ଼ି ବା ଅଗଣାରେ ରହିଲେ ଶୁଭଫଳ ଦେବା ସହିତ ବେଳ ଅବେଳରେ କାମରେ ମଧ୍ୟ ଆସିଥାନ୍ତି । ଏହି ଗଛ ଗୁଡିକୁ ଆପଣ ଆପଣଙ୍କ ଅଗଣାରେ ଲଗେଇ ପାରିବେ । ଆହୁରି ମଧ୍ୟ୍ୟ ଘର ପାଖରେ କିଛି ଭଲ ଭଲ ଗଛ ରହିଲେ ଘରର ସୁନ୍ଦରତା ବଢ଼େଇ ଦେଇଥାଏ ।