ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିଦେଇଛନ୍ତି। ଏହା ପୂର୍ବରୁ ସେ ଟି-୨୦ ଛାଡିଥିଲେ ଓ ଏକଦିବସିୟରୁ ତାଙ୍କୁ ହଟାଇଦିଆଯାଇଥିଲା । ପ୍ରାୟ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ କି ଆଗାମୀ ଟେଷ୍ଟ ଅଧିନାୟକ କିଏ ହେବ। ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜ ପାଇଁ ଉପଅଧିନାୟକ କରାଯାଇଥିଲା କିନ୍ତୁ ସେ ଆଘାତ କାରଣରୁ ଗ୍ରସ୍ତରେ ଯାଇପାରିନଥିଲେ। ତାଙ୍କ ଜାଗାରେ ରାହୁଲଙ୍କୁ ଉପଅଧିନାୟକ କରାଯାଇଥିଲା। କୋହଲି ଦ୍ୱିତୀୟ ଟେଷ୍ଟରେ ଖେଳିନଥିଲେ ଯେଉଁ କାରଣରୁ ରାହୁଲ ସେହି ଟେଷ୍ଟରେ ଅଧିନାୟକତ୍ୱ କରିଥିଲେ।

ଏହା ପରେ ହିଁ ଚର୍ଚ୍ଚା ହେଉଛି କି ଭାରତର ଆଗାମୀ ଟେଷ୍ଟ ଅଧିନାୟକ କିଏ ହେବ? କଣ ରୋହିତ ଶର୍ମା ହିଁ ଭାରତର ତିନୋଟି ଯାକ ଫର୍ମାଟର ଅଧିନାୟକତ୍ୱ ସମ୍ଭାଳିବେ ନା କାମ ଚାପକୁ ଦେଖି ବିସିସିଆଇ ତାଙ୍କ ଜାଗାରେ କେ ଏଲ ରାହୁଲଙ୍କୁ ଟେଷ୍ଟର ଅଧିନାୟକ କରିବ। ଏହା ମଧ୍ୟରେ ଏହି ଖବର ଆସୁଛି କି ବିସିସିଆଇ ରୋହିତଙ୍କୁ ଟେଷ୍ଟର ଅଧିନାୟକ କରିବ। ତାଙ୍କ ନାମ ଚୟନ ହୋଇସାରିଛି ଓ ବିସିସିଆଇ ଜଲ୍ଦି ଏହାର ଘୋଷଣା କରିବ।
ଇନସାଇଡ଼ ସ୍ପୋର୍ଟରେ ଜଣେ BCCIର ମୁଖ୍ୟ ଅଧିକାରୀ କହିଛନ୍ତି ରୋହିତ ଶର୍ମା ହିଁ ଟେଷ୍ଟର ଅଧିନାୟକ ହେବେ ଓ ବିସିସିଆଇ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୧୯ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ଏକଦିବସିୟ ସିରିଜ ପରେ ନାମ ଘୋଷଣା କରିପାରେ।
MS Dhoni ➡️ Virat Kohli ➡️ ____________? ?
Who should take the Test captaincy baton from Virat Kohli?? Rohit Sharma
? KL Rahul
? Rishabh Pant
? Jasprit Bumrah#Crickettwitter pic.twitter.com/Mng3yQj9a4— CricTracker (@Cricketracker) January 17, 2022
ରୋହିତ ହିଁ ହେବେ ଟେଷ୍ଟର ଅଧିନାୟକ:
ବିସିସିଆଇ ଅଧିକାରୀ ଇନସାଇଡ଼ ସ୍ପୋର୍ଟକୁ କହିଛନ୍ତି,”ଏଥିରେ କୌଣସି ସନ୍ଦେହ ନାହିଁକି ରୋହିତ ଶର୍ମା ଆଗାମୀ ଟେଷ୍ଟ ଅଧିନାୟକ ହେବେ। ତାଙ୍କୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ଟେଷ୍ଟ ଟିମର ଉପଅଧିନାୟକ କରାଯାଇଥିଲା। ଏବେ ଯେବେ ବିରାଟ ଟେଷ୍ଟର ଅଧିନାୟକ ପଦ ଛାଡିଦେଇଛନ୍ତି ତେଣୁ ରୋହିତ ହିଁ ଅଧିନାୟକ ହେବେ। ଜଲ୍ଦି ଏହାର ଘୋଷଣା କରାଯିବ”।
ରୋହିତଙ୍କୁ ଫିଟନେସ ଉପରେ ଅଧିକ କାମ କରିବାକୁ ହେବ:
ବିସିସିଆଇ ଅଧିକାରୀ କହିଛନ୍ତି,”ରୋହିତଙ୍କ ସହ କାମ ପ୍ରେସର ଓ ଫିଟନେସକୁ ନେଇ ବିସିସିଆଇ ଆଲୋଚନା କରିବ। ଯଦି ତାଙ୍କୁ ଟେଷ୍ଟର ଅଧିନାୟକ କରାଯିବ ତେବେ ତାଙ୍କ କାମ ପ୍ରେସର ବହୁତ ବଢିଜିବ କାରଣ ଅଳ୍ପ ଦିନ ତଳେ ତାଙ୍କୁ ଏକଦିବସିୟ ଓ ଟି-୨୦ର ଅଧିନାୟକ କରାଯାଇଛି। ତେଣୁ କୋହଲିଙ୍କୁ ନିଜ ଫିଟନେସ ଉପରେ ଅଧିକ କାମ କରିବାକୁ ପଡିବ”।
There are four captaincy options in my view, which isn't a bad state of affairs. Rohit Sharma and KL Rahul are more talked about. But two fine thinkers in Ashwin and Bumrah also reside in the team if the need materialises.
— Harsha Bhogle (@bhogleharsha) January 17, 2022
ଭାରତର ନୂଆ ଟେଷ୍ଟ ଅଧିନାୟକ ରୂପରେ ରୋହିତ ଶର୍ମା ନାମର ଘୋଷଣା ଦକ୍ଷିଣ ଆଫ୍ରିକା ଗ୍ରସ୍ତ ସରିବା ପରେ କରାଯିବ। ଶ୍ରୀଲଙ୍କା ବିରୁଦ୍ଧରେ ଏହି ବର୍ଷ ଫେବୁଆରୀ-ମାର୍ଚ୍ଚରେ ହେବାକୁ ଥିବା ଟେଷ୍ଟ ସିରିଜରୁ ରୋହିତ କାର୍ଯ୍ୟକାଳ ଆରମ୍ଭ କରିପାରନ୍ତି।
କିଏ ହେବ ଟେଷ୍ଟ ଟିମର ଉପଅଧିନାୟକ?
ବିସିସିଆଇ ଭବିଷ୍ୟତର ଅଧିନାୟକତ୍ୱ ପାଇଁ କେଏଲ ରାହୁଲ ଓ ରିଷଭ ପନ୍ତଙ୍କୁ ପ୍ରସ୍ତୁତ କରୁଛି। ବିସିସିଆଇ ସୂତ୍ର କହିଛନ୍ତି କି,”ଚିନ୍ତା ଏହା ପାଇଁ ନୁହେଁକି ଆଗାମୀ ଅଧିନାୟକ କିଏ ହେବ ବରଂ ଚିନ୍ତା ଏହିକଥା ପାଇଁ କି ଆଗାମୀ ଉପଅଧିନାୟକ କିଏ ହେବ? କାରଣ ଭବିଷ୍ୟତର ଅଧିନାୟକଙ୍କୁ ଦେଖି ଏହି ନିସ୍ପତି ନିଆଯିବ”।

କେଏଲ ରାହୁଲ,ରିଷଭ ପନ୍ତ ଓ ଯଶପ୍ରୀତ ବୁମରା ସମସ୍ତେ ଭବିଷ୍ୟତର ଲିଡ଼ର ଅଟନ୍ତି। ଚୟନକର୍ତାଙ୍କୁ ଏହିମାନଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି। ଚୟନକର୍ତାଙ୍କୁ ଏକ ବଡ଼ ଫଇସଲା କରିବାକୁ ହେବକି କାହାକୁ ଭାରତର ଉପଅଧିନାୟକ କରାଯିବ। କାରଣ ଏହି ଫଇସଲା ଉପରେ ଭାରତର ଭବିଷ୍ୟତ ରହିବ।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।