ଦୁନିଆର ବଢୁଥିବା ଲୋକ ସଂଖ୍ୟା ସହ ଲୋକଙ୍କ ପାଖରେ ଅନେକ ଅସୁବିଧା ସାମ୍ନାକୁ ଆସୁଛି। ଏବେ ଏହିପରି ଏକ ଚେତାବନୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରିକରିଛି। ତା ଅନୁସାରେ ୨୦୫୦ ଭିତରେ ପ୍ରତି ୪ ଜଣ ବ୍ୟକ୍ତି ମଧ୍ୟରୁ ଜଣଙ୍କୁ ଶୁଣିବାରେ ଅସୁବିଧା ହେବ। ଏହାର ଅର୍ଥ ୨୦୫୦ ଭିତରେ ଲୋକଙ୍କ ଶୁଣିବାର କ୍ଷମତା କମିଯିବ। ମଙ୍ଗଳବାରକୁ ଏହି ବିଷୟରେ ଚେତାବନୀ ଜାରି କରି ଡବ୍ଲୁଏଚଓ ଏହି ସମସ୍ୟାର ସମାଧାନ ପାଇଁ ଓ ଏଥିରୁ ବଞ୍ଚିବା ପାଇଁ ଅଧିକ ନିବେଶ କରିବାକୁ କହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ରିପୋର୍ଟରେ କହିଛିକି ଏହି ସମସ୍ୟାକୁ ଅନେକ କାରଣ ଉପରେ ଧ୍ୟାନ ଦେଇ ଅଟକାଯାଇପାରିବ। ତା ଅନୁସାରେ ଏଥିରେ ସଂକ୍ରମଣ, ଜନ୍ମ ସମୟରୁ ହିଁ ଶୁଣିବାରେ ଅସୁବିଧା ହେବ। ରୋଗ ଦୁନିଆରେ ବଢୁଥିବା ଶବ୍ଦ ସମସ୍ୟା ଓ ବଦଳୁଥିବା ଲାଇଫଷ୍ଟାଇଲ ପାଇଁ ହେବ।
ଡବ୍ଲୁଏଚଓ ଏଥିରୁ ମୁକ୍ତି ପାଇଁ ଖାସ ପ୍ୟାକେଜର ପ୍ରସ୍ତାବ ଦେଇଛି। ଏହି ପ୍ୟାକେଜ ଅନୁସାରେ ପ୍ରତିବ୍ୟକ୍ତି ବର୍ଷକୁ ପାଖାପାଖି ୧.୩୩ ଡ଼ଲାର ଦେବ। ଯଦି ଏହି ସମସ୍ୟା ବଢିବ ତେବେ ଦୁନିଆକୁ ପ୍ରତିବର୍ଷ ୧ ଲକ୍ଷ କୋଟି ଡ଼ଲାର କ୍ଷତି ସହିବାକୁ ପଡିବ।

ରିପୋର୍ଟରେ କୁହାଯାଇଛିକି ଏହି ସମସ୍ୟା ସହ ଲଢ଼ିବାରେ ପଦକ୍ଷେପ ଉଠାଇବା ପାଇଁ ବିଫଳ ହେବାର ଅର୍ଥ ଲୋକଙ୍କ ସ୍ୱାସ୍ଥ୍ୟ ଓ ଖୁସି ଉପରେ ଏହାର ପ୍ରଭାବ ପଡିବ। ଏହା ସହିତ ଶିକ୍ଷା, ଚାକିରୀ, ଓ ସଂଚାର ଦ୍ଵାରା ଅଲଗା ଅଲଗା ଅସୁବିଧାର ସଙ୍କଟ ଠିଆ ହୋଇପାରେ।
ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ଦୁନିଆର ପ୍ରତି ୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ଶୁଣିବାର ଅସୁବିଧା ଅଛି କିନ୍ତୁ ଆଗାମୀ ୩ ଦଶକରୁ ଏହି ଶୁଣିବାର କ୍ଷମତା କମିବାରେ ଲାଗିବ ଓ ଏହି ସମସ୍ୟା ଦେଇ ବହୁତ ଲୋକ ଗତିକରିବେ।ଏହାର ପ୍ରଭାବ ଦୁନିଆର ୨.୫ ଅରବ ଲୋକଙ୍କ ଉପରେ ପଡିପାରେ। ୨୦୧୯ରେ ଲୋକଙ୍କ ସଂଖ୍ୟା ୧.୬ ଅରବ ଥିଲା। ୨୦୫୦ ରେ ୨.୫ ଅରବ ଲୋକଙ୍କ ମଧ୍ୟରୁ ୭୦ କୋଟି ଲୋକ ଏପରି ହେବେ ଯାହାଙ୍କୁ କି ଗମ୍ଭୀର ରୂପରେ ଏହି ରୋଗରେ ଜଡିତ ହେବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।