IPL ୨୦୨୧:ମହେନ୍ଦ୍ର ସିଂ ଧୋନୀଙ୍କ ପରେ କିଏ ହେବ ଚେନ୍ନାଇର କ୍ୟାପଟେନ! ଏହି ୪ ଖେଳାଳି ଅଛନ୍ତି ଦୌଡ଼ରେ।

୩୯ବର୍ଷୀୟ ଧୋନି ୧୪ ତମ ଆଇପିଏଲ ଖେଳୁଛନ୍ତି।ଆଇପିଏଲ ବାୟୋବବୁଲରେ କୋରନା ସଂକ୍ରମଣ ହେତୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଗଲା। ଧୋନି ଏକ ମାତ୍ର ଖେଳାଳି ଯିଏ ସବୁ ସଂସ୍କରଣରେ ଗୋଟିଏ ଟିମର କ୍ୟାପଟେନ ହୋଇଛନ୍ତି। ଆଇପିଏଲ ଆରମ୍ଭରେ ସେ ସିଏସକେ ସାଙ୍ଗରେ ଥିଲେ। ପୂର୍ବ ବର୍ଷ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ରିଟାୟାର୍ଡ ନେଇସାରିଥିବା ଧୋନିଙ୍କ ପାଇଁ ଆଇପିଏଲ ୨୦୨୧ ଅନ୍ତିମ ହୋଇପାରେ। ତାଙ୍କ ଫର୍ମ ଓ ବୟସକୁ ଦେଖି ଏପରି କୁହାଯାଇଛି। ଯଦି ଧୋନି ଆଇପିଏଲକୁ ଅଲବିଦା କହିଦେବେ ତ ସିଏସକେର କ୍ୟାପଟେନ କିଏ ହେବ?

Google

ରବିନ୍ଦ୍ର ଜାଡେଜା: କେତେ ବର୍ଷରୁ ସେ ଚେନ୍ନାଇ ଟିମର ମୁଖ୍ୟ ଖେଳାଳି ଅଟନ୍ତି। ସେ କ୍ରିକେଟର ତିନି ଫର୍ମାଟରେ ମହାନ ଖେଳାଳି ଅଟନ୍ତି। ଡେଥ ଓଭରରେ ବ୍ୟାଟିଂ କରି ସେ ସିଏସକେକୁ କେତେକ ମ୍ୟାଚ ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବାର ନଜର ଆସିଛନ୍ତି। ଆଇପିଏଲରେ ସେ ଧୋନୀଙ୍କ ଟ୍ରମ୍ପ କାର୍ଡ଼ ଅଟନ୍ତି। ଏଲୋ ବିଗ୍ରେଡରେ ସେ ସବୁଠାରୁ ଅଧିକ ମ୍ୟାଚ ଖେଳିବା ଖେଳାଳିଙ୍କ ମଧ୍ୟରୁ ଏକ ଅଟନ୍ତି। ଜାଡେଜା ଏବେ ୩୨ ବର୍ଷୀୟ ଅଟନ୍ତି ଓ କୁହାଯାଉଛି କି ସେ ସିଏସକେ ଟିମର କ୍ୟାପଟେନ ହୋଇପାରନ୍ତି।

ଷ୍ଟିଭ ସ୍ମିଥ: ଶ୍ରେୟସ ଅୟରଙ୍କ ଆଘାତ ପ୍ରାପ୍ତ ହେବା ଓ ଆବେଶଙ୍କ ଫର୍ମକୁ ଫେରିବା ଦେଖି ହେଡ କୋଚ୍ ରିକି ପଣ୍ଟିଙ୍ଗ ଷ୍ଟିଭ ସ୍ମିଥଙ୍କୁ ଦିଲ୍ଲୀର ପ୍ଲେଇଁ ଇଲେଭେନରେ ଜାଗା ଦେଇଥିଲେ। ରାଜସ୍ଥାନର କ୍ୟାପଟେନ ରହିସାରିଥିବା ସ୍ମିଥ ବହୁତ କଷ୍ଟରେ ଦିଲ୍ଲୀ ଟିମରେ ଡେବ୍ୟୁ କଲେ। ଶ୍ରେୟସ ଅୟରଙ୍କ ଫେରିବା ପରେ ସ୍ମିଥଙ୍କୁ ଆଜିଙ୍କ୍ୟ ରାହାଣେ ଓ ହେଟମାୟାରଙ୍କ ପରି ଟିମରୁ ବାହାରେ ରହିବାକୁ ହେବ। ଏମିତିରେ ସିଏସକେ ତାଙ୍କୁ କିଣି ଟିମର କ୍ୟାପଟେନ ଭାର ଦେଇପାରେ।

Google

ଡେଭିଡ ୱାରନର: ପୂର୍ବରୁ କେନ ୱିଲିୟମସନଙ୍କୁ ସିଏସକେର କ୍ୟାପଟେନ ହେବାର ପ୍ରଶ୍ନ କରାଯାଉଥିଲା।ତାଙ୍କ କ୍ୟାପଟେନସିକୁ କୌଣସି ପ୍ରଶ୍ନ ନାହିଁ। ଆଇପିଏଲ ସ୍ଥଗିତ ହେବା ଆଗରୁ ୱାରନରଙ୍କୁ କ୍ୟାପଟେନରୁ ହଟେଇ ୱିଲୀୟମସନଙ୍କୁ ହାଇଦ୍ରାବାଦର କ୍ୟାପଟେନସି ଭାର ଦିଆଗଲା। ତାଙ୍କୁ ପ୍ଲେଇଁ ଇଲେଭେନରେ ମଧ୍ୟ ସାମିଲ କରାଯାଇନଥିଲା। ଏମିତିରେ ତାଙ୍କୁ ଆଗାମୀ ବର୍ଷ ମେଗା ଅକ୍ସନରେ ସିଏସକେ କିଣି କ୍ୟାପଟେନ ଭାର ଦେଇପାରେ ବୋଲି ଆଶା କରାଯାଉଅଛି।

ଫାଫ ଡୁପ୍ଲେସିସ: ୩୬ ବର୍ଷୀୟ ଦକ୍ଷିଣ ଆଫ୍ରିକାର ଖେଳାଳି ଫାଫଙ୍କ ଆଇପିଏଲ ୨୦୨୧ରେ ଭଲ ପ୍ରଦର୍ଶନ ରହିଥିଲା।ତାଙ୍କ ପାଖରେ ଦକ୍ଷିଣ ଆଫ୍ରିକାର କ୍ୟାପଟେନସିର ଅନୁଭବ ରହିଛି। ଆଇପିଏଲ ପୂର୍ଵ ସଂସ୍କରଣରେ ଚେନ୍ନାଇ ପ୍ରଦର୍ଶନ ଖରାପ ରହୁଥିଲେ ମଧ୍ୟ ସେ ଟିମ ପାଇଁ ସବୁଠାରୁ ଅଧିକ ରନ କରିବାର ନଜର ଆସିଥିଲେ। ସେ ୧୩ ମ୍ୟାଚରେ ୪୪୯ ରନ ବନେଇଥିଲେ। ଆଇପିଏଲ ୨୦୨୧ରେ ସେ ୬୪ ଔଷତ ସହ ୩୨୦ ରନ କରିସାରିଲେଣି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *