ଆଇପିଏଲ ୨୦୨୧ ଆରମ୍ଭରୁ ହିଁ ଦିଲ୍ଲୀ କ୍ୟାପିଟାଲସକୁ ଶକ୍ତ ଝଟକା ଲାଗିଛି। ଆହତ ହୋଇଥିବା ଶ୍ରେୟାସ ଆୟର ପୁରା ସଂସ୍କରଣ ଖେଳିବେ ନାହିଁ। ତାଙ୍କ ଅଧିନାୟିକତ୍ଵରେ ଆଇପିଏଲ ୨୦୨୦ ରେ ଦିଲ୍ଲୀ ଟିମ ଫାଇନାଲରେ ପହଞ୍ଚିଥିଲା। ତାଙ୍କ ଅନୁପସ୍ଥିତରେ ଦିଲ୍ଲୀର ଅଧିନାୟକ କିଏ ହେବ ଏ କଥା ତ ଦିଲ୍ଲୀ ଟିମ ମ୍ୟାନେଜମେଣ୍ଟ ବୁଝିଦେଵ। ୨୩ ବର୍ଷୀୟ ଋଷଭ ପନ୍ତ ଅଧିନାୟକ ହେବେ। ହେଲେ ଏବେ ବି ଏକ କଥା ଉଠୁଛି ପୂର୍ବ ବର୍ଷ ୫୧୯ ରନ କରିଥିବା ଆୟାରଙ୍କ ସ୍ଥାନ କିଏ ନେବ?

ଦିଲ୍ଲୀ ଟିମ ପାଇଁ ଦୁଇ ଓପ୍ନର ବ୍ୟାଟ୍ସମ୍ୟାନ ଶିଖର ଧୱନ ଓ ପୃଥ୍ବୀ ସ ଉପଲବ୍ଧ ଅଟନ୍ତି। ପୂର୍ବ ବର୍ଷ ତିନି ନମ୍ବରରେ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଏଥର ତାଙ୍କ ସ୍ଥାନ ହୁଏତ ଆଜିଙ୍କ୍ୟ ରାହାଣେ କିମ୍ବା ସ୍ଟିଭ ସ୍ମିଥ ସମ୍ଭାଳିବେ। ପୂର୍ବ ସଂସ୍କରଣରେ ରାଜସ୍ଥାନର ଅଧିନାୟକ ରହିଥିବା ସ୍ମିଥ ୧୩ ମ୍ୟାଚରେ ତିନି ଅର୍ଦ୍ଧଶତକ ସହ ୩୧୧ ରନ ବନେଇଥିଲେ।ସେହିପରି ରାହାଣେ ୯ ମ୍ୟାଚରେ ୧ ଅର୍ଦ୍ଧଶତକ ସହ ୧୧୩ ରନ କରିଥିଲେ।
ଆଇପିଏଲରେ ଦୁଇ ଖେଳାଳିଙ୍କ ପ୍ରଦର୍ଶନ:ରାହେଣେ ଆଇପିଏଲରେ ଅନୁଭବୀ ପ୍ଲେୟାର ଅଟନ୍ତି। ସେ ୧୪୯ ଟି ମ୍ୟାଚ ଖେଳି ୩୨ ଔଷତ ଓ ୧୨୧ ଷ୍ଟ୍ରାଇକ ରେଟରେ ୩୯୩୩ ରନ ବନେଉଛନ୍ତି। ଆଇପିଏଲରେ ତାଙ୍କ ନାମରେ ୨ ଶତକ ଓ ୨୮ ଅର୍ଦ୍ଧଶତକ ରହିଛି। ଏହି ଲିଗରେ ସେ ଅଧିକ ଓପନିଂ କରି ରନ କରିଥିଲେ। ଦିଲ୍ଲୀ ଟିମ ପାଇଁ ତାଙ୍କର ଓପନିଂ କରିବା କଷ୍ଟକର। ସେହିପରି ଷ୍ଟିଭ ସ୍ମିଥଙ୍କ କଥା କହିବା ତ ସେ ୯୫ ଟି ଆଇପିଏଲ ମ୍ୟାଚରେ ୩୬ ଔଷତରେ ୧୨୯ ଷ୍ଟ୍ରାଇକରେଟରେ ୨୩୩୩ ରନ ବନେଇଛନ୍ତି। ଏଥିରେ ଏକ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ ଅଛି।

ଏହି କାରଣ ପାଇଁ ଷ୍ଟିଭ ସ୍ମିଥଙ୍କ ପଟ ଭାରି: ଷ୍ଟିଭ ସ୍ମିଥ ନିୟମିତ ଅଷ୍ଟ୍ରେଲିଆ ଦଳରେ ତିନି ଫର୍ମାଟରେ ଖେଳନ୍ତି ହେଲେ ରାହାଣେ କେବଳ ଭାରତୀୟ ଟେଷ୍ଟ ଦଳରେ ସାମିଲ ଅଟନ୍ତି। ପୂର୍ବ ଏକ ବର୍ଷରେ ରାହାଣେ କେବେଳ ୮ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଯାହା ଫଳରେ ସେ ଭାରତୀୟ ଘରୋଇ କ୍ରିକେଟରୁ ପୁରାପୁରି ବାହାରେ ଥିଲେ। ଆଜି ସ୍ମିଥ ମାର୍ଶ କପରେ ୮୫ ରନର ନଟଆଉଟ ପାରି ଖେଳିଥିଲେ । ଏମିତିରେ ଦିଲ୍ଲୀ ଟିମର ହେଡ କୋଚ ସ୍ମିଥଙ୍କୁ ଦଳରେ ସ୍ଥାନ ଦେବାକୁ ଚାହିଁବେ।

ଦିଲ୍ଲୀ କ୍ୟାପିଟାଲସର ପୁରା ଟିମ: ଋଷବ ପନ୍ତ(ଅଧିନାୟକ ଏବଂ ୱିକେଟ କିପର),ଶିଖର ଧୱନ,ଆଜିଙ୍କ୍ୟ ରାହାଣେ,ଅମିତ ମିଶ୍ର,ଆବେଶ ଖାନ,ଉମେଶ ଯାଦବ,ଅକ୍ଷର ପଟେଲ,ରବିଚନ୍ଦ୍ରନ ଅଶ୍ୱିନ,ସାମ ବିଲିଙ୍ଗସ,ଇଶାନ୍ତ ଶର୍ମା,କାଗିସ ରବାଡ଼ା,ପୃଥ୍ବୀ ସ,ପ୍ରବୀଣ ଦୁବେ,ହେଟମାୟାର,ଷ୍ଟିଭ ସ୍ମିଥ,ନୋଖିଆ,ମାର୍କସ ଷ୍ଟୋୟନିସ,ଟମ କରନ,କ୍ରିସ ଓକ୍ସ,ଏମ ସିଦ୍ଧାର୍ଥ,ରିପଲ ପଟେଲ,ଲଳିତ ଯାଦବ,ଲୁକମାନ ମେରିବାଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।