ସିଡିଏସ ବିପିନ ରାୱତଙ୍କ ପରେ କିଏ ସମ୍ଭାଳିବ ସିଡିଏସ ପଦ! ଏହି ଦୁଇ ମହାନ ବ୍ୟକ୍ତି ଆଗରେ! ଜାଣନ୍ତୁ କିଏ ଅଟନ୍ତି ସେହି ବ୍ୟକ୍ତି

ଆପଣ ଏହି ଖବର ତ ପ୍ରାୟ ନିଶ୍ଚିତ ଜାଣିଥିବେ କି ଗତକାଲି ଦେଶର ପ୍ରଥମ ସିଡିଏସ ବିପିନ ରାୱତ ସହିଦ ହୋଇଯାଇଛନ୍ତି। ଏହା ସହିତ ଆଗାମୀ ସିଡିଏସ କିଏ ହେବ? ପ୍ରାୟ ଖୁବ ଶୀଘ୍ର ଏହାର ଚୟନ କରିବାକୁ ପଡିବ ଓ କେନ୍ଦ୍ର ପ୍ରାୟ ୭-୧୦ ଦିନ ଭିତରେ ଆଗାମୀ ସିଡିଏସ ଚୟନ କରିପାରେ। ସୂଚନା ଅନୁସାରେ ଏହି ପଦ କୌଣସି କମାଣ୍ଡିଙ୍ଗ ବା ଫ୍ଲାଇଙ୍ଗ ଅଫିସରଙ୍କୁ ଦିଆଯାଇପାରେ।

Google

ଆପଣଙ୍କୁ କହିରଖିବୁ ଏହି ପଦ ପାଇଁ ବୟସ ୬୫ ବର୍ଷ ରହିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ସ୍ୱତନ୍ତ୍ରତା ଦିବସରେ କହିଥିଲେ ସେ ଜଣେ ସିଡିଏସଙ୍କୁ ନିଯୁକ୍ତି କରିବେ। ଆପଣଙ୍କୁ ଏହା ମଧ୍ୟ କହିରଖିବୁ ସିଡିଏସ ଅଧିକାରୀଙ୍କ ହାତରେ ତିନୋଟି ଯାକ ସେନାର କମାଣ୍ଡ ରହିଥାଏ। ତେବେ ଏହି ବଡ଼ ପଦ ଏବେ କାହାକୁ ଦିଆଯିବ ଏହାକୁ ନେଇ ଆଲୋଚନା ଚାଲିଛି। ଏହା ମଧ୍ୟରେ ଦୁଇ ବ୍ୟକ୍ତିଙ୍କ ନାମ ଆଲୋଚନା ହେଉଛି ଯେଉଁମାନଙ୍କୁ ଏହି ପଦ ଦିଆଯାଇପାରେ।

ସେହି ଦୁଇ ବ୍ୟକ୍ତି ହେଉଛନ୍ତି ସ୍ଥଳ ସେନା ମୁଖ୍ୟ ଜେନରାଲ ମନୋଜ ମୁକୁନ୍ଦ ନରୱାଣେ। ଯିଏକି ୩୧ ଡିସେମ୍ବର ୨୦୧୯ରୁ ୨୭ ତମ ସେନା ଅଧକ୍ଷ ଭାବେ ଦାୟୀତ୍ୱ ତୁଲାଉଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ସେନାର ଉପପ୍ରମୁଖ ଭାବେ ଦାଇତ୍ୱ ତୁଲାଉଥିଲେ। ତାଙ୍କର ଏହି ଅଭିଜ୍ଞତା ପ୍ରାୟ ୪୦ ବର୍ଷରୁ ଅଧିକ ଅଟେ।

Google

ସେ ଜାମ୍ମୁ କାଶ୍ମୀର ଓ ଚୀନ ଭଳି ଅଞ୍ଚଳରେ ଦାୟୀତ୍ୱ ତୁଲାଉଥିଲେ। ସେ ରାଷ୍ଟ୍ରୀୟ ଏକାଡେମୀ ଏବଂ ଭାରତୀୟ ସୈନ୍ୟ ଏକାଡେମୀରୁ ଶିକ୍ଷା ଗ୍ରହଣ କରିସାରିବା ପରେ ସେନାରେ ଯୋଗଦେଇଥିଲେ।ଆଉ ଜଣେ ଆଗରେ ରହିଥିବା ବ୍ୟକ୍ତି ଅଟନ୍ତି ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ। ସେ ବର୍ଷ ୧୯୮୦ ମସିହାରୁ ଏଆଇଏଫ ଷ୍ଟିମରେ ସାମିଲ ହୋଇଥିଲେ। ଦୀର୍ଘ ୪୨ ବର୍ଷ ଦେଶ ସେବା କରିବା ପରେ ସେ ଅବସର ହୋଇଥିଲେ। କହିରଖିବୁ ଭଦୋରିଆ ଏବେ ପର୍ଯ୍ୟନ୍ତ ପ୍ରାୟ ୪୨୫୦ ଘଣ୍ଟାରୁ ଅଧିକ ସମୟ ବିମାନ ଉଡାଇଛନ୍ତି। ଏହି ସମୟରେ ସେ ୨୬ ଟି ପ୍ରକାର ଉଡାଣ ବିମାନ ଉଡାଇଛନ୍ତି। ଏହି ଦୁଇ ମହାନ ବ୍ୟକ୍ତିତ୍ୱ ଏହି ପଦ ପାଇବାର ଆଶା ଅଧିକ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *