ଧୋନିଙ୍କ ସହ ବାଇକ ରେସ୍ ହେଲେ କିଏ ଜିତିବ? ଜନ ଆବ୍ରାହମ ଦେଲେ ଆକର୍ଷଣୀୟ ଜବାବ…

ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ବାଇକକୁ ନେଇ କେତେ ରୁଚି ତାହା କାହାକୁ ଅବା ଜଣା ନାହିଁ। ତାଙ୍କ ଫାର୍ମ ହାଉସରେ ଅନେକ ପୁରୁଣା ଓ ନୂଆ ବାଇକ ରହିଛି। କେବଳ ଏତିକି ନୁହେଁ ତାଙ୍କ ପାଖରେ ରେସିଙ୍ଗ ବାଇକର କଲେକ୍ସନ ମଧ୍ୟ ଅଛି। ବଲିଉଡ଼ ଅଭିନେତା ଜନ ଆବ୍ରାହମଙ୍କୁ ମଧ୍ୟ ଫିଟନେସ ଓ ଅଟୋମୋବାଇଲ କଲେକ୍ସନର ସୌକ ଅଛି। ଭାରତର ମୋଟା ଜିପର ବ୍ରାଣ୍ଡ ଆମ୍ବାସଡ଼ର ଜନ ଆବ୍ରାହମ କହିଛନ୍ତି ଯଦି ବାଇକ ରେସ୍ ହେବ ତେବେ ଧୋନି ତାଙ୍କୁ ହରାଇଦେବେ।

Google

ନିଜର ବାଇକ ଓ କାର କଲେକ୍ସନକୁ ନେଇ ଚର୍ଚାରେ ରହୁଥିବା ଜନ ଅବ୍ରାହମଙ୍କୁ ଏକ କାର୍ଯ୍ୟକ୍ରମ ସମୟରେ ପଚରା ଯାଇଥିଲାକି ଯଦି ରେସ ହୁଏ ତେବେ ସେ ଓ ମାହିଙ୍କ ମଧ୍ୟରେ କିଏ ଜିତିବ। ସେ କହିଥିଲେ ନିଶ୍ଚିତ ରୂପରେ ମାହି ଜିତିବେ। ମିଡ ଡେର ଏକ ରିପୋର୍ଟ ଅନୁସାରେ ଜନ ଆବ୍ରାହମ ଆଗକୁ କହିଛନ୍ତି,”ଧୋନି ହିଁ ଜିତିବେ କାରଣ ସେ ବହୁତ ସାହସୀ ଓ ଜଣେ ଖେଳାଳି। ମୁଁ ତ ଜଣେ ଆକ୍ଟର ଅଟେ ସେ ଜଣେ ଭଲ ବାଇକ ରାଇଡ଼ର ଅଟନ୍ତି”।

ଧୋନି ଓ ଜନ ଦୁହେଁ ବାଇକ ରାଇଡ଼କୁ ପସନ୍ଦ କରିଥାନ୍ତି।ଯେବେ ଧୋନି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ସେବେଠୁ ଅନେକ ସମୟ ପର୍ଯ୍ୟନ୍ତ ସେ ଲମ୍ବା ଚୁଟି ରଖିଥିଲେ। ସେବେ ଜନ ମଧ୍ୟ ଲମ୍ବା ଚୁଟି ରଖିଥିଲେ ଓ ଦୁହିଁଙ୍କ ହେୟାର ଷ୍ଟାଇଲ ସମାନ ଥିଲା। ଧୋନିଙ୍କୁ ଅନେକ ସମୟରେ ନିଜ ବାଇକ ନିଜେ ସଫା କରୁଥିବା ଦେଖାଯାଇଛି। ଧୋନିଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଅଳ୍ପ ଦିନ ତଳେ ଏକ ଭିଡ଼ିଓ ସେୟାର କରିଥିଲେ କେଉଁଥିରେ ଧୋନି ନିଜ ଝିଅ ଜିଭାଙ୍କ ସହିତ ନିଜ ଫାର୍ମ ହାଉସରେ ପୁରୁଣା ବାଇକ ଉପରେ ବସିଥିବା ଦେଖାଯାଇଥିଲା।

Google

୪୦ ବର୍ଷୀୟ ଧୋନି ଏବେ ପୁଣି କ୍ରିକେଟ ଗ୍ରାଉଣ୍ଡରେ ଦେଖାଯିବେ ଯେବେ ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗ ଖେଳାଯିବ। ସେ ୧୯ ସେପ୍ଟେମ୍ବରରୁ ଆରମ୍ଭ ଆଇପିଏଲର ଦ୍ୱିତୀୟ ଭାଗରେ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନସି ସମ୍ଭାଳିବେ। ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ବୋଲି ଘୋଷଣା ହୋଇଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *