ମଦ କାରଣରୁ ପରିବାରରେ ମାରପିଟ ଓ ହିଂସା ଖବର ଶୁଣିବାକୁ ମିଳୁଛି। କେବେ ତ ମଦ କାରଣରୁ ପୁରା ପରିବାର ଧ୍ୱଂସ ହୋଇଯାଏ,ଯାହାର ଆକଳନ ମଧ୍ୟ କରାଯାଇପାରିବ ନାହିଁ। ଅଧିକାଂଶ ଘରେ ହିଂସା ଓ ଝଗଡ଼ାର ମୂଳ କାରଣ ମଦ ହୋଇଥାଏ। ଉତ୍ତରପ୍ରଦେଶର ଚାନ୍ଦୋଲି ଜିଲ୍ଲାରେ ପତି ମଦ ପିଇ ସ୍ତ୍ରୀ ସହ ଝଗଡ଼ା କରିଦେଲା,ଯାହାପାଇଁ ମହିଳା ତାଙ୍କ ଛୁଆଙ୍କ ସହ ଆତ୍ମହତ୍ୟା କରିବା ପାଇଁ ରେଲୱେ ଟ୍ରାକ ଉପରେ ଶୋଇବାକୁ ଆସିଲେ। ଏହି ସମୟରେ ଆରପିଏଫର ଯବାନ ତାଙ୍କ ପାଇଁ ଭଗବାନ ସଦୃଶ ହୋଇ ଆସିଲେ। ଆରପିଏଫ ଯବାନ ବହାଦୁରୀ ଦେଖାଇ ୭ ଜଣଙ୍କ ଜୀବନ ବଞ୍ଚେଇଦେଲେ। ଯବାନ ରବି ରଞ୍ଜନ କୁମାର ସିଂ ୭ ଜଣଙ୍କ ଜୀବନ ବଞ୍ଚେଇସାରିଛନ୍ତି ଓ ଏବେ ତାଙ୍କର ପ୍ରଶଂସା କରାଯାଉଛି।

ଡିଡିୟୁ ଜଙ୍କସନ ନିକଟରେ ସ୍ଥିତ ଆରପିଏଫ ଥାନାର ଯବାନ ରବି ରଞ୍ଜନ ସିଂ ରବିବାର ୨୨ ନଭେମ୍ବର ସନ୍ଧ୍ୟାବେଳେ ରେଲୱେ ୱାର୍ଡରେ ଡ୍ୟୁଟି କରୁଥିଲେ।ସେ ଦେଖିଲେ ରେଲୱେ ଟ୍ରାକରେ କିଛି ଲୋକ ସୋଇଛନ୍ତି ଓ ଟ୍ରେନ ମଧ୍ୟ ଆସୁଛି। ତାଙ୍କୁ ଲାଗିଲା କି କିଛି ନା କିଛି ଗଡବଡ଼ ଅଛି । ଏହାପରେ ରବି ରଞ୍ଜନ ତାଙ୍କ ପାଖକୁ ଦୌଡ଼ିଲେ।ପାଖାପାଖି ୨୦୦ ମିଟର ଦୌଡ଼ି ରବି ରଞ୍ଜନ ତାଙ୍କ ପାଖରେ ପହଞ୍ଚି ଜଣଙ୍କ ପରେ ଜଣଙ୍କୁ ବଞ୍ଚାଇଲେ।
ରବି ରଞ୍ଜନଙ୍କ ମୁତାବକ ଏହି ଲୋକଙ୍କୁ ଉଠେଇବାର କିଛି ସେକେଣ୍ଡ ପରେ ହିଁ ଟ୍ରେନ ଯାଇଥିଲା। ଏହି ୭ ଜଣଙ୍କ ମଧ୍ୟରେ ପତି ପତ୍ନୀ ଓ ତାଙ୍କ ୫ ପିଲା ଥିଲେ ଯିଏ ପାଖ ଗାଁର ଝାଟିମାଟି ଘରେ ରହୁଥିଲେ। ଯେବେ ରବି ରଞ୍ଜନ ଆସି ତାଙ୍କୁ ସୁଇସାଇଡ଼ର କାରଣ ପଚାରିଲେ ସେ କହିଲେ ସ୍ୱାମୀ ମଦ ପିଇବା କାରଣରୁ ତାଙ୍କର ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା।

ଏହାପରେ ପତ୍ନୀ ନିଜ ଛୁଆଙ୍କୁ ନେଇ ରେଲୱେ ଟ୍ରାକକୁ ଚାଲିଆସିଲା ଓ ଏହା ଦେଖି ପତି ମଧ୍ୟ କହିଲେ କି ଯଦି ତମେ ମାନେ ମାରିବାକୁ ଯାଉଛ,ମୁଁ ବି ଯାଉଛି ଓ ତମ ମାନଙ୍କ ସହ ଆତ୍ମହତ୍ୟା କରିଦେବି। ଏହାପରେ ପତି,ପତ୍ନୀ ଓ ତାଙ୍କର ପାଞ୍ଚ ଛୁଆଙ୍କ ସହ ଟ୍ରାକରେ ଆସି ଶୋଇପଡ଼ିଲେ।ହେଲେ ଆରପିଏଫ ରବି ରଞ୍ଜନଙ୍କ ତତ୍ପରତା ଓ ଉପଯୁକ୍ତ ବୁଦ୍ଧି ପାଇଁ ଆଜି ୭ ଲୋକଙ୍କ ଜୀବନ ବଞ୍ଚି ପାରିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।