IND VS ENG :ଅକ୍ଷର ପଟେଲ କଣ ପାଇଁ ଅଟନ୍ତି ସବୁଠୁ ଖତରନାମ ସ୍ପିନ ବୋଲର, ଜାଣନ୍ତୁ ତିନୋଟି କାରଣ।

ଭାରତର ବାମହାତି ଅଫ ସ୍ପିନର ଅକ୍ଷର ପଟେଲଙ୍କ ସୁନ୍ଦର ପ୍ରଦର୍ଶନ ଜାରିଅଛି। ଅକ୍ଷର ପଟେଲ ଇଂଲଣ୍ଡ ବିରୁଦ୍ଧରେ ଚତ୍ରୁର୍ଥ ଟେଷ୍ଟର ପ୍ରଥମ ପାରିରେ ୪ ଟି ୱିକେଟ ଅକ୍ତିଆର କରିଛନ୍ତି। ଅକ୍ଷର ପଟେଲ ପୁଣିଥରେ ପ୍ରଥମ ବଲରେ ୱିକେଟ ନେଇଛନ୍ତି ଓ ଇଂଲଣ୍ଡର ବ୍ୟଟ୍ସମାନମାନେ ତାଙ୍କ ବଲକୁ ବୁଝିବାରେ ଅସମର୍ଥ ଦେଖାଯାଉଛନ୍ତି। ସେ ପ୍ରଥମେ ଡୋମ ସିମ୍ବଲିଙ୍କୁ ଆଉଟ କଲେ ଏହା ପରେ କ୍ରାଉଲି ମଧ୍ୟ ତାଙ୍କ ଶିକାର ହୋଇଗଲେ। ଡେନିୟଲ ଲୋରେଂସ ଓ ଡୋମ ବେସଙ୍କୁ ଆଉଟ କରି ସେ ନିଜ ୪ ୱିକେଟ ପୁରା କରିଛନ୍ତି।

Google

ଅକ୍ଷର ପଟେଲ ଏହି ସିରିଜରେ ଡେଭ୍ୟୁ କରିଛନ୍ତି ଓ କ୍ରିକେଟର ସବୁଠୁ ବଡ଼ ପ୍ଲାର୍ଟଫର୍ମରେ ସେ ଆସୁ ଆସୁ ସୁନ୍ଦର ପ୍ରଦର୍ଶନ ଦେଖାଇଛନ୍ତି। ଅକ୍ଷର ପଟେଲ ଏହି ଟେଷ୍ଟ ସିରିଜରେ ୫ ଟି ପାରିରେ ୨୨ ୱିକେଟ ନେଇସାରିଲେଣି।ଅକ୍ଷରଙ୍କର ବୋଲିଙ୍ଗରେ ଔସତ ଓ ରନ ରେଟ ସବୁଠୁ ଭଲ। ତାଙ୍କ ୱିକେଟ ନେବାର ଗତି ଅଶ୍ୱିନୀଙ୍କ ଠୁ ମଧ୍ୟ ବେସି। ଆଶ୍ଚର୍ଯ୍ୟର କଥା ତାଙ୍କ ପାଖରେ ନା ସ୍ପିନ ଅଛି ନା ଲୁପ କିନ୍ତୁ ଏହା ପରେ ମଧ୍ୟ ସେ ୱିକେଟ ନେବାରେ ସଫଳ ହେଉଛନ୍ତି। ଆସନ୍ତୁ ଜାଣିବା ତାଙ୍କ ସଫଳତାର ତିନୋଟି ବଡ଼ କାରଣ।

ପଟେଲଙ୍କର ଲକ୍ଷ୍ୟ ତୀକ୍ଷ୍ଣ:

ବର୍ତ୍ତମାନ ସମୟରେ ଏପରି ବହୁତ କମ ବୋଲର ଅଛନ୍ତି ଯାହାଙ୍କର ବଲ ସଠିକ ଜାଗାରେ ପଡୁଛି। ସେମାନଙ୍କ ମଧ୍ୟରୁ ଅକ୍ଷର ପଟେଲ ଜଣେ। ଅକ୍ଷର ପଟେଲଙ୍କର ଲାଇନ ଓ ଲେନ୍ଥ ତାଙ୍କର ସବୁଠୁ ବଡ଼ ଶକ୍ତି। ସେ ଗୋଟିଏ ସ୍ଥାନକୁ ଲଗାତର ବୋଲଙ୍ଗ କରିଥାନ୍ତି ଯାହା ଦ୍ୱାରା ବ୍ୟାଟ୍ସମ୍ୟାନ ଭୁଲ କରିଥାଏ ଓ ଆଉଟ ହୋଇଯାଇଥାଏ। ଇଂଲଣ୍ଡ ବିରୁଦ୍ଧରେ ଏବେ ପର୍ଯ୍ୟନ୍ତ ସବୁଠୁ ଅଧିକ ବଲ ଅକ୍ଷର ପଟେଲ ୬୦ ବଲ ଷ୍ଟମ୍ପ ସିଧାର କରିଛନ୍ତି। ସେଥିପାଇଁ ସେ ଅଧିକାଂଶ ୱିକେଟ ବୋଲ୍ଡ ବା ଏଲବିଡବ୍ଲୁ କରି ଅକ୍ତିଆର କରିଛନ୍ତି।

Google
ଅକ୍ଷର ପଟେଲଙ୍କର ଗତି:

ଅକ୍ଷର ପଟେଲଙ୍କର ବୋଲିଙ୍ଗର ଗତି ଅନ୍ୟ ସ୍ପିନର ମାନଙ୍କ ତୁଳନାରେ ଅଧିକ। ଏଥିପାଇଁ ତାଙ୍କ ବଲକୁ ବ୍ୟାଟ୍ସମ୍ୟାନ ସହଜରେ ସୁଇପଶର୍ଟ ଖେଳିପାରିନଥାଏ। ତାଙ୍କ ବଲ ଅଧିକ ଫ୍ଲାଇଟ ହୋଇନଥାଏ ଯେଉଁଥି ପାଇଁ ତାଙ୍କ ବଲରେ ସୁଇପ ଖେଳିବା ସହଜ ହେବନି ଅକ୍ଷର ଇଂଲଣ୍ଡର ବ୍ୟାଟ୍ସମ୍ୟାନ ସବୁଠୁ ବଡ଼ ଶକ୍ତି ସୁଇପ ଶର୍ଟକୁ ବନ୍ଦ କରିବାରେ ସଫଳ ରହିଛନ୍ତି।

ଅକ୍ଷର ପଟେଲଙ୍କ ଉଚ୍ଚତା:

ଅକ୍ଷର ପଟେଲ ଜଣେ ଅଧିକ ଉଚ୍ଚତା ବିଶିଷ୍ଟ ସ୍ପିନର ଯୋଗୁ ତାଙ୍କୁ ବହୁତ ଫାଇଦା ମିଳିଥାଏ। ତାଙ୍କ ବଲ ଅଧିକ ଉଠିଥାଏ ଯାହା ବ୍ୟାଟ୍ସମ୍ୟାନଙ୍କୁ ଅଶୁଵିଧାରେ ପକାଇଥାଏ।ଅକ୍ଷର ପଟେଲଙ୍କ ସୁନ୍ଦର ବୋଲିଙ୍ଗ ଯୋଗୁ ଏବେ ଟିମ ଇଣ୍ଡିଆର ପ୍ରଶଂସକଙ୍କୁ ଜାଡେଜାଙ୍କ କମି ଅନୁଭବ ହେବାକୁ ଦେଉନି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *