ଟି ୨୦ ବିଶ୍ଵକପରୁ ଶିଖର ଧୱନ ହୋଇଗଲେ ବାହାର, କଣ ପାଇଁ ଏମିତି କହିଲେ ଏହି ପୂର୍ବ ଷ୍ଟାର ବ୍ୟାଟ୍ସମାନ

ଖବର ଆସୁଛିକି ଟି ୨୦ ବିଶ୍ଵକପ ପାଇଁ ଯେଉଁ ଦଳ ଚୟନ ହେବ ସେହି ଦଳରେ ଶିଖର ଧୱନଙ୍କର ନାମ ରହିବ ନାହିଁ।ତେବେ ଦଳ ଶିଖର ଧୱନଙ୍କ ଠାରୁ ଆଗକୁ ଦେଖୁଛି ଫଳରେ ଦଳରେ ତାଙ୍କର ନାମ ରହିବ ନାହିଁ। ଏପରି ମନ୍ତବ୍ୟ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା। ତେବେ ଟି ୨୦ ବିଶ୍ଵକପ ପାଇଁ ଆଉ ମାତ୍ର କିଛି ଦିନ ବଞ୍ଚିଛି। ତେବେ ଏହି ସମୟରେ ପ୍ରତ୍ୟେକ ଦଳ ନିଜ ନିଜର ବେଷ୍ଟ ୧୧ ଖେଳାଳିଙ୍କ ଚୟନ କରିବାରେ ବ୍ୟସ୍ତ ରହିଛି।ଏହା ସହିତ ବର୍ତ୍ତମାନ ଭାରତକୁ ଏହି ବିଶ୍ଵକପର ଅଧିକ ଦାବିଦାର ବୋଲି ବିଚାର କରାଯାଉଛି।

Google

କାରଣ ଏହି କିଛି ସମୟ ହେବ ଭାରତର ପ୍ରଦର୍ଶନ ଛୋଟ ଫର୍ମାଟରେ ବହୁତ ଅଧିକ ଭଲ ରହିଛି। ତେବେ ବର୍ତ୍ତମାନ ଭାରତୀୟ ଦଳର ଓପନିଂ ଯୋଡିକୁ ନେଇ ଅନେକ ଚର୍ଚ୍ଚା ଚାଲୁଅଛି।କାରଣ ଭାରତର ଶେଷ ଟି ୨୦ ମ୍ୟାଚ ଯାହା ଇଂଲଣ୍ଡ ସହିତ ଥିଲା ସେଥିରେ ଅଧିନାୟକ ବିରାଟ ଓ ଉପ ଅଧିନାୟକ ରୋହିତ ଶର୍ମା ଓପନ କରିଥିଲେ। ସେମାନେ ଏଥିରେ କେବଳ ଓପନ କରିନଥିଲେ ସେମାନେ ଏକ ଆଶ୍ଚର୍ଯ୍ୟ ଜନକ ଖେଳ ମଧ୍ୟ ଖେଳିଥିଲେ। ଏହାପରେ ଆକାଶ ଚୋପ୍ରା ରାହୁଲଙ୍କ ଉପସ୍ଥିତିକୁ ମଧ୍ୟ ଜାହିର କରିଛନ୍ତି।

ସେ କହିଛନ୍ତି କି ଭାରତୀୟ ଦଳରେ ବର୍ତ୍ତମାନ ରାହୁଲ ଓ ରୋହିତ ଭଲ ଓପନର ରହିଛନ୍ତି ଏହା ସହିତ କୋହଲି ମଧ୍ୟ ଓପନ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ସକ୍ଷମ ସେଥିପାଇଁ ସେ କହିଛନ୍ତି ଭାରତୀୟ ଦଳ ବର୍ତ୍ତମାନ ଶିଖର ଧୱନଙ୍କ ପ୍ରତି ଦୃଷ୍ଟି ନ ଦେଇ ପାରେ। ଆକାଶ ଚୋପ୍ରା ଆହୁରି ମଧ୍ୟ କହିଛନ୍ତି ଭାରତୀୟ ଦଳରେ ବର୍ତ୍ତମାନ କେବଳ ଦୁଇଟି ସ୍ଥାନ ଫାଙ୍କା ଅଛି ଯାହା ପାଇଁ ଚାରୋଟି ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିବ।

Google

ସେ କହିଛନ୍ତି ସେହି ଦୁଇଟି ସ୍ଥାନରେ ଶିଖର ଧୱନ,ପୃଥ୍ବୀ ସ,ସେୟସ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଦୁଇଜଣଙ୍କୁ ସ୍ଥାନ ମିଳିବ। ଏହା ସହିତ ମନିଶ ପାଣ୍ଡେ ଓ ସଞ୍ଜୁ ସାମସନ ବର୍ତ୍ତମାନ ଏହି ଦୌଡ଼ରେ କିଛି ମାତ୍ରାରେ ପଛରେ ରହି ଯାଇଛନ୍ତି। ଏହା ସହିତ ବର୍ତ୍ତମାନ ଭାରତର ଏକ ଦିତୀୟ ଦଳ ଶ୍ରୀଲଙ୍କା ଗ୍ରସ୍ତରେ ଯାଇଛି ଫଳରେ ସେଠାରେ ଅନେକ ଯୁବ ଖେଳାଳିଙ୍କୁ ନିଜର ଦକ୍ଷତାର ପ୍ରମାଣ ଦେବାର ସୁଯୋଗ ମିଳିଛି। ଏହା ସହିତ ଶିଖର ଧୱନଙ୍କ ଉପରେ ମଧ୍ୟ ଚାପ ରହିବ। ତାଙ୍କୁ ଯଦି ଭାରତୀୟ ବିଶ୍ଵକପ ଦଳରେ ଚୟନ ହେବାର ଅଛି ତେବେ ତାଙ୍କୁ ଅଧିକରୁ ଅଧିକ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *