IND VS ENG : ମାତ୍ର ଦୁଇଟି ମ୍ୟାଚ ଖେଳିବା ପରେ ଇସାନ କିଶନ କଣ ପାଇଁ ହୋଇଗଲେ ଟିମରୁ ବାହାର?

ଇଂଲଣ୍ଡ ବିରୁଦ୍ଧରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଇଣ୍ଡିଆ ଚତ୍ରୁର୍ଥ ମ୍ୟାଚରେ ଦୁଇଟି ବଡ଼ ପରିବର୍ତ୍ତନ କରିଛି।ଅଧିନାୟକ ବିରାଟ କୋହଲି ସବୁଠୁ ସଫଳ ସ୍ପିନର ଚହଲ ଓ ଡେଭ୍ୟୁ କରିଥିବା ଇସାନ କିଶନଙ୍କୁ ବାହାର କରିଦେଇଛନ୍ତି।

Google

ଇସାନ କିଶନ ନିଜର ପ୍ରଥମ ଡେଭ୍ୟୁ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକ ମାରି ଟିମକୁ ବିଜୟ ଦେଇଥିଲେ କିନ୍ତୁ ଚତ୍ରୁର୍ଥ ଟି-୨୦ରେ ତାଙ୍କୁ ବାହାରେ ବସିବାକୁ ପଡିଥିଲା। କୋହଲି ଏହାର କାରଣ ତାଙ୍କୁ ଆଘାତ ଲାଗିଥିବା କହିଛନ୍ତି। କୋହଲି କହିଛନ୍ତି ଇସାନ କିଶନଙ୍କ ଗୋଡ଼ର ମାଂସପେଷିରେ ଆଘାତ ଲାଗିଛି ସେଥିପାଇଁ ତାଙ୍କୁ ବାହାରେ ରଖାଗଲା।

ଚହଲଙ୍କ ଜାଗାରେ ରାହୁଲ ଚାହାରଙ୍କ ଉପରେ ଲଗାଇଲେ ବାଜି:

ଏହି ମ୍ୟାଚରେ ଟିମ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରାହୁଲ ଚାହାରଙ୍କୁ ଖେଳାଇଛି। କହିରଖିବୁକି ଚହଲ ଟି-୨୦ରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଯେଉଁଥି ପାଇଁ ଟିମ ତାଙ୍କ ସ୍ଥାନରେ ରାହୁଲ ଚାହାରଙ୍କୁ ଟିମରେ ଜାଗା ଦେଇଛି।

Google
ଆକାଶ ଚୋପଡା ଓ ଭିଭିଏସ ଲକ୍ଷ୍ମଣ ଉଠାଇଲେ ପ୍ରଶ୍ନ ଚହଲଙ୍କୁ ବସାଇବା କାରଣରୁ:

ଆକାଶ ଚୋପଡା ଓ ଭିଭିଏସ ଲକ୍ଷ୍ମଣ କିନ୍ତୁ ଚହଲଙ୍କୁ ବସାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭିଭିଏସ ଲକ୍ଷ୍ମଣ ତ ଏହା କହିଦେଲିଲି ଟିମ ଇଣ୍ଡିଆର ପ୍ଲାନ ତାଙ୍କ ବୁଝିବା ବାହାରେ। ଲକ୍ଷ୍ମଣ କହିଛନ୍ତି ଏଭଳି ପ୍ରମୁଖ ମ୍ୟାଚରେ ଅନୁଭବୀ ଚହଲଙ୍କ ଜାଗାରେ ଯୁବ ଚାହାରଙ୍କୁ ଆଣିବା ପଛରେ କଣ କାରଣ ସେ ବୁଝିପାରୁ ନାହାଁନ୍ତି।

ଭାରତର ଚୂଡାନ୍ତ ଏକାଦଶ:ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି ,ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା,ଶ୍ରେୟସ ଅୟର, ୱାସିଙ୍ଗଟନ ସୁନ୍ଦର,ସାରଦୁଲ ଠାକୁର, ଭୁବନେଶ୍ୱର କୁମାର, ରାହୁଲ ଚାହାର।

Google

ଇଂଲଣ୍ଡର ଚୂଡାନ୍ତ ଏକାଦଶ:ଯେସନ ରୟ, ଜୋସ ବଟଲର, ଡେଭିଡ ମଲାନ,ସାମ କରନ ,ଜନି ବେୟରଷ୍ଟୋ, ଓୟନ ମୋର୍ଗାନ, ବେନ ଷ୍ଟୋକ, କ୍ରିସ ଜୋର୍ଡନ, ଜୋଫ୍ରା ଆର୍ଚ୍ଚର, ଆଦିଲ ରାସିଦ, ମାର୍କ ଉଡ଼।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *