ଭାରତ ଓ ଇଂଲଣ୍ଡ ମଧ୍ୟରେ ଯେବେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେଲା ସେବେ ଅହମ୍ମଦାବାଦର ନୂଆ ଷ୍ଟାଡିଯମକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ସବୁଠୁ ବଡ଼ ଷ୍ଟାଡିୟମ, ସବୁଠୁ ଦାମୀ ଷ୍ଟାଡିୟମ, ଅନେକ ସୁବିଧା କିନ୍ତୁ ଯେବେ ଟେଷ୍ଟ ଖେଳ ହେଲା ଖରାପ ପିଚକି ନେଇ ଆଲୋଚନା ହେଲା। ଏହି ପିଚରେ ପ୍ରଥମ ଦିନ ହିଁ ୧୩ ୱିକେଟ ଗଳିଲେ। ଇଂଲଣ୍ଡ ୧୧୨ ରନରେ ଅଟକିଯାଇଥିଲା। ଦ୍ୱିତୀୟ ଦିନ ଖେଳ ଆରମ୍ଭ ହେବା କ୍ଷଣି ମଧ୍ୟ ଭାରତୀୟ ଟିମ ଅଲଆଉଟ ହୋଇଗଲା। ଭାରତୀୟ ଟିମ ୧୪୫ ରନରୁ ଆଗକୁ ଯାଇପାରିନଥିଲା।

ବୁଧବାରକୁ ଇଂଲଣ୍ଡର ପ୍ରଥମ ପାରି ଯେବେ କେବଳ ୧୧୨ ରେ ଅଟକିଗଲା ସେବେ ପିଚରୁ ଅଧିକ ବ୍ୟାଟ୍ସମ୍ୟାନଙ୍କ ଟେକ୍ନିକ ଉପରେ ପ୍ରଶ୍ନ ଉଠାଯାଇଥିଲା କିନ୍ତୁ ଏହା ପରେ ଯେବେ ଭାରତୀୟ ବ୍ୟାଟ୍ସମ୍ୟାନ ମଧ୍ୟ ଖରାପ ବ୍ୟାଟିଙ୍ଗ କଲେ ସେବେ ଟେକ୍ନିକ ଛାଡି ସମସ୍ତେ ଖରାପ ପିଚର କଥା ଉଠାଇଲେ। ଇଂଲଣ୍ଡର ପ୍ରଥମ ପାରିରେ ଅକ୍ଷର ପଟେଲ ୬ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଭାରତର ପ୍ରଥମ ପାରିରେ ଜୋ ରୁଟ ୫ ଟି ୱିକେଟ ନିଜ ନାମରେ କରିଥିଲେ। ଇଂଲଣ୍ଡର ଦ୍ୱିତୀୟ ପାରିରେ ରନ ଆହୁରି କମ ହେଲା। ଦ୍ୱିତୀୟ ପାରିରେ ଇଂଲଣ୍ଡ ମାତ୍ର ୮୧ ରନରେ ଅଟକିଗଲା। ଏହା ଭାରତ ବିରୁଦ୍ଧରେ ତାର ସବୁଠୁ କମ ସ୍କୋର ମଧ୍ୟ ଅଟେ। ଏହିପରି ଭାରତକୁ ଜିତିବା ପାଇଁ ୪୯ ରନର ଟାର୍ଗେଟ ମିଳିଲା।
ଆଇଡିୟଲ ଟେଷ୍ଟ ପିଚ କିପରି ହେବା ଉଚିତ:
ଟେଷ୍ଟ ମ୍ୟାଚ ପାଇଁ ଆଇଡ଼ିୟଲ ପିଚ କିପରି ହୋଇଥାଏ?ଏହି କଥାର ଉତ୍ତରରେ ଆମେ କ୍ରିକେଟର ମୂଳ କଥାକୁ ବୁଝିବା।ଟେଷ୍ଟ ମ୍ୟାଚ ୫ ଦିନର ହୋଇଥାଏ ଓ ମୁଖ୍ୟତଃ ବ୍ୟାଟ୍ସମ୍ୟାନ ଓ ବୋଲର ହୋଇଥାନ୍ତି। ବୋଲର ଦୁଇ ପ୍ରକାର ହୋଇଥାନ୍ତି ସ୍ପିନର ଓ ପ୍ରେସର । ଆଇଡିୟଲ ପିଚ ସେହି ହୋଇଥାଏ ଯେଉଁଠି ପ୍ରଥମରୁ ଶେଷ ଦିନ ପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନ ସହଜରେ ବ୍ୟାଟିଙ୍ଗ କରିଥାଏ। ସେ ନିଜ ଭୁଲ ବା ଭଲ ଵୋଲିଙ୍ଗ ଦ୍ଵାରା ଆଉଟ ହେଉ ନା କି ଖରାପ ପିଚ କାରଣରୁ। ପିଚରେ ପ୍ରତିଦିନ ସେତିକି ଉଚ୍ଚତା ହେଉ କି ଯଦି ବୋଲର ଭଲ ଲାଇନ ଲେନ୍ଥରେ ବୋଲିଙ୍ଗ କରିବ ତେବେ ଯାଇ ୱିକେଟ ନେବ। ଏପରି ପିଚ ଠିକ ନୁହେଁ ଯେଉଁଠି ଉଚ୍ଚତା ବା ଟର୍ମ ଅଧିକ ବା କମ ଯାହା ମାପି ହୋଇନଥାଏ।

ଭାରତରେ ଅଧିକ ଲାଭ ପାଇଥାନ୍ତି ସ୍ପିନର:
ଯଦି ଆମେ ପୂର୍ଵ ୫ ବର୍ଷ ଦେଖିବା ତ ଅଷ୍ଟ୍ରେଲିଆ ପିଚ ଆଇଡିୟଲ ପିଚର ପାଖାପାଖି ଦେଖାଯାଉଛି। ଯଦି ଆମେ ଭାରତ, ଇଂଲଣ୍ଡ ବା ନ୍ୟୁଜଲ୍ୟାଣ୍ଡ ପିଚ କଥା କହିବା ତ ଏହା କୌଣସି ନା କୌଣସି ଦିନ ଏକ ତରଫା ମ୍ୟାଚ ହୋଇଯାଇଥାଏ। ଭାରତୀୟ ପିଚରେ ପ୍ରଥମ ଦିନରୁ ହିଁ ସ୍ପିନରଙ୍କୁ ଲାଭ ମିଳେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ମ୍ୟାଚରେ ଏପରି ଦେଖିବାକୁ ମିଳିଲା।ସେହିପରି ଆମେ ଇଂଲଣ୍ଡର ପିଚ କଥା କହିବାତ ଆରମ୍ଭ ଦିନରେ ଏଭଳି ସୁଇଙ୍ଗ ମିଳିଥାଏ କି ବ୍ୟାଟିଙ୍ଗ କରିବା ଅଶୁଵିଧା ହୋଇଯାଇଥାଏ। ନ୍ୟୁଜଲ୍ୟାଣ୍ଡ ପିଚରେ ବଲ ଅତ୍ୟାଧିକ ବାଉନ୍ସ ହୋଇଥାଏ। ସେଥିପାଇଁ ଏହି ଦେଶ ମାନଙ୍କୁ ପିଚ ଆଇଡ଼ିୟଲ କୁହାଯାଇପାରିବ ନାହିଁ।

ଅଷ୍ଟ୍ରେଲିଆ ପିଚ ସବୁଠୁ ଭଲ:
ଅଳ୍ପ ଦିନ ତଳେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ସିରିଜ କଥା କହିବା ତ ଟିମ ଇଣ୍ଡିଆ ସିରିଜର ପ୍ରଥମ ଟେଷ୍ଟର ଦ୍ୱିତୀୟ ପାରିରେ ମାତ୍ର ୩୬ ରନରେ ଅଲଆଉଟ ହୋଇଗଲା।ସେବେବି କେହି ଏହା କହିଲେନିକି ପିଚର କୌଣସି ଦୋଷ ଥିଲା।ଏହି ଭାରତୀୟ ଟିମ ତୃତୀୟ ଓ ଚତ୍ରୁର୍ଥ ଟେଷ୍ଟ ମ୍ୟାଚରେ ପଞ୍ଚମଦିନ ପାଖାପାଖି ସବୁ ଓଭର ଖେଳି ମଧ୍ୟ ଆଉଟ ହୋଇନଥିଲେ। ଅଷ୍ଟ୍ରେଲିଆ ଟିମ ଅଧିକ ବାଉନ୍ସ ଓ ତୀବ୍ର ବଲ ପାଇଁ ଜଣାଶୁଣା କିନ୍ତୁ ଏତେ ଅଧିକ ଖରାପ ହୋଇନଥାଏ କି ବ୍ୟାଟିଙ୍ଗ କରିବା ଅସମ୍ଭବ ହୋଇଯିବ। ଏହି ତୀବ୍ର ପିଚରେ ମଧ୍ୟ ସ୍ପିନର ବହୁତ ୱିକେଟ ନେଲେ। ଭାରତ ବ୍ରିସବେନରେ ଶେଷ ଦିନ ୩୨୫ ରନ କରି ମ୍ୟାଚ ଜିତିଲା। ସେଥିପାଇଁ ଅଷ୍ଟ୍ରେଲିଆ ପିଚ ପ୍ରତ୍ୟେକ ଦିନ ବ୍ୟଟ୍ସମ୍ୟାନ ବା ବୋଲରଙ୍କ ପାଇଁ କିଛି ଭଲ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।