ସିଲେକ୍ସନ ନା ମଜାକ ,କଣ ଏଥିପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି କେ ଏଲ ରାହୁଲ?

ଏଡିଲେଡ଼ରେ ଲଜ୍ୟାଜନକ ହାରିବା ପରେ ଟିମ ଇଣ୍ଡିଆର ଏବେ ଫେରିବାର ମୌକା ଅଛି। ୨୬ ଡିସେମ୍ବରକୁ ବକ୍ସିଂ ଡେ ଟେଷ୍ଟରେ ଟିମ ଇଣ୍ଡିଆକୁ ପ୍ରମାଣ କରିବାକୁ ହେବ ଯେ ସେ ୩୬ ରନରେ ଅଲଆଉଟ ହେବା ଟିମ ନୁହେଁ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦ୍ଵିତୀୟ ଟି୨୦ ଖେଳାଯିବାର ଅଛି ଓ ଭାରତୀୟ ଟିମ ନିଜର ପ୍ଲେଇଂ ଇଲେଭେନ ମଧ୍ୟ ଘୋଷଣା କରିଦେଲାଣି। ଏହାକୁ ବାଛିବା ବେଳେ ଏକ ଏମିତି ଭୁଲ ହେଲା ଯାହାର ଫଳ ମିଳିପାରେ। ଟିମ ଇଣ୍ଡିଆ ଦଳରେ ୪ ଜଣ ବଦଳ କରିଥିଲା ହେଲେ ସେଥିରେ କେଏଲ ରାହୁଲଙ୍କ ସାମିଲ କରାଯାଇନାହିଁ।

Google
କେ ଏଲ ରାହୁଳଙ୍କୁ ବାହାର କରିବା ପଡିବ ମହଙ୍ଗା:

ବିରାଟ କୋହଲି ସ୍ବେଦଶ ଫେରିବା ପରେ ସବୁ ଫ୍ୟାନ୍ସ ଓ ଏକ୍ସପର୍ଟଙ୍କ ଆଶା ଥିଲା କି ତାଙ୍କ ଜାଗାରେ କେ ଏଲ ରାହୁଲ ଖେଳିବେ। ହେଲେ ଟିମ ମ୍ୟାନେଜମେଣ୍ଟର ବିଚାର କିଛି ଅଲଗା। ଭାରତୀୟ ଟିମର ପ୍ଲେଇଂ ଇଲେଭେନରେ ଶୁଭମାନ ଗିଲ,ମହମ୍ମଦ ସିରାଜ,ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କୁ ଜାଗା ମିଳିଛି। ହେଲେ ରାହୁଲଙ୍କୁ ଜାଗା ମିଳିନାହିଁ ଏ ସେହି ରାହୁଲ ଯାହାଙ୍କୁ ଭବିଷ୍ୟତର ଅଧିନାୟକ ମନାଯାଉଥିଲା। ୟେ ସେହି ରାହୁଲ ଯାହାଙ୍କ ବ୍ୟାଟିଂ ବିରାଟ କୋହଲିଙ୍କ ପରେ ପସନ୍ଦ କରାଯାଉଥିଲା। ହେଲେ କୋଚ୍ ରବି ଶାସ୍ତ୍ରୀ ଓ ଅସ୍ଥାୟୀ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ଏମିତି ଲାଗିଲା ନାହିଁ।

କେ ଏଲ ରାହୁଲଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ ନ କରିବା ମହ ଙ୍ଗା ପଡିପାରେ,କାହିଁକିନା ଏହି ବ୍ୟାଟ୍ସମ୍ୟାନ ଆକ୍ରମଣାତ୍ମକ ହେବା ସହ ଭଲ ଟେକନିକ ଜାଣିଛନ୍ତି। ତାଙ୍କ ପାଖରେ ବିରାଟ କୋହଲିଙ୍କ ଭଳି ଭଲ ସର୍ଟ ଅଛି ଓ ସେ କଙ୍ଗାରୁ ବୋଲରଙ୍କୁ ଭଲ ଜବାବ ଦେଇପାରିଥାନ୍ତେ। ବଡ କଥା ଏହା ଯେ ସେ ଭଲ ଫର୍ମରେ ଅଛନ୍ତି। ଆଇପିଏଲରେ ରାହୁଲ ସବୁଠାରୁ ଅଧିକ ୬୭୦ ରନ କଲେ,ତାଙ୍କର ଔଷତ ୫୫.୮୩ ରହିଲା। ଦିନିକିଆ କ୍ରିକେଟ କଥା କହିବାକୁ ଗଲେ ଡାହାଣ ହାତୀ ଏହି ବ୍ୟାଟ୍ସମ୍ୟାନ ୨୦୧୯ରେ ୪୭.୬୬ ର ଔଷତରେ ୫୭୨ ରନ କଲେ। ସେହିପରି ଏହିବର୍ଷ ୫୫.୩୭ ଔଷତରେ ୪୪୩ ରନ କରିସାରିଲେଣି । ଟି ୨୦ ରେ ରାହୁଲ ୪୫ ଔଷତରେ ରନ କରିଛନ୍ତି। ରେକର୍ଡ଼ ଅନୁସାରେ ସେ ଭଲ ଫର୍ମରେ ଥୁଲେ ମଧ୍ୟ ତାଙ୍କୁ ବକ୍ସିଂ ଟେଷ୍ଟର ପ୍ଲେଇଂ ଇଲେଭେନରେ ଜାଗା ମିଳିନାହିଁ। କେ ଏଲ ରାହୁଲ ନିକଟରେ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ମେଲବର୍ଣ ବୁଲିବାର ଫୋଟୋ ଛାଡିଛନ୍ତି। ଏବେ ତାଙ୍କୁ ପ୍ଲେଇଂ ଇଲେଭେନରେ ଜାଗା ମିଳିନାହିଁ।ଏମିତି ଲାଗୁଛି କେ ଏଲ ରାହୁଲଙ୍କୁ କେବଳ ସ୍ୟାର ସପୋର୍ଟ ପାଇଁ ଅଷ୍ଟ୍ରେଲିଆ ନିଆଯାଇଛି।

Google

ମନାଯାଇଛି କି ଟିମ ଇଣ୍ଡିଆ ମେରିଟ ଅନୁସାରେ ବକ୍ସିଂ ଟେଷ୍ଟ ପାଇଁ ଖେଳାଳି ବାଛିଛି। ଶୁଭମାନ ଗିଲ ବହୁତ ସମୟ ହେବ ନିଜ ପାଇଁ ମୌକା ଖୋଜୁଥିଲେ,ସେହିପରି ହନୁମା ବିହାରୀଙ୍କୁ ମଧ୍ୟ ଅଧିକ ମୌକା ମିଳିନାହିଁ। ହେଲେ ଯେଉଁ ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ଅଛି ଓ ରନ କରୁଛି ତାଙ୍କୁ ବେଞ୍ଚରେ ବସେଇବା ଜମା ଠିକ ନୁହେଁ। ଟେଷ୍ଟରେ କେ ଏଲ ରାହୁଲଙ୍କ ରେକର୍ଡ଼ ଏତେ ଭଲ ନୁହେଁ,ତାଙ୍କ ବ୍ୟାଟରୁ ୩୪.୫୮ ଔଷତରେ ୨୦୦୬ ରନ ବାହାରିଛି ହେଲେ ଏହି ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆରେ ଖେଳିବାର ଅନୁଭବ ରଖିଛି ଓ ସେଠି ଶତକ ମଧ୍ୟ ମାରିଛି। ଟିମ ଇଣ୍ଡିଆ କେ ଏଲ ରାହୁଲଙ୍କୁ ପ୍ଲେଇଂ ଇଲେଭେନରେ ଜାଗା ଦବା କଥା। କେଉଁଠି ନା କେଉଁଠି ଟିମ ମ୍ୟାନେଜମେଣ୍ଟ ତାଙ୍କୁ ନ ବାଛି ଭୁଲ କରି ବସିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *