ଭାରତୀୟ ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ ଶୁକ୍ରବାର ଦିନ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଶତକ ମାରି ନିଜ ବ୍ୟାଟିଂର ଜଲବା ଦେଖେଇ ଦେଲେ। ସେ ଇଂଲଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି ସିରିଜରେ ମାତ୍ର ୦,୧ତଥା ୦ ରନରେ ଆଉଟ ହେଇ ଯାଇ ଥିଲେ। ସେ ଟି ଟ୍ୱେଣ୍ଟି କ୍ରିକେଟରେ ଦୁନିଆର ଟପ ୫ ବ୍ୟାଟ୍ସମ୍ୟାନ ମାନଙ୍କ ଭିତରେ ଜଣେ ଅଟନ୍ତି।

ପ୍ରଥମ ଦିନିକିଆ ମ୍ୟାଚରେ ଆକର୍ଷକ ୬୨ ରନ ମାରିବା ପରେ ସେ ଶୁକ୍ରବାରକୁ ୭ଟି ଚୌକା ଆଉ ୨ଟି ଛକା ସାହାଯ୍ୟରେ ୧୧୪ ବଲରେ ୧୦୮ ରନ ମାରିଲେ। କେ ଏଲ ରାହୁଲଙ୍କର ଏହା ଦିନିକିଆ କ୍ରିକେଟରେ ୫ମ ଶତକ ଅଟେ।
ମାତ୍ର କେ ଏଲ ରାହୁଲ ଶତକ ମାରିବା ପରେ ଅଲଗା ଭାବେ ସେଲିବ୍ରେଟ କରନ୍ତି। ଶୁକ୍ରବାର ଦିନକୁ ବି ଶତକ ବନେଇବା ପରେ ରାହୁଲ ନିଜର ଦୁଇ କାନରେ ଦୁଇଟି ହାତ ରଖି ନିଜର କାନ ବନ୍ଦ କରି ଦେଲେ। କ୍ରିକେଟ ପ୍ରେମୀ ମାନଙ୍କ ଭିତରେ ଏହା ଏକ ଚର୍ଚ୍ଚାର ବିଷୟ ବନି ରହିଛି କି ପ୍ରକୃତରେ ରାହୁଲ ଏପରି ସେଲିବ୍ରେସନ କାହିଁକି କରନ୍ତି।

ପୂର୍ବ ବର୍ଷ ବି ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୧୦୨ ରନ କରିବା ପରେ ଏହିପରି ହିଁ ନିଜର କାନ ବନ୍ଦ କରି ଦେଇଥିଲେ ମାତ୍ର ସେତେବେଳେ ସେ ଏହାକୁ ରହସ୍ୟ ହିଁ ରହିବାକୁ ଦେଇ ଥିଲେ ମାତ୍ର ଦ୍ୱିତୀୟ ଦିନିକିଆ ପରେ ସେ ଏହାର ଖୁଲାସା କରିଛନ୍ତି କି କାହିଁକି ସେ ଏପରି ସେଲିବ୍ରେସନ କରନ୍ତି।
ପ୍ରକୃତରେ ରାହୁଲ ନିଜର ବ୍ୟାଟିଂ ଦ୍ୱାରା ଆଲୋଚକ ମାନଙ୍କର ମୁହଁ ବନ୍ଦ କରି ଦେଇଛନ୍ତି। ସେ ଏହାର ଖୁଲାସା କରିବାକୁ ଯାଇ କହିଲେ କି ଏହିପ୍ରକାର ସେଲିବ୍ରେସନ ସେହିପରି ଲୋକ ମାନଙ୍କ ପାଇଁ ଥିଲା ଯିଏ କି ଦିନେ ତାଙ୍କୁ ତଳକୁ ଟାଣିବାକୁ ପ୍ରୟାସ କରିଥିଲେ ଆଉ ତାହା ସେହି ଲୋକଙ୍କର ଆବାଜ ରୁଦ୍ଧ କରିବା ପାଇଁ ଥିଲା।
ତାଙ୍କ ସେହି ପାରି ପରେ ଯେତେବେଳେ ତାଙ୍କୁ ତାଙ୍କ ସେଲିବ୍ରେସନ ବାବଦରେ ପଚାରାଗଲା ତ ସେ କହିଲେ କି ଏହା ଆତ୍ମା ବ୍ୟାୟାତ୍ମକ ଅଟେ ଆଉ ତାହା ବାସ ଆବାଜ ରୁଦ୍ଧ କରିବା ପାଇଁ । ଜୀବନରେ ଏମିତି ଲୋକ ବହୁତ ମିଳିଛନ୍ତି ଯିଏ କି ଆମକୁ ତଳକୁ ଟାଣିବାକୁ ପ୍ରୟାସ କରନ୍ତି ଆଉ ଏହା ବାସ ସେମାନଙ୍କୁ ଉପେକ୍ଷା କରିବା ପାଇଁ ଅଟେ। ଏହା କାହାରିକୁ ତଳୁଆ ଦେଖେଇବା ପାଇଁ ନୁହଁ।

ଡାହାଣହାତୀ ଏହି ବ୍ୟାଟ୍ସମ୍ୟାନ କହିଲେ କି ରନ ବନେଇବା ଦ୍ୱାରା ଆତ୍ମବିଶ୍ୱାସ ବଢିଥାଏ ଆଉ ମୁଁ ଟି ଟ୍ୱେଣ୍ଟି କ୍ରିକେଟରେ ରନ ନ ବନେଇବା ପରେ ମୋତେ କିଛି ସେପରି ସମୟ ଦେଇ ଗତି କରିବାକୁ ପଡିଥିଲା। କିଛି କ୍ଲାସିକାଲ ସର୍ଟ ମାନଙ୍କ ଦ୍ୱାରା ମୋର ନିଜର ବିଶ୍ୱାସ ବହୁତ ବଢିଗଲା।
ରାହୁଲ କୋହଲିଙ୍କ ସହ ମିଶି ୧୨୧ ରନର ପାର୍ଟନରଶିପ କଲେ ଆଉ ତା ପରେ ପନ୍ତଙ୍କ ସହ ମିଶି ୧୧୩ ରନ କଲେ ଆଉ ଭାରତକୁ ଏକ ମଜଭୁତ ସ୍ଥିତିରେ ପହଂଚାଇଲେ। ରାହୁଲଙ୍କର ଏହି ପାରି କ୍ରିକେଟ ଗଲି ମାନଙ୍କରେ ବହୁତ ଚର୍ଚ୍ଚାରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।