ସମୁଦ୍ର ତଟ ପାଖରେ ଅନେକ ସମୟରେ ଏକ ଗୋବର ଭଳି କଳା ବାସ୍ନାଯୁକ୍ତ ପଦାର୍ଥ ମିଳିଥାଏ ଏହାକୁ ତିମିର ବାନ୍ତି କୁହାଯାଏ। ଯଦି କାହାକୁ ଏହା ମିଳିଯାଏ ସେ ଏହାକୁ ବଜାରରେ ବିକି ମାଲାମାଲ ହୋଇଯିବ। ଏହାର ଦାମ ହୀରା ଓ ସୁନାଠୁବି ଅଧିକ। ଲୋକ ଆଶ୍ଚର୍ଯ୍ୟ ହୋଇଥାନ୍ତି କି ଏହି ବାନ୍ତିରେ ଏପରି କଣ ରହିଥାଏ।

ଅଳ୍ପ ଦିନ ତଳେ ଥାଇଲାଣ୍ଡର ଜଣେ ଯୁବକଙ୍କୁ ସମୁଦ୍ର ତଟରୁ ଏକ କଳା ସୁଗନ୍ଧିତ ପଦାର୍ଥ ମିଳିଲା। ସେ ତିମିର ବାନ୍ତି ଥିଲା ଯାହାକୁ ବିକି ସେ ଯୁବକ ୨୫ କୋଟି ପାଇଲା ଓ କୋଟି ପତି ହୋଇଗଲା। ସେହିପରି ଅଳ୍ପ ଦିନ ତଳେ ସମୁଦ୍ର ତଟରେ ବୁଲିବା ସମୟରେ ତାଇବାନର ଏକ ବ୍ୟକ୍ତିଙ୍କୁ କଳା ଗୋବର ଆକାରର ଏକ ପଦାର୍ଥ ଦେଖାଗଲା । ତାଠୁ ଏକ ପ୍ରକାର ଗନ୍ଧ ଆସୁଥିଲା ଯାହାକୁ ବିକ୍ରି କରି ସେ କୋଟି କୋଟି ଟଙ୍କା ପାଇଲା।
ପ୍ରକୃତରେ ସମୁଦ୍ର ତଟରେ ଏହି ଗୋବର ପରି ସୁଗନ୍ଧିତ ପଦାର୍ଥ ହେଉଛି ତିମିର ବାନ୍ତି ଅନେକ ସମୟରେ ଏହା ହଳଦିଆ ରଙ୍ଗର ମଧ୍ୟ ହୋଇଥାଏ । ଆଉ ଅନେକ ସମୟରେ ଧଳା ଓ କଳା ପଥର ଭଳି ଦେଖାଯାଇଥାଏ। ଏହାର ବେପାରୀ ଏହାକୁ ଚିହ୍ନିଥାନ୍ତି ଓ ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ଦାମ ବହୁତ ହୋଇଥାଏ।

କଣ ଆପଣଙ୍କୁ ଜଣାଅଛି କଣ ପାଇଁ ତିମି ମାଛର ବାନ୍ତି ଏତେ ଦାମୀ ହୋଇଥାଏ। ଯେଉଁଠୁ ତିମି ମାଛ ଦେଖାଯାଇଥାଏ ସେଠାରେ ଏପରି ଲୋକ ମଧ୍ୟ ଦେଖାଯାଇଥାନ୍ତି ଯେଉଁମାନେ ତିମି ମାଛର ବାନ୍ତିର ସନ୍ଧାନରେ ରହିଥାନ୍ତି। ଯାହା ଦ୍ୱାରା ସେ ଏହାକୁ ହାସଲ କରି ବଜାରରେ ବିକ୍ରିକରି ମାଲାମାଲ ହେବେ।
ଆମ ଦେଶରେ ମଧ୍ୟ ବାନ୍ତିରୁ ସୃଷ୍ଟି ଏହି ପଦାର୍ଥ ମିଳିଥାଏ।ଏହା ସମ୍ବନ୍ଧୀୟ ଖବର ଅନେକ ସମୟରେ ଆସିଥାଏ।ଆପଣଙ୍କୁ କହିରଖିବୁ ସ୍ପର୍ମ ତିମିର ବାନ୍ତି ହିଁ ଦାମୀ ହୋଇଥାଏ। ସବୁ ତିମିର ବାନ୍ତି ଏପରି ହୋଇନଥାଏ।
ଦୁନିଆସାରାର ସମୁଦ୍ର ତଟରେ ଏହା କେବେବି ଓ କାହାକୁବି ମିଳିଯାଇପାରେ। ଖାସ କରି ଯେଉଁଠି ଅଧିକ ସ୍ପର୍ମ ତିମି ଦେଖାଯାଇଥାନ୍ତି। ଅନେକ ସମୟରେ ଏହା ସମୁଦ୍ର ପାଣିରେ ଭାସି କୂଳକୁ ଆସିଥାଏ ଓ ପବନ ବାଜିବା ପରେ ଏହା କଠୋର ହୋଇଯାଇଥାଏ।

ମାନାଯାଇଛିକି ତିମିର ବାନ୍ତି ଅଳ୍ପ ସମୟରେ ପଥର ଭଳି ହୋଇଯାଇଥାଏ। ଏହା ପରେ ଏହା ଯେତେ ପୁରୁଣା ହୋଇଯାଇଥାଏ ସେତେ ଦାମୀ ହୋଇଯାଇଥାଏ।
ପ୍ରକୃତରେ ସେହି ପଥର ଅଟେ କଣ:
ଅନେକ ବୈଜ୍ଞାନିକ ଏହାକୁ ତିମିର ବାନ୍ତି କହୁଥିବା ବେଳେ ଆଉ କେତେକ ଏହାକୁ ତିମିର ମଳ କହିଥାନ୍ତି। ଏହା ତିମିର ପଦାର୍ଥରୁ ବାହାରୁଥିବା ଅପସିଷ୍ଟ ପଦାର୍ଥ ଅଟେ ଯାହା ତାହାର ଅନ୍ତରୁ ବାହାରିଥାଏ ଓ ସେ ଏହାକୁ ହଜମ କରିପାରିନଥାଏ।ଅନେକ ସମୟରେ ଏହା ବଡ଼ ହୋଇଥିବା ଯୋଗୁ ତିମି ଏହାକୁ ମୁହଁ ବାଟରେ ବାନ୍ତି କରିଦେଇଥାଏ। ବୈଜ୍ଞାନିକଙ୍କ କଥାରେ ଏହାକୁ ଏମ୍ବରଗ୍ରୀସ କୁହାଯାଇଥାଏ।
ସ୍ପର୍ମ ତିମି ମାଛ ଯାହାର ବାନ୍ତି ଏତେ ଦାମୀ ହୋଇଥାଏ ଯାହାର ଏକ ପୁରା ଏକ ବଜାର ଅଛି। ଇଣ୍ଟର ନେଟ ଜରିଆରେ ମଧ୍ୟ ଏହାର କିଣା ବିକା ହୋଇଥାଏ।ମାନାଯାଉଛିକି ସମୟ ସହିତ ଏହା ଆହୁରି ଦାମୀ ହୋଇଯାଉଛି।

ଏମ୍ବରଗ୍ରୀସ ତିମିର ଅନ୍ତରୁ ବାହାରିଥିବା କଳାରଙ୍ଗର କଠୋର ପଦାର୍ଥ , ମୋମ ଭଳି ଜ୍ବଲନଶୀଳ ପଦାର୍ଥ ଅଟେ।ଏହା ତିମି ଶରୀରରେ ତାହାର ରକ୍ଷା କରିବା ପାଇଁ ସୃଷ୍ଟି ହୋଇଥାଏ। କାହା ଦ୍ଵାରା ତାର ଅନ୍ତକୁ ସମୁଦ୍ର ସକ୍ୟୁଡ଼(ଏକ ପ୍ରକାର ସାମୁଦ୍ରିକ ଯିବ) ରକ୍ଷାକରିବା ପାଇଁ।
ସାଧାରଣତଃ ତିମି ସମୁଦ୍ର ତଟରୁ ବହୁତ ଦୂରରେ ରହିଥାନ୍ତି।ସେଥିପାଇଁ ତାଙ୍କ ଶରୀରରୁ ବାହାରୁଥିବା ଏହି ପଦାର୍ଥ ସମୁଦ୍ର ତଟ ପର୍ଯ୍ୟନ୍ତ ପହଁଚିବାକୁ ଅନେକ ବର୍ଷ ଲାଗିଯାଇଥାଏ।ସୂର୍ଯ୍ୟ କିରଣ ଓ ଲୁଣି ପାଣି ବାଜିବା ପରେ ଏହା ଚିକ୍ଣଣ ଓ ଟାଣ ହୋଇଯାଇଥାଏ। ଯାହା ମୋମ ଭଳି ଲାଗିଥାଏ।
ତିମିର ପେଟରୁ ବାହାରିଥିବା ସେହି ପଦାର୍ଥ ପ୍ରଥମେ ଏକ ପ୍ରକାର ଗନ୍ଧ ଭଳି ବାସ୍ନା ହୋଇଥାଏ କିନ୍ତୁ ପରେ ଏହା ମିଠା ସୁଗନ୍ଧ ଦେଇଥାଏ। ଏହାକୁ ଏମ୍ବରଗ୍ରୀସ ଏଥିପାଇଁ କୁହାଯାଇଥାଏ କାରଣ ଏହା ବ୍ଲାଷ୍ଟିକ୍ରେ ସମୁଦ୍ର ତଟରେ ମିଳୁଥିବା ଧଳା ଏମ୍ବର ଭଳି ଦେଖାଯାଇଥାଏ । ଏହା ଇତ୍ରର ଉତ୍ପାଦନରେ ଲାଗିଥାଏ ତେଣୁ ଏହା ବହୁତ ଦାମୀ ଅଟେ।ଏଥିପାଇଁ ଇତ୍ରର ସୁଗନ୍ଧ ଅନେକ ସମୟ ପର୍ଯ୍ୟନ୍ତ ରହିଥାଏ।ଏଥିପାଇଁ ବୈଜ୍ଞାନିକ ଏମ୍ବରଗ୍ରୀସକୁ ଭାସୁଥିବା ସୁନାବି କହନ୍ତି। ଏହାର ଓଜନ ୧୫ ଗ୍ରାମରୁ ୫୦ କିଲୋ ପର୍ଯ୍ୟନ୍ତ ହୋଇଥାଇପାରେ।
ପର୍ଫ୍ୟୁମ ଛଡା କେଉଁଠି ହୋଇଥାଏ ବ୍ୟବହାର:
ଏମ୍ବରଗ୍ରୀସ ଅଧିକାଂଶ ଇତ୍ର ଓ ଅନ୍ୟ ସୁଗନ୍ଧିତ ବସ୍ତୁ ଉତ୍ପାଦନରେ ଲାଗିଥାଏ। ଏମ୍ବରଗ୍ରୀସରେ ପ୍ରସ୍ତୁତ ଇତ୍ର ଏବେବି ଦୁନିଆର ଅନେକ ସ୍ଥାନରେ ଅଛି। ଆଜିକାଲିରେ ଲୋକ ଏହାକୁ ଧୂପକାଠି ଓ ନିଆଁ ଜାଳିବା ପାଇଁ ବ୍ୟବହାର କରିଥାନ୍ତି। ଆଜିକାଲି ଏହାକୁ ସିଗରାଟକୁ ସୁଗନ୍ଧିତ କରିବା ପାଇଁ ବ୍ୟବହାର ହେଉଛି। ପ୍ରାଚୀନ ଚୀନ ଏହି ପଦାର୍ଥକୁ “ଡ୍ରାଗନ ର ଥୁକି ପଦାର୍ଥ” କହୁଥିଲେ।
ୟୁରୋପର ବ୍ଲାକ ଏଜ(ଅନ୍ଧକାର ଯୁଗ)ର ଲୋକଙ୍କ ମାନିବା ଥିଲା କି ସେ ସାଥିରେ ଏମ୍ବରଗ୍ରୀସର ଏକ ଖଣ୍ଡ ନେଲେ ସେମାନଙ୍କୁ ଏହା ପ୍ଲେଗରୁ ବଞ୍ଚାଇଥାଏ। ଏହା ଏଥିପାଇଁ କାରଣ ସୁଗନ୍ଧ ଗନ୍ଧକୁ ଅଟକାଇଦେଉଥିଲା ,ଯାହାକୁ ପ୍ଲିଗର କାରଣ ମାନାଯାଇଥାଏ।

ଏହି ପଦାର୍ଥକୁ ଭୋଜନର ସ୍ୱାଦ ବଢ଼ାଇବା ପାଇଁ ଓ ଅନେକ ଦେଶରେ ଏହାକୁ ସେକ୍ସ ପାୱାର ବଢ଼ାଇବା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ। ମଧ୍ୟ ଯୁଗ ସମୟରେ ୟୁରୋପୀୟ ଲୋକ ମୁଣ୍ଡ ବିନ୍ଧା, ଥଣ୍ଡା ଜ୍ଵର ଓ ଅନ୍ୟ ରୋଗ ପାଇଁ ଏମ୍ବରଗ୍ରୀସକୁ ବ୍ୟବହାର କରୁଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।