ଯୁବକ ଜଣଙ୍କର ମଙ୍ଗଳବାରକୁ ବିବାହ ପ୍ରଥମ ବାର୍ଷିକ ଥିଲା ଓ ଘରେ ଯଜ୍ଞର ଚେଷ୍ଟାସବୁ ଚାଲୁଥିଲା କିନ୍ତୁ ହେବାକୁ କିଛି ଅଲଗା ଥିଲା।

ପଞ୍ଜାବର କପୁରଥଲା ଜିଲ୍ଲାରେ ଜଣେ ଯୁବକଙ୍କ ପ୍ରଥମ ବିବାହ ବାର୍ଷିକର ଏକ ଦିନ ପୂର୍ବରୁ ତାଙ୍କୁ ହତ୍ୟା କରିଦିଆଯାଇଛି। ପତ୍ନୀ ନିଜ ସ୍ୱାମୀଙ୍କ ଆସିବାକୁ ଅପେକ୍ଷା କରିଥିଲା କିନ୍ତୁ ଘରକୁ ସ୍ୱାମୀର ଶବ ଆସିବା ଦ୍ଵାରା ସେ ସହି ନପାରି ପଡିଗଲା। କିଛି ସମୟ ପୂର୍ବରୁ ଥିବା ଖୁସି ସବୁ ଚାଲିଗଲା। କହିରଖିବୁକି ସୋମବାର ରାତି ୯ ଟାରେ ଖାଦ୍ୟ ଖାଇବାକୁ ନେଇ ଏକ ଢ଼ାବାରେ ସାଧାରଣ ଝଗଡାକୁ ନେଇ ଯୁବକ ଜଣଙ୍କୁ ହତ୍ୟା କରାଯାଇଛି।
ମୃତକଙ୍କ ପରିଚୟ ରବିନ୍ଦ୍ର କୁମାର ଓରଫ ରିକି ଘର ଉଲାରୀୟ ମୋହଲା ସୁଲତାନପୁର ଲୋଧି ବୋଲି ଜଣାଯାଇଛି। ଯୁବକ ଜଣଙ୍କର ମଙ୍ଗଳବାରକୁ ବିବାହର ପ୍ରଥମ ବାର୍ଷିକ ଥିଲା ଓ ଘରେ ଯଜ୍ଞର ପ୍ରସ୍ତୁତି ଚାଲୁଥିଲା। ଥାନା ସୁଲତାନପୁର ଲୋଧିର ଆଇଓ ଏସ ଆଇ ହରଜିତ ସିଂହ କହିଛନ୍ତି ସୋମବାରକୁ ରାତି ପାଖାପାଖି ୯ଟାରେ ରବିନ୍ଦ୍ର କୁମାର ଓରଫ ରିକି ନିଜ ସାଙ୍ଗ ହରକିରିତ ସିଂହଙ୍କ ସହତ କାନାଡ଼ିଆନ ଢ଼ାବାକୁ ଖାଦ୍ୟ ଖାଇବା ପାଇଁ ଯାଇଥିଲେ। ସେଠାରେ ହରପ୍ରୀତ ସିଂହ ଓରଫ ହାପି ,ତାଙ୍କ ଭାଇ ଯଶପ୍ରୀତ ସିଂହ, ଘର ମୋହଲା ପଣ୍ଡୋରି ତାଙ୍କ ଶଳା ଓଁକାର ସିଂହ ଘର ସୈଫଲାଦବାଦଙ୍କ ସହିତ ବସି ଖାଦ୍ୟ ଖାଉଥିଲେ। ଏହି ସମସ୍ତଙ୍କ ଭିତରେ ସାଧାରଣ ଝଗଡା ହୋଇଥିଲା ।
ପୁରୁଣା ଶତ୍ରୁତାକୁ ନେଇ ହୋଇଛି ହତ୍ୟା:
ଏସ ଆଇଙ୍କ ଅନୁସାରେ ରିକିଙ୍କର ଯସପାଲ ସିଂହ ଓ ତାଙ୍କ ଭାଇଙ୍କ ସହ ପୁରୁଣା ଶତ୍ରୁତା ଥିଲା। ସେଥିପାଇଁ ସେଠାରେ ବିବାଦ ଆରମ୍ଭ ହୋଇଗଲା। ହରପ୍ରୀତ ଓ ତାଙ୍କ ସାଥି ରବିନ୍ଦରଙ୍କୁ ଗାଳି ଦେଉଥିଲେ। ଯାହା ପରେ ରବିନ୍ଦର ନିଜ ସାଙ୍ଗ ସହ ଢ଼ାବାରୁ ବାହାରକୁ ଆସିଗଲା। ଏତିକି ସମୟରେ ହରପ୍ରୀତ ନିଜର ତିନି ଚାରି ସାଥିଙ୍କୁ ବି ଡକାଇଦେଲା।ବିବାଦ ଏତେ ବଢିଯାଇଥିଲାକି ନିଶାରେ ଆସି ହରପ୍ରୀତି ରବିନ୍ଦର ଓ ତାର ସାଙ୍ଗ ଉପରେ ଗାଡି ଚଢାଇଦେଲା। ଯାହା ଦ୍ୱାରା ରବିନ୍ଦରଙ୍କର ମୃତ୍ୟୁ ହୋଇଗଲା ଓ ତାଙ୍କ ସାଙ୍ଗ ହରକିରତ ଆଘାତପ୍ରାପ୍ତ ହେଲେ।

ଦୁଇ ଦୋଷୀ ଗିରଫ:
ଏହା ପରେ ଦୋଷୀ ସେହି ସ୍ଥାନରୁ ଫେରାର ହୋଇଯାଇଥିଲା। ମୃତକ ରବିନ୍ଦରଙ୍କର ଭାଇ ଅମନଦୀପ କୁମାରଙ୍କ ବୟାନ ଆଧାରରେ ଅଭିଯୁକ୍ତ ଦୁଇ ଭାଇ, ତାଙ୍କ ଶଳା ଓ କିଛି ସାଥିଙ୍କ ଉପରେ ହତ୍ୟା କେସ ଦାଖଲ କରାଯାଇଛି। ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ ମଧ୍ୟ କରାଯାଇଛି ବାକିଙ୍କୁ ପୋଲିସ ଖୋଜୁଛି। ପୋଲିସ ଧକା କରିଥିବା କାରକୁ ଜବତ କରିବା ସହିତ କେସକୁ ଯାଞ୍ଚ କରୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।