ରାଜନୀତିରେ ଆସିବେ କି ଗାଙ୍ଗୁଲି? ଜାଣନ୍ତୁ ପୂର୍ବ ଭାରତୀୟ ଅଧିନାୟକ କଣ କହିଲେ।

ବେଙ୍ଗଲ ବିଧାନସଭା ନିର୍ବାଚନରେ ଟିଏମସି ଆଉ ବିଜେପି ଭିତରେ କଡା ଟକ୍କର ହେଉଛି। ଏପରି ସମୟରେ ସଭିଙ୍କ ନଜର ବିସିସିଆଇ ର ହେଡ ତଥା ଭାରତର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ଉପରେ ଅଛି। ଏପରି ଖବର ଶୁଣିବାକୁ ମିଳୁଛି କି ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବହୁତ ଜଲଦି ରାଜନୀତିର ପିଚରେ ବ୍ୟାଟିଂ କରିବାକୁ ଆସିପାରନ୍ତି। ଏହା ଉପରେ ଗାଙ୍ଗୁଲି ନିଜର ଚୁପ ଭାଙ୍ଗିଛନ୍ତି।

Google

ଗାଙ୍ଗୁଲି ଆଜ ତକ ସହ ଏକ ସ୍ୱତନ୍ତ୍ର କଥାବାର୍ତ୍ତାରେ କହିଲେ କି ତାଙ୍କୁ ଜୀବନ ବହୁତ ସୁଯୋଗ ଦେଇଛି ଆଉ ଦେଖାଯାଉ କି ଆଗକୁ କଣ ହେଉଛି। ସେ ଆଗକୁ କହିଲେ କି ସେ ସ୍ଵସ୍ଥ ଅଛନ୍ତି ଆଉ ନିଜର କାମ ଆରମ୍ଭ କରିବାକୁ ଯାଉଛନ୍ତି। ସେ ରାଜନୀତିରେ ଏଣ୍ଟ୍ରି କରିବାର ଜବାବ ଗୋଲ ମୋଲ ଉପାୟରେ ଦେଲେ। ଅର୍ଥାତ ତାଙ୍କର ଜବାବ ରୁ ଏହା ସ୍ପଷ୍ଟ ହେଇପାରିନାହିଁ କି ତାଙ୍କର ଇରାଦା କଣ ଅଟେ।

ଗାଙ୍ଗୁଲିଙ୍କର ପିଏମ ମୋଦିଙ୍କ ରାଲିରେ ସାମିଲ ହେବାର ଖବର ଆସି ଥିଲା:

ଏପରି ଖବର ଶୁଣା ଯାଉଥିଲା କି ରବିବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହେଇଥିବା ରାଲି ଯାହା କି କୋଲକାତାର ବ୍ରିଗେଡ ମୈଦାନରେ ହେଇଥିଲା ସେଥିରେ ସୌରଭ ଗାଙ୍ଗୁଲି ସାମିଲ ଥିଲେ ମାତ୍ର ଦାଦା ଏହା ଉପରେ ସଫା ସଫା ମନା କରି ଦେଇଛନ୍ତି। ଗାଙ୍ଗୁଲିଙ୍କର ସ୍ୱାସ୍ଥ୍ୟ ଏହା ଆଗରୁ ବହୁତ ଖରାପ ଥିଲା। ୨ ଜାନୁଆରୀ କୁ ଗାଙ୍ଗୁଲି ଘରେ କସରତ କରୁଥିବା ସମୟରେ ତାଙ୍କୁ ହାର୍ଟଆଟାକ ଆସିଲା। ତା ପରେ ସେ ହସ୍ପିଟାଲରେ ରହିଲେ। ଏହାପରେ ୫ଦିନ ହସ୍ପିଟାଲ ରେ ରହିବା ପରେ ସେ ଘରକୁ ଆସିଲେ ଯାହା ପରେ ତାଙ୍କୁ ଘରକୁ ଅଣାଗଲା। ଏହାପରେ ୨୭ ଜାନୁଆରୀ କୁ ପୁଣି ତାଙ୍କୁ ହାର୍ଟଆଟାକ ଆସିଲା ଆଉ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲ ଲରେ ଆଡ଼ମିଟ କରାଗଲା। ଏବେ ଗାଙ୍ଗୁଲି ପୁରା ପୁରି ସୁସ୍ଥ ଅଛନ୍ତି ଆଉ ତାଙ୍କ ପାଇଁ ଆର ଚ୍ୟାଲେଞ୍ଜ ହେଉଛି ଆଇପିଏଲ ୨୦୨୧।

Google

ଆଇପିଏଲ ୨୦୨୧ର ଆୟୋଜନ ୯ ଏପ୍ରିଲକୁ ହେବ ଆଉ ଏହାର ଫାଇନାଲ ୩୦ ମଇ କୁ ଅହମ୍ମଦାବାଦ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଥର କେଉଁ ବି ଟିମ ନିଜର ଘରୋଇ ମୈଦାନ ଉପରେ କିଛି ବି ମ୍ୟାଚ ଖେଳିବ ନାହିଁ ଆଉ ଆଇପିଏଲ ପୁରା ୬ଟି ମୈଦାନରେ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *