ଇଂଲଣ୍ଡର ଅଧିନାୟକ ଜୋ ରୁଟ ଓ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଇପିଏଲ ୨୦୨୧ ନିଲାମୀରେ ରେ ସାମିଲ ହେବେ ନାହିଁ। ଆଇପିଏଲ ୨୦୨୧ର ନିଲାମୀ ୧୮ ଫେବୃଆରୀରୁ ହେବ। ରୁଟ ପୂର୍ବ ୩ ମ୍ୟାଚରେ ଲଗାତାର ଶତକ ଲଗେଇ ଆସୁଛନ୍ତି । ନିକଟରେ ସେ ଟି ୨୦ ୱାର୍ଲଡ଼ କପ ୨୦୨୧ରେ ଖେଳିବକୁ ଇଚ୍ଛା ପ୍ରକାଶ କରିଛନ୍ତି ହେଲେ ଆଇପିଏଲ ଖେଳିବେ ନାହିଁ। ୩୦ ବର୍ଷୀୟ ଏହି ଖେଳାଳି ୩୨ଟି ଅନ୍ତରାଷ୍ଟ୍ରୀୟ ଟି ୨୦ ରେ ୮୯୩ ରନ କରିଛନ୍ତି ଓ ତାଙ୍କର ଷ୍ଟ୍ରାଇକରେଟ ୧୨୬.୩ ରହିଛି। ସେ ୫ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି।

ଏକ ଇଣ୍ଟରର୍ଭିଉ ମାଧ୍ୟମରେ ରୁଟ କହିଛନ୍ତି କି ତାଙ୍କୁ ତିନି ଫର୍ମାଟରେ ଖେଳିବା ପସନ୍ଦ। ସବୁ ଫର୍ମାଟରେ ଅଲଗା ମଜା ଥାଏ। ଏଥର ଆଶା ଅଛି କି ମିଚେଲ ଷ୍ଟାର୍କ ଆଇପିଏଲ ଖେଳିବେ ଓ ତାଙ୍କ ଉପରେ ଫ୍ରେଞ୍ଚାଇଜି ୧୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବେ। ହେଲେ ଟି ୨୦ ୱାଲର୍ଡ଼ କପକୁ ଦେଖି ମିଚେଲ ଷ୍ଟାର୍କ ଆଇପିଏଲରୁ ବାଦ ପଡିଲେ। ୟାଙ୍କ ଛଡା ଇଂଲଣ୍ଡର ଟମ ବ୍ୟାଟନ,ଅଷ୍ଟ୍ରେଲିଆର ଜେମ୍ସ ପ୍ୟାଟେନସନ,ଇଂଲଣ୍ଡର ଦ୍ରୁତ ବୋଲର ହ୍ୟାରି ଗରଣୀ ମଧ୍ୟ ଏ ବର୍ଷ ଆଇପିଏଲରୁ ନିଜ ନାମ ଫେରାଇ ନେଇଛନ୍ତି।
୧୦୯୭ ଖେଳାଳି ପଞ୍ଜିକରଣ କରିଛନ୍ତି: ଆଇପିଏଲ ୨୦୨୧ ରେ ୧୦୯୭ ଖେଳାଳି ଭାଗ ନେବେ। ସେଥିରୁ ଭାରତୀୟ ୮୧୪ ଓ ବିଦେଶୀ ୨୮୩ ପଞ୍ଜିକରଣ କରିଛନ୍ତି। ଏଥିରୁ ୱେଷ୍ଟ ଇଣ୍ଡିଜର ୫୬,ଅଷ୍ଟ୍ରେଲିଆର ୪୨,ଓ ଦକ୍ଷିଣ ଆଫ୍ରିକାର ୩୮,ସାମିଲ ଅଛନ୍ତି। ୮୬୩ ଏମିତି ଖେଳାଳି ଅଛନ୍ତି ଯିଏ ଏ ପର୍ଯ୍ୟନ୍ତ ତାଙ୍କ ଦେଶର ସିନିୟର ଖେଳାଳିଙ୍କ ପ୍ରତିନିଧିତ୍ୱ କରି ନାହାନ୍ତି। ଏଥିରୁ ୭୪୩ ଭାରତୀୟ ଓ ୬୮ ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ ଅଛନ୍ତି।

୬୧ ଖେଳାଳିଙ୍କୁ ମିଳିବ ମୌକା: ଆଇପିଏଲରେ ଶୁକ୍ରବାର ଜାରି ହୋଇଥିବା ବୟାନରେ କୁହାଗଲା,”ଯଦି ପ୍ରତ୍ୟେକ ଫ୍ରେଞ୍ଚାଇଜି ନିଜ ଟିମରେ ୨୫ ରୁ ଅଧିକ ଖେଳାଳି ରଖିବାକୁ ଚାହିଁବେ,ତେବେ ନିଲାମୀରେ ୬୧ ଖେଳାଳିଙ୍କୁ କିଣାଯିବ ।ଏଥିରୁ ୨୨ ବିଦେଶୀ ଖେଳାଳି ରହିବେ।”
ପଂଜାଵ ପାଖରେ ସବୁଠାରୁ ଅଧିକ ଟଙ୍କା: କିଙ୍ଗସ ଏକାଦଶ ପଂଜାଵ ସବୁଠାରୁ ଅଧିକ ୫୩.୨୦ କୋଟି ଟଙ୍କା ସହ ନିଲାମୀରେ ଓହ୍ଲାଇବ। ଏହାପରେ ଆରସିବି ୩୫.୯୦କୋଟି,ରାଜସ୍ଥାନ ରାୟଲସ ୩୪.୮୫ କୋଟି,ଚେନ୍ନାଇ ୨୨.୯୦ କୋଟି,ମୁମ୍ବାଇ ଇଣ୍ଡିଆନ୍ସ ୧୫.୩୫ କୋଟି,ଦିଲ୍ଲୀ କ୍ୟାପିଟାଲ ୧୨.୯ କୋଟି,କୋଲକାତା ଓ ହାଇଦ୍ରାବାଦ ଦୁହେଁ ୧୦.୭୫ କୋଟି ଟଙ୍କା ସହ ଓହ୍ଲାଇବେ।

୧୧ ଖେଳାଳିଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା: ସାକିବ ଅଲ ହାସନ,ହରଭଜନ ସିଂ,କେଦାର ଯାଦବ,ଷ୍ଟିଭ ସ୍ମିଥ,ଗ୍ଲେନ ମ୍ୟାକ୍ସୱେଲ,ମୋଇନ ଅଲ୍ଲୀ,ଶ୍ୟାମ ବିଲିଂସ,ଜେସନ ରୟ,ମାର୍କ ବୁଡ଼,ଲିୟାନ ପ୍ଲାକେଣ୍ଟ,ଓ କୋଲିନ ଇନଗ୍ରାମ ନିଜ ଆଧାର ମୁଲ୍ୟ ୨ କୋଟି ଟଙ୍କା ରଖିଛନ୍ତି ବୋଲି ଜଣା ଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।