ଆଇପିଏଲ ଅକ୍ସନ ୨୦୨୧:- ଆସିଲା ଫାଇନାଲ ଲିଷ୍ଟ, ଏହି ଷ୍ଟାର ଖେଳାଳିଙ୍କ ସ୍ୱପ୍ନ ରହିଗଲା ଅଧୁରା।

ସାତ ବର୍ଷ ପରେ କ୍ରିକେଟ ମୈଦାନ ଭିତରକୁ ଫେରିଥିବା ଏସ ଶ୍ରୀଶାନ୍ତ ଏବେ ଆଇପିଏଲ ୨୦୨୧ର ଭାଗ ହେବେ ନାହିଁ। ଆଇପିଏଲ ପରିଷଦ ଖେଳାଳି ମାନଂକ ସଂଖ୍ୟାରେ ହ୍ରାସ କରିଛି ଯାହା ପରେ ୨୯୨ ଜଣ ଖେଳାଳି ନିଲାମୀରେ ବାହାରିବେ ଆଉ ଏହା ଭିତରୁ ଆଠ ଫ୍ରାଂଚାଇଜି ୬୧ଟି ସ୍ଥାନ ଭରିବା ପାଇଁ ନିଲାମୀ ଲଗେଇବେ। ନିଲାମୀ ସୁଚିରେ ୧୬୪ ଭାରତୀୟ, ୧୨୫ ବିଦେଶୀ ଆଉ ଏସୂସିଏଟ ଦେଶ ମାନଙ୍କରୁ ତିନି ଜଣ ଖେଳାଳି ସାମିଲ ଅଛନ୍ତି। ଶ୍ରୀଶାନ୍ତ ଏହି ଖେଳାଳି ମାନଙ୍କ ଲିଷ୍ଟରେ ସାମିଲ ନାହାନ୍ତି। ଏବେ ଏବେ ହିଁ ସେ କେରଳ ତରଫରୁ ଶୟଦ ମୁସ୍ତାକ ଅଲି ଟ୍ରଫିରେ ଭାଗ ନେଇଥିଲେ। ଶ୍ରୀଶାନ୍ତ ଆଇପିଏଲ ୨୦୨୧ ପାଇଁ ନିଜ ବେଶ ପ୍ରାଇସ ୭୫ ଲକ୍ଷ ଟଙ୍କା ରଖିଥିଲେ।

ସିନିଆର ସ୍ପିନର ହରଭଜନ ସିଂ ଆଉ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଦାର ଜାଧବଙ୍କ ବ୍ୟତୀତ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆଉ ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୮ ଫେବୃଆରୀକୁ ଚେନାଇରେ ହେବାକୁ ଥିବା ଆଇପିଏଲ ଅକ୍ସନ ପାଇଁ ୨ କୋଟି ବେଶ ପ୍ରାଇସରେ କିଣା ଯିବାକୁ ସ୍ଥିର କରା ଯାଇଛି।

ଆଫଗାନିସ୍ତାନର ନୁର ଅହମ୍ମଦଙ୍କୁ ମିଳିଲା ମୌକା। ସେ ବାମ ହାତୀ ସ୍ପିନର , ସେ ସବୁଠୁ ଯୁବ ଖେଳାଳି ଅଟନ୍ତି ବୟସ ମାତ୍ର ୧୬ । ଏବେ ବାକି ରହିଲା ଦେଖିବାକୁ କେଉଁ ପ୍ରଞ୍ଚାଇଜ ତାଙ୍କ ଉପରେ ଦୃଷ୍ଟି ଦେଉଛନ୍ତି।

Google

ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ପାଖରେ ସର୍ବାଧିକ ୧୩ ଖେଳାଳି ମାନଙ୍କୁ କିଣି ପାରିବାର ସୁଯୋଗ ଅଛି ଯେତେବେଳେ କି ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୩ଜଣ ଖେଳାଳିଙ୍କୁ କ୍ରୟ କରି ପାରିବ। କିଙ୍ଗସ ଇଲେଭେନ ପଞ୍ଜାବ ସର୍ବାଧିକ ୫୩ କୋଟି ୧୦ ଲକ୍ଷ ଟଙ୍କା ସହ ନିଲାମୀକୁ ଆସିବ ଯେତେବେଳେ କି ସନରାଇଜର୍ସ ହାଇଦ୍ରାବାଦ ପାଖରେ ୧୧ କୋଟିରୁ ଟିକେ କମ ଟଙ୍କା ଅଛି। ଚେନ୍ନାଇ ସୁପର କିଙ୍ଗସ ପାଖରେ ୨୨ କୋଟି ୭୦ ଲକ୍ଷ ଟଙ୍କା ଅଛି ଆଉ ତା ପାଖରେ ୭ଟି ସ୍ଥାନ ଅଛି। ସୁପର କିଙ୍ଗସ ଏଇଥର ହରଭଜନ ସିଂ ଆଉ କେଦାର ଯାଧବଙ୍କୁ ରିଲିଜ କରିଛି।

Google

ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କର ପୁତ୍ର ତଥା ବାମ ହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକରଙ୍କୁ ୨୦ ଲକ୍ଷ ଟଙ୍କା ବିଶିଷ୍ଟ ସବୁଠୁ କମ ବେଶ ପ୍ରାଇସ ବର୍ଗରେ ସାମିଲ କରା ଯାଇଛି। ମ୍ୟାକ୍ସୱେଲ ଆଉ ସ୍ମିଥଙ୍କ ବ୍ୟତୀତ ବିଦେଶୀ ଖେଳାଳି ମାନଙ୍କ ଭିତରେ ଶାକିବ ଅଲ ହାସନ, ମୋଇନ ଅଲି, ଯେସନ ରୟ, ଲିଆମ ପ୍ଲାଙ୍କେଟ, ମାର୍କ ଉଡ଼, ଶ୍ୟାମ ବିଲିଙ୍ଗସଙ୍କୁ ସର୍ବାଧିକ ଆଧାର ମୂଲ୍ୟ ଥିବା ଖେଳାଳି ମାନଙ୍କ ଭିତରେ ସାମିଲ କରା ଯାଇଛି। ଦେଢ଼ କୋଟି ଟଙ୍କାର ଆଧାର ମୂଲ୍ୟରେ ଏଯାଏ ୧୨ଟି ଖେଳାଳି ଅଛନ୍ତି ଯେତେବେଳେ କି ହନୁମା ବିହାରୀ ତଥା ଦ୍ରୁତ ବୋଲର ଉମେଶ ୟାଦବଙ୍କୁ ୧ କୋଟି ବର୍ଗରେ ସାମିଲ କରାଯାଇଛି। ନିଲାମୀ ଭାରତୀୟ ସମାୟାନୁସାରେ ୨.୦୦ରେ ହେବାକୁ ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *