ସଚୀନଙ୍କ ବଡ଼ ଖୁଲାସା। ସଚିନ-ସେହ୍ଵାଗଙ୍କ ଠାରୁ ଓପନିଂ କରେଇବା ପାଇଁ ହୋଇଥିଲା ଏହି ସିଷ୍ଟମ।

ସଚିନ ଓ ସେହ୍ଵାଗଙ୍କ ଯୋଡିକୁ ଦୁନିଆର ବେଷ୍ଟ ଓପନିଂଯୋଡି ମାନଙ୍କ ମଧ୍ୟରେ ସାମିଲ କରାଯାଏ। ଦୁହେଁ ୨୦୦୨ରୁ ୨୦୧୨ ପର୍ଯ୍ୟନ୍ତ ୯୩ ଥର ଓପନିଂ କରିଛନ୍ତି ଓ ୩୯୧୯ ରନ କରିଛନ୍ତି। ସେ ୧୨ ଶତକୀୟ ଓ ୧୮ ଅର୍ଦ୍ଧଶତକୀୟ ଭାଗିଦାରୀ କରିଛନ୍ତି। ସେହ୍ଵାଗ ତେନ୍ଦୁଲକରଙ୍କ ସହ ପାର୍ଟନରସିପ ବିଷୟରେ ଇଣ୍ଟରର୍ଭିଉରେ ବହୁତ କଥା ଖୁଲାସା କଲେ। ସେ କହିଲେ କି କିପରି ୨୦୦୩ ୱାଲର୍ଡ଼ କପରେ ଦୁହିଁଙ୍କୁ ଓପନିଂ କରିବା ପାଇଁ କିପରି ଭୋଟିଂ ହୋଇଥିଲା।

Google

ସେହ୍ଵାଗ ଓ ସଚିନ ବିୟୁ ଇଣ୍ଡିଆ ୟୁଟୁବ ଚ୍ୟାନେଲରେ ହ୍ଵାଟ ଦ ଡକ ରେ ବିକ୍ରମ ସାଠୟଙ୍କ ଦ୍ୱାରା ଦିଆଯାଇଥିବା ଇଣ୍ଟରର୍ଭିଉ ଏହି ବିଷୟରେ ବିସ୍ତାର ଭାବରେ କହିଛନ୍ତି।ସଚିନ କହିଥିଲେ,”ଆମର ନ୍ୟୁଜିଲ୍ୟାଣ୍ଡ ଗସ୍ତ କିଛି ଖାସ ହୋଇ ନଥିଲା। ମୋର ମନେ ଅଛି ୱାଣ୍ଡେ ସିରିଜ ଆରମ୍ଭରେ ମୁଁ ଆହତ ଥିଲି। ଶେଷ ତିନି ମ୍ୟାଚରେ ମୁଁ ୦,୦ ଓ ୧ ରନ କରିଥିଲି। ଏହାପରେ ଆମେ ଦକ୍ଷିଣ ଆଫ୍ରିକା ସିରିଜ ଖେଳିବା ନିମନ୍ତେ ଯାଇଥିଲୁ। ସେଠାରେ ଦୁଇ ପ୍ରାକ୍ଟିସ ମ୍ୟାଚରେ ମୁଁ ୪ ନଂରେ ବ୍ୟାଟିଂ କଲି। ଏହା ଉପରେ ଜନ ରାଇଟ ଚିନ୍ତାରେ ପଡିଗଲେ। ସେ କହିଲେ ଆମକୁ କିଛି କରିବାକୁ ପଡିବ।”

Google

ସଚିନ ଆଗକୁ କହିଲେ,”ଏହାପରେ ଜନ ରାଇଟ ସନ୍ଧ୍ୟାରେ ମୋ ରୁମକୁ ଆସିଲେ ଓ ପଚାରିଲେ-ଆପଣ କେଉଁ ସ୍ଥାନରେ ଖେଳିବାକୁ ଚାହୁଁଛନ୍ତି? ମୁଁ କହିଲି କି ଯାହା ଟିମ ମ୍ୟାନେଜମେଣ୍ଟ କହିବେ। ହେଲେ ସେ ପୁଣି ପଚାରିଲେ ଆପଣ କେଉଁ ସ୍ଥାନରେ ଖେଳିବା ପସନ୍ଦ କରିବେ। ମୁଁ କହିଲି କି ଯଦି ମୋର ନିଜ ରାୟ ନେବାକୁ ଚାହୁଁଛନ୍ତି ତ ମୁଁ ଓପନିଂ କରିବାକୁ ଚାହୁଁଛି।”

Google

ସେହ୍ଵାଗ ଆଗକୁ କହିଲେ,”ପ୍ରଥମ ଦୁଇ ମ୍ୟାଚରେ ସଚିନ ଓ ସୌରଭ ଗାଙ୍ଗୁଲି ଓପନିଂ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଆମେ ୧୨୦ ରନରେ ଆଉଟ ହୋଇଗଲୁ। ଏହାପରେ ଭାରତରେ ଆମ ଘରକୁ ପଥର ପକାଯାଇଥିଲା ଓ ଆମର ପୁତଲା ଜଳାଯାଇଥିଲା। ଏହାପରେ ଆମର ଜିମ୍ବାୱେ ସହ ମ୍ୟାଚ ଥିଲା। ଜନ ରାଇଟ ପୁରା ଟିମକୁ ଏକାଠି ଡାକିଲେ। ଆପଣ ନିଜର ଓପନିଂ ପେୟାର ଲିଷ୍ଟ ଦିଆନ୍ତୁ। ୧୫ ରୁ ୧୪ ଜଣ ସଚିନ-ସେହ୍ଵାଗ ଯୋଡି କହିଥିଲେ। “ଏହାପରେ ସେହ୍ଵାଗ ମଜାରେ କହିଲେ ଆମେ ଜାଣିଥିଲୁ କି ସୌରଭ ନିଜେ ହିଁ ନିଜର ଚିଟ ପକେଇଥିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *