ଏହି ଟେଷ୍ଟ ସିରିଜରେ କୋହଲିଙ୍କ ସମେତ ଏହି ଦୁଇ ଷ୍ଟାର ଖେଳାଳି କରିପାରନ୍ତି ଅଦ୍ଭୁତ ରେକର୍ଡ। ଚାରିଆଡେ ହେଉଛି ତାଙ୍କର ଚର୍ଚ୍ଚା।

ଅଷ୍ଟ୍ରେଲିଆ ବିରୁଦ୍ଧରେ ଟେଷ୍ଟ ସିରିଜ ଜିତିବା ପରେ ଏବେ ଟିମ ଇଣ୍ଡିଆ ଇଂଲଣ୍ଡ ବିରୁଦ୍ଧରେ ଲଢେଇ କରିବ। ଦୁହି ଟିମ ଚେନ୍ନାଇରେ ପହଞ୍ଚିଗଲେଣି ଓ ୬ ଦିନର କ୍ବାରେଣ୍ଟିନ ନିୟମ ପାଇଁ ୩ ଦିନର ଅଭ୍ୟାସ କରିବାକୁ ହେବ। ଦୁଇ ଟିମ ନିଜ ପୂର୍ଵ ସିରିଜ ଜିତି ଜୋଶରେ ରହିଛି ଓ ୪ ଟିକିଆ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତ ରହିଛି। ୫ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଥିବା ମ୍ୟାଚ ବହୁତ ରୋମାଞ୍ଚକ ଭରା ରହିବ।ଦୁଇ ଟିମର କେତେକ ଖେଳାଳିଙ୍କ କୀର୍ତ୍ତିମାନ କରିବାରେ ଲକ୍ଷ୍ୟ ରହିବ।

Google

କୋହଲି ହୋଇପାରନ୍ତି ଘରୋଇ ମାଟିରେ ସବୁଠାରୁ ସଫଳ ଅଧିନାୟକ: ବିରାଟ କୋହଲିଙ୍କ ଅଧିନାୟିକତ୍ଵରେ ଟିମ ଇଣ୍ଡିଆ ଏ ପର୍ଯ୍ୟନ୍ତ ୨୦ ଟେଷ୍ଟ ମ୍ୟାଚ ଜିତିଛି ଓ ଧୋନିଙ୍କ ଅଧିନାୟିକତ୍ଵରେ ୨୧ ଟି ମ୍ୟାଚ। ଯଦି ସେ ଆଉ ଦୁଇଟି ଟେଷ୍ଟ ଜିତିଯିବେ ତ ଭାରତୀୟ ମାଟିରେ ସବୁଠାରୁ ସଫଳ କ୍ୟାପଟେନ ହୋଇଯିବେ।

ଇଶାନ୍ତ ଶର୍ମାଙ୍କ ପାଖରେ ସବୁଠାରୁ ସଫଳ ଦ୍ଵିତୀୟ ଦ୍ରୁତ ବୋଲର ହେବାର ରହିବ ମୌକା: ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆହତ ସମସ୍ୟା ପାଇଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିପାରି ନ ଥିଲେ ହେଲେ ସେ ଏବେ ଇଂଲଣ୍ଡ ବିରୁଦ୍ଧରେ ପ୍ରସ୍ତୁତ ଅଛନ୍ତି। ସେ ଭାରତ ପାଇଁ ଏ ପର୍ଯ୍ୟନ୍ତ ୨୯୭ ଟେଷ୍ଟ ୱିକେଟ ଅକ୍ତିଆର କରିଛନ୍ତି ଓ ସର୍ବାଧିକ ଭାରତୀୟ ୱିକେଟ ନେବାରେ ସେ ଷଷ୍ଠ ନଂରେ ଅଛନ୍ତି। ସିରିଜରେ ତାଙ୍କ ପାଖରେ ଜାହିର ଖାନଙ୍କ(୩୧୧)ୱିକେଟ କାଟିବାର ମୌକା ରହିଛି। ସେ ଯଦି ଏହି ସିରିଜରେ ୧୫ ୱିକେଟ ନେଇଯିବେ ତେବେ ଭାରତର ୨ୟ ସଫଳ ଦ୍ରୁତ ବୋଲର ହୋଇଯିବେ। ଏହି ମାମଲାରେ କପିଳ ଦେବ(୪୩୪) ନମ୍ବର ୧ରେ ଅଛନ୍ତି। ସେ ୩ ୱିକେଟ ନେଲେ ୩୦୦ ୱିକେଟ ନେବାରେ ଷଷ୍ଠ ଭାରତୀୟ ହୋଇଯିବେ।

Google

ଜୋ ରୁଟ ହୋଇପାରିବେ ଇଂଲଣ୍ଡ ତରଫରୁ ଅଧିକ ରନ କରିବାରେ ତୃତୀୟ ବ୍ୟାଟ୍ସମ୍ୟାନ: ଇଂଲଣ୍ଡର ଅଧିନାୟକ ଜୋ ରୁଟ ଶ୍ରୀଲଙ୍କା ବିପକ୍ଷରେ ଭଲ ପ୍ରଦର୍ଶନ କରି ଏକ ଶତକ ଓ ଏକ ଦ୍ଵିଶତକ ମାରିଥିଲେ। ଭାରତ ବିରୁଦ୍ଧରେ ମଧ୍ୟ ଭଲ ଖେଳିବାକୁ ସେ ଚାହିଁବେ। ରୁଟ ଏ ପର୍ଯ୍ୟନ୍ତ ୮୨୪୯ ରନ କରିଛନ୍ତି ଓ ଇଂଲଣ୍ଡ ପାଇଁ ଅଧିକ ରନ କରିବାରେ ୪ନଂ ରେ ଅଛନ୍ତି। ସେ ଯଦି ସିରିଜରେ ୨୫୧ ରନ କରିଦେବେ ତ ସେ ୮୫୦୦ ରନ କରିବେ ଓ ଆଲେକ୍ସ ଷ୍ଟିବର୍ଟଙ୍କୁ (୮୪୬୩)ପଛରେ ଛାଡ଼ିଦେବେ। ଏହି ମାମଲାରେ ଇଂଲଣ୍ଡ ଦଳର ଆଲିଷ୍ଟର କୁକ(୧୨୪୭୨)ରନ ନମ୍ବର ୧ରେ ଅଛନ୍ତି।

ଆଶ୍ୱିନଙ୍କ ପାଖରେ ସବୁଠାରୁ ଦ୍ରୁତ ୪୦୦ ୱିକେଟ ନେଵାର ଅଛି ମୌକା: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କଲେ ଓ ଇଂଲଣ୍ଡ ବିପକ୍ଷରେ ସେ ଭଲ କରିବେ ବୋଲି ଆଶା ଅଛି। ୩୪ ବର୍ଷୀୟ ଅଶ୍ୱିନ ୭୪ ଟେଷ୍ଟରେ ଏ ପର୍ଯ୍ୟନ୍ତ ୩୭୭ ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କୁ ଆଉ ୨୩ ଟି ୱିକେଟ ଦରକାର ୪୦୦ ୱିକେଟ ନେବାକୁ ଓ ଯଦି ଏହା ସେ କରପାରିବେ ତ ଭାରତର ଦୃତ ୪୦୦ ୱିକେଟ ନେଵାର ରେକର୍ଡ଼ କରିବେ।ଏହି ମାମଲାରେ ଅନୀଲ କୁମ୍ବଲେ ୮୫ ଟେଷ୍ଟ,(୧ମ),ହରଭଜନ ସିଂ ୯୬ ଟେଷ୍ଟ(୨ୟ),କପିଳ ଦେବ ୧୧୫ ଟେଷ୍ଟ(୩ୟ) ଜାଗା ଅଧିକାର କରିଛନ୍ତି।

Google

ବିରାଟ କୋହଲିଙ୍କ ଇଂଲଣ୍ଡ ବିରୁଦ୍ଧରେ ୨୦୦୦ ରନ ପୁରା କରିବାର ମୌକା: ଭାରତୀୟ ଅଧିନାୟକ ବିରାଟ କୋହଲି ଏ ପର୍ଯ୍ୟନ୍ତ ଇଂଲଣ୍ଡ ବିରୁଦ୍ଧରେ ୧୯ ଟେଷ୍ଟରେ ୧୫୭୦ ରନ କରିଛନ୍ତି। ତାଙ୍କର ୨୦୦ ରନ ପୁରା କରିବା ପାଇଁ କେବଳ ୪୩୦ ରନ ଦରକାର। ଏହା କଲେ ସେ ଇଂଲଣ୍ଡ ବିରୁଦ୍ଧରେ ୨୦୦୦ ରନ କରିବାରେ ତୃତୀୟ ଭାରତୀୟ ହୋଇଯିବେ।ଏହି ଉପଲବ୍ଧି ସଚିନ ତେନ୍ଦୁଲକର (୨୫୩୫) ଓ ସୁନିଲ ଗାଭାସ୍କର(୨୪୮୩) ହାସିଲ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

 

Leave a Reply

Your email address will not be published. Required fields are marked *