ନିଲାମୀରେ ବିକ୍ରି ନ ହେଇ ମଧ୍ୟ IPL ୨୦୨୧ରେ ଏହି ବୋଲର ମାନଙ୍କର ଲଟେରୀ ଲାଗିପାରେ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଆମେ ସର୍ବଦା ଏହା ଦେଖୁ କି ଆଇପିଏଲରେ କେହି ନା କେହି ଖେଳାଳି ଖେଳି ପାରି ନଥାନ୍ତି। ଖାସ କରି ରାଷ୍ଟ୍ରୀୟ ପ୍ରତିନିଧିତ୍ତ୍ୱ ତଥା ଦେଶ ପାଇଁ ଖେଳିବା ଏହାର ମୁଖ୍ୟ କାରଣ ହେଇଥାଏ। ଆଉ କିଛି ଖେଳାଳି ଥାଆନ୍ତି ଯିଏ କି ଗଭୀର ଭାବେ ଘାୟଲ ହେଇଯାନ୍ତି ଆଉ ସେଥିପାଇଁ ତାଙ୍କ ବଦଳରେ କିଛି ଏପରି ଖେଳାଳି ମାନଙ୍କୁ ସ୍ଥାନ ମିଳେ ଯିଏ କି ଆଇପିଏଲ ନିଲାମୀରେ କିଣା ହିଁ ହେଇନଥାନ୍ତି।

Google

ଆଇପିଏଲ ୨୦୨୧ରେ ବି କିଛି ଏପରି ହେବାକୁ ଯାଉଛି। ଏହିଥର କିଛି ଖେଳାଳି ଆଇପିଏଲ ହେବା ଆଗରୁ ହିଁ ବାହାର ହେଇ ଯାଇଛନ୍ତି। ଏମିତିରେ ତାଙ୍କ ବଦଳରେ କିଛି ଏପରି ଖେଳାଳି ମାନଙ୍କୁ ସ୍ଥାନ ମିଳିବ ଯିଏ କି ଆଇପିଏଲ ନିଲାମୀରେ ବିକ୍ରି ହେଇନଥିଲେ। ଆଜି ଆମେ ୫ଟି ଏପରି ବୋଲର ମାନଙ୍କର କଥା କହିବାକୁ ଯାଉଛୁ ଯିଏ କି ଆଇପିଏଲ ନିଲାମୀରେ ବିକ୍ରି ହିଁ ହେଇନାହାନ୍ତି ଆଉ ସେମାନଙ୍କୁ କେଉଁ ଟିମ ଖେଳେଇବ ତାହା ନିର୍ଭରଶୀଳ ଅଟେ।

ଇସୁରୁ ଉଡ଼ାନା:ଶ୍ରୀଲଂକାର ଏହି ଦ୍ରୁତ ବୋଲର ୨୦୨୦ରେ ଆରସିବିର ଅଂଶ ଥିଲେ ଆଉ ଆରସିବି ତରଫରୁ ୧୦ଟି ମ୍ୟାଚ ଖେଳିବାର ନଜର ଆସିଥିଲେ। ବିରାଟ କୋହଲି ଅଧିନାୟକ ଥିବା ଏହି ଟିମ ତାଙ୍କୁ ମୌକା ଦେଇଥିଲା ଆଉ ସେ ୮ଟି ୱିକେଟ ଅକ୍ତିଆର କରିଥିଲେ। ଏମିତିରେ ତାଙ୍କର ସୀମ ତଥା ସ୍ୱିଙ୍ଗ ପାଇଁ ସେ ନିଉଜିଲାଣ୍ଡର କାଇଲି ଯେମିଶନଙ୍କର ଅନୁପସ୍ଥିତିରେ ଆରସିବିର ପ୍ରଥମ ଚଏସ ହେଇପାରନ୍ତି।

Google

ଯେସନ ବେହେରେଂଡ୍ରାଫ: ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର ୨୦୧୯ରେ ମୁମ୍ବାଇ ଇଣ୍ଡିଆନ୍ସଙ୍କର ଅଂଶୀଦାର ଥିଲେ ଆଉ ଏହି ବୋଲର ଅଷ୍ଟ୍ରେଲିଆର ବିଗ ବାସ ଲିଗରେ ଉନ୍ନତ ପ୍ରଦର୍ଶନ କରିଥିଲେ ଆଉ ପର୍ଥ ସ୍କୋଚରସଙ୍କ ପାଇଁ ଶେଷ ୧୦ଟି ମ୍ୟାଚରେ ୧୩ଟି ୱିକେଟ ଅକ୍ତିଆର କରିଥିଲେ। ଏମିତିରେ ମୁମ୍ବାଇ ପାଇଁ ଦକ୍ଷିଣ ଆଫ୍ରିକାର ବୋଲର ମାର୍କୋ ଯେସନ ଉପଲବ୍ଧ ରହିପାରିବେ ନାହିଁ। ଏମିତି ସମୟରେ ମୁମ୍ବାଇ ଯେସନ ବେହେରେନଡ୍ରାଫଙ୍କୁ ରଖିପାରେ।

ମୋହିତ ଶର୍ମା:ମୋହିତ ଶର୍ମା ବର୍ଷ ବର୍ଷ ଯାଏ ଚେନ୍ନାଇ ସୁପର କିଙ୍ଗସର ଅଂଶ ଥିଲେ ଆଉ ଆଇପିଏଲ ୨୦୨୧ ନିଲାମୀରେ ତାଙ୍କୁ କିଣା ଯିବାର ଆଶା ଥିଲା ମାତ୍ର ଏହା ହେଇପାରିଲା ନାହିଁ। ସେ ଏଯାଏ ୮୬ଟି ମ୍ୟାଚରେ ୯୨ଟି ୱିକେଟ ଅକ୍ତିଆର କରି ସାରିଛନ୍ତି ଆଉ ଏପରି ସମୟରେ ଆହତ ଖେଳାଳି ମାନଙ୍କ ସଂଖ୍ୟାରେ ତାଙ୍କୁ କେହି ବି ଟିମକୁ ନେଇ ଯାଇପାରେ।

Google

ଶେଲ୍ଡନ କଟ୍ରେଲ:ୱିକେଟ ନେଇ ସାରିବା ପରେ ସେନା ଯବାନଙ୍କ ଭଳି ସେଲ୍ୟୁଟ କରି ସେଲିବ୍ରେଟ କରିବା ଏହି ୱେଷ୍ଟ ଇଣ୍ଡିଜର ବୋଲର ଶେଲ୍ଡନ କଟ୍ରେଲ ୨୦୨୦ରେ ପ୍ରୀତି ଜିଣ୍ଟାଙ୍କର ମାଲିକାନାରେ ଥିବା ପଞ୍ଜାବ କିଙ୍ଗସ ଙ୍କର ଦଳରେ ଥିଲେ। ତାଙ୍କୁ ଟିମ ୮.୫ କୋଟି ଟଙ୍କାରେ କିଣିଥିଲା ମାତ୍ର ପରେ ତାଙ୍କୁ ରିଲିଜ କରି ଦିଆଗଲା। ଏବର୍ଷ ସେ ବିକ୍ରି ହେଇପାରିଲେ ନାହିଁ ଆଉ ଟିମ ଏଥର ଅଷ୍ଟ୍ରେଲିଆର ବୋଲର ରିନେ ମେରଡିଥଙ୍କୁ କିଣିଲା। ତାଙ୍କର ଅନୁପସ୍ଥିତିରେ ଟିମ କଟ୍ରେଲଙ୍କୁ ଉଠେଇବା ସମ୍ଭାବନା ଆସିପାରେ।

Google

ବିଲି ଷ୍ଟାନଲେକ:ଅଷ୍ଟ୍ରେଲିଆର ଦ୍ରୁତ ବୋଲର ବିଲି ଷ୍ଟାନଲେକ ୨୦୧୭ରେ ରୟାଲ ଚ୍ୟାଲେଞ୍ଜରସଙ୍କର ଦଳରେ ଥିଲେ ଆଉ ୨୦୧୮ରେ ସେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବାର ଦେଖା ଯାଇଥିଲେ। ତାଙ୍କୁ ୨୦୧୮ରେ ୪ଟି ଆଉ ୨୦୧୭ରେ ୨ଟି କ୍ୟାଚ ଖେଳିବାର ମୌକା ମିଳିଥିଲା ଯାହା ଭିତରେ କି ସେ ୨୦୦ ରନ ଦେଇ ୭ଟି ୱିକେଟ ନିଜ ନାମରେ କରିଥିଲେ। ଏଥର ବିଗ ବାସ ଲିଗରେ ସେ ୧୨ଟି ମ୍ୟାଚରେ ୧୩ଟି ୱିକେଟ ଅକ୍ତିଆର କରିଛନ୍ତି ଆଉ ଜଣା ଯାଉଛି କି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଉଠେଇ ପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *